![]() | ମଙ୍ଗଳ ଓ ବୁଧଙ୍କ ସଂଯୋଗ ସ୍ବାସ୍ଥ୍ୟହାନି ସାଙ୍ଗକୁ ଅର୍ଥ ସମ୍ପର୍କିତ ବିବାଦର ସୂତ୍ରପାତ କରାଇପାରେ। ପାପଗ୍ରହ ଓ ମଧ୍ଯସ୍ଥ ଚନ୍ଦ୍ର ମନରେ ଅସ୍ଥିରତା ସୃଷ୍ଟିକଲେ ମଧ୍ଯ କାମ ଅଟକିରହିବ ନାହିଁ। କର୍ମକ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନକରି ପ୍ରଶଂସିତ ହେବେ। ପାରିବାରିକ ସ୍ଥିତି ଭଲ ରହିବ। କୌଣସି ବ୍ୟକ୍ତି ମିଥ୍ୟାଭିଯୋଗ ଆଣିପାରନ୍ତି। |
![]() | ଆଜି ରାଶିଚକ୍ରର ଚତୁର୍ଥ କେନ୍ଦ୍ରର ଶୁଭତ୍ବ ଏକାଧାରରେ ଅର୍ଥ, ସମ୍ମାନ, ଯାନବାହନାଦି ପ୍ରାପ୍ତ କରାଇପାରେ । କିନ୍ତୁ ମୃଗଶିରା ନକ୍ଷତ୍ର ପ୍ରତି ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ଯ ନିନ୍ଦା ଶୁଣିପାରନ୍ତି। ନିଜ ଲୋକଙ୍କଠାରୁ ମଧ୍ଯ ଆସ୍ଥା ହରାଇପାରନ୍ତି। କର୍ମଜଞ୍ଜାଳ ହେତୁ ଘରକାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିବ। |
![]() | ଭାଗ୍ୟସ୍ଥାନ ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟି ସୌଭାଗ୍ୟଦାୟକ ହେଲେ ମଧ୍ଯ ଶନିଦୃଷ୍ଟିରୁ ପ୍ରତିବନ୍ଧ ସୃଷ୍ଟି ହୋଇପାରେ। ସାମାଜିକ ସ୍ତରରେ ତଥା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ବ୍ୟବସାୟରେ ଆଖିଦୁଶିଆ ସଫଳତା ହାସଲ କରିପାରିବେ ନାହିଁ। ଘରର ଅଭାବ ଅସୁବିଧା ନେଇ ଦୁଃଖ ରହିପାରନ୍ତି । |
![]() | ଶନିକ୍ଷେତ୍ରସ୍ଥ ଚନ୍ଦ୍ରଜନିତ ପାରିବାରିକ ଦୃଷ୍ଟିକୋଣରୁ ଦିନଟି ମନ୍ଦ ନ ହେଲେ ମଧ୍ଯ କେହି ନିଜଲୋକ ଜଣେ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ଘର କଥାନେଇ ସ୍ତ୍ରୀ /ସ୍ବାମୀଙ୍କ ସହ ଆଲୋଚନା କରିବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । |
![]() | ବ୍ୟୟସ୍ଥାନରେ ରବି ହେତୁ ପ୍ରତ୍ୟେକ କ୍ଷେତ୍ରରେ ନକରାତ୍ମକ ଚିନ୍ତାଧାରା ମନକୁ ବିବ୍ରତ କରିପାରିବେ ନାହିଁ। ଅନ୍ୟ ଦ୍ବାରା ପ୍ରଭାବିତ ହୋଇ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହେବ। |
![]() | କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ମଙ୍ଗଳଙ୍କ ଦୁର୍ବଳତାଜନିତ ବନ୍ଧୁମାନଙ୍କ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ। ଭଲ ସମ୍ପର୍କ ନ ଥିବା ପଡ଼ୋଶୀ ପଛରେ ନାନାଦି କଥା କହିବେ। ସ୍ଵାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ । |
![]() | କେତୁ ପ୍ରଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆଜି ଦିନ ଭିତରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ରାଜନୈତିକ କ୍ଷେତ୍ରରେ ବିରୋଧୀ ପକ୍ଷ ସକ୍ରିୟ ହୋଇଉଠିବେ । |
![]() | ଶନିଙ୍କ ଶୁଭତ୍ବରୁ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ଇଚ୍ଛା ନ ଥିଲେ ମଧ୍ଯ ବହୁ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ସାମାଜିକ ସ୍ତରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ବେକାର କଥାରେ ମନଦେଇ ଟେନ୍ସନକୁ ନିମନ୍ତ୍ରଣ କରିବେ । |
![]() | ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ବ୍ୟବସାୟିକ ସ୍ତରରେ ପ୍ରତିଯୋଗିତା ମନୋ ଭାବ ଉପୁଜିପାରେ । ଚନ୍ଦ୍ର ଧନ ସ୍ଥାନସ୍ଥ ହେତୁ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ନିକଟ ସମ୍ପର୍କୀୟମାନଙ୍କ ସହ ଶେଷ ସମୟରେ ଅର୍ଥ ସମ୍ପର୍କିତ ଟଣା ଓଟରା ଲାଗିପାରେ । |
![]() | କୌଣସି ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗିବ ନାହିଁ। ନିଜର ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ରବି ସପ୍ତମସ୍ଥ ଯୋଗୁ ପୈତୃକ ସମ୍ପରିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ, କିନ୍ତୁ କଳା, ସାହିତ୍ୟ କ୍ଷେତ୍ରରେ ବେଶ୍ ଆଦୃତ ହେବେ । |
![]() | ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ଗୁଡ଼ିକ ସବୁ ଠିକ୍ ଠିକ୍ ହୋଇଯିବ। ଏକାଧିକ ଗ୍ରହ ସପ୍ତମସ୍ଥ ହେତୁ ଆକସ୍ମିକ ଭାବରେ ସତ୍ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ନିଜ ଲୋକମାନଙ୍କଠାରୁ ସ୍ନେହ, ଶ୍ରଦ୍ଧା ହରାଇବେ । |
![]() | ବୁଧ ଷଷ୍ଠରେ ଥିବାରୁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ବନ୍ଧୁଙ୍କ ସହ ଆଲୋଚନା ଅନୁଯାୟୀ ଆ ଜିର କାମଗୁଡ଼ିକ ସବୁ ଠିକ୍ ଠିକ୍ ହୋଇଯିବ। ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। |