 | ଶନି ସହ ବୁଧଙ୍କ ସଂଯୋଗ କାରଣରୁ ଅଟକିଥିବ କାମ ସକାଶେ ଶାନ୍ତି ବ୍ୟାହତ ହେବ। ବ୍ୟବସାୟ,ପରିବହନ, କଳା, କ୍ରୀଡ଼ା ପାଇଁ ଚାପ ବଢିପାରେ।ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।ଫେରନ୍ତା ରାସ୍ତାରେ ନିଜ ମନ ପସନ୍ଦର ଜିନିଷ ପାଇ ଖୁସି ହେବେ। |
 | ଦ୍ବାଦଶସ୍ଥ ପାପଗ୍ରହଜନିତ କୌଣସି ପ୍ରକାରର ଭୁଲ୍ ନ କରି ମଧ୍ଯ ଦୋଷୀ ରୂପେ ପରିଗଣିତ ହେବେ। ଆବଶ୍ୟକତା ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ । ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । |
 | ରାଶିରେ ମଙ୍ଗଳ ଅର୍ଥପ୍ରାପ୍ତିରେ ବାଧା ଓ ଜମିଜମା କଳହର ଆଶଙ୍କା ରହିଛି। ଅବଶ୍ୟ ଆଜି ବାଣିଜ୍ୟ,ବ୍ୟବସାୟ, ପରିବହନ, ସଭାସମିତି, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ରୋଗ, ରଣ ଓ ପରୋକ୍ଷ ଶତୁତା ଯୋଗୁ ବ୍ୟସ୍ତ ରହିବେ। |
 | ଭାଗ୍ୟସ୍ଥାନରେ ରବି ଓ ବୃହସ୍ପତିଙ୍କ ସ୍ଥିତିରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିବେ |ଭ୍ରମଣ ସୁଯୋଗ ,ସତ୍ସଙ୍ଗ,ଦୁରଯାତ୍ରା ଓ ବନ୍ଧୁମିଳନଜନିତ ମନ ଖୁସି ରହିବ। କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ ମାନସିକ ଦ୍ବନ୍ଦ୍ବ ଭିତରେ ସମୟ କଟାଇବେ। ସନ୍ତାନଙ୍କ ସ୍ଵାସ୍ଥ୍ୟହାନି ଓ ବିଶୁଙ୍ଖଳିତ ସ୍ଵଭାବ ଯୋଗୁ ବିଚଳିତ ହୋଇପାରନ୍ତି। |
 | ବ୍ୟୟାଧିପ କୋଣଭାବସ୍ଥ ଯୋଗୁ ପୂର୍ବାପେକ୍ଷା ପରିସ୍ଥିତି ଭଲ ହେଲେ ମଧ୍ଯ ପ୍ରତ୍ୟେକ କାମରେ ଅନ୍ତର୍ଦ୍ବନ୍ଦ୍ବ ଲାଗିରହିବ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ଵିଶେଷ ଭ୍ରମଣଜନିତ ସ୍ବାସ୍ଥ୍ୟ ବିଗିଡି ଯିବାର ଆଶଙ୍କା ରହିଛି। |
 | ବୁଧ ଯୁକ୍ତ ଶନି ଯୋଗୁ ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି କିମ୍ବା ଅଭିଳଷିତ ଜିନିଷଟି ନ ପାଇଁ ବ୍ୟସ୍ତ ହେବେ। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବାର ସୂଚନା ରହିଛି। ସନ୍ଧ୍ୟା ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି। |
 | ପାପଗ୍ରହ ମଧ୍ଯସ୍ଥ ଚନ୍ଦ୍ରଙ୍କ ଯୋଗୁ ଅନ୍ୟମାନଙ୍କ ମନ ନେଇ ଯେତେ କାମ କଲେ ମଧ୍ଯ ସେମାନେ ଭୁଲ୍ ବୁଝିବେ ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ଭ୍ରମଣ ପାଇଁ ମନ ବଳାଇବେ ଓ ବନ୍ଧୁମିଳନ ଘଟିବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ବନ୍ଦ୍ବରେ ପଡିପାରନ୍ତି। ଅବଶ୍ୟ ଦୃଢ଼ ମନୋବଳ ସମସ୍ୟା ସମାଧାନରେ ସହାୟକ ହେବ | |
 | ଅଷ୍ଟମାଧିପଯୁକ୍ତ ବୁଧ ହେତୁ ସ୍ବାସ୍ଥ୍ୟ ବିଗିଡିବା ସହ ବନ୍ଧୁମାନଙ୍କ ସହ ମତାନ୍ତର ସମ୍ଭାବନା ରହିଛି। କିନ୍ତୁ ପ୍ରତିଦ୍ବନ୍ଦିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। |
 | ଗୁରୁ ଓ ରବିଙ୍କ ସଂଯୋଗ ହେତୁ ଆଜି ଅର୍ଥଲାଭ ହେତୁ ମନ ମଧ୍ୟ ପ୍ରଫୁଲ୍ଲ ରହିବ ହେଲେ ମଧ୍ଯ ବିଚାର ବିନା ବିଶ୍ଵାସ କଲେ ହଇରାଣରେ ପଡିପାରନ୍ତି। ରୋଗପୀଡ଼ା ଉପଶମ ହେତୁ ଖୁସି ହେବେ। ଲେଖାପଢ଼ା ତଥା ପ୍ରକାଶନ, ପ୍ରଶାସନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ। |
 | ସମବେଦନା ପୂର୍ବକ ମନରେ ଭାବାନ୍ତରଜନିତ କୌଣସି ପ୍ରିୟଜନଙ୍କ ସମ୍ପର୍କରେ ଚିନ୍ତାବୃଦ୍ଧି ପାଇବ । ଆଜିର ଯାତ୍ରା, ବାଣିଜ୍ୟ, ସ୍ତ୍ରୀ ସମ୍ପର୍କ, ବିବାଦୀୟ ଘଟଣା ନିର୍ମାଣ ଓ ପରିବହନରେ ସମସ୍ୟା ଦେଖାଦେଇପାରେ । କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବେ। ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। |
 | ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ନୂତନ ଗୃହ, ଯାନବାହନ, ଧାତୁ ଅଳଙ୍କାର ପାଇଁ ମନ ବଳାଇବେ। ଦକ୍ଷତା ହେତୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ବ୍ୟବସାୟ ଓ ପରିବହନରେ ଉତ୍ତଭାଦ୍ରପଦ ନକ୍ଷତ୍ର ପାଇଁ ସାମାନ୍ୟ ଝଟକା ଲାଗିପାରେ । ଆର୍ଥିକ ସମସ୍ୟା, ଜମିଜମା, ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ମନ ଉଦ୍ବିଗ୍ନ ରହିବ | |
 | ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ଯରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ଆନୁଷ୍କାନିକ କ୍ଷେତ୍ରରେ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ରାହୁ ଯୁକ୍ତ ଶୁକ୍ଲ ଦ୍ବିତୀୟସ୍ଥା ଯୋଗୁ ଚେଷ୍ଟ୍ରା କରୁଥିବା କାର୍ଯ୍ୟହାନି ହେତୁ ଅନୁତାପ କରିବେ। |