![]() | କୌଶଳ ପ୍ରୟୋଗ କରି ମନବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ଯରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବ। କଳା, ସାହିତ୍ଯ, ଚଳଚ୍ଚିତ୍ର ତଥା ଶିଳ୍ପ ବାଣିଜ୍ୟରେ ମଧ୍ଯ ଶିଥିଳତା ଦେଖାଦେଇପାରେ । |
![]() | ଦୀର୍ଘଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ। |
![]() | ପାରିବାରିକ ସମସ୍ୟା କ୍ରମଶଃ ବଳିଯାଉଥିବାରୁ ମନର ଦୁଃଖକୁ ଲୁଚାଇ ରଖି ବନ୍ଧୁମାନଙ୍କ ସମ୍ମୁଖରେ ହସି ହସି କଥା କହିବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ମଧ୍ଯସ୍ଥତା କରିବା କିମ୍ବା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ସହକର୍ମୀଙ୍କ ମାଧ୍ଯମରେ ଆଶା କରିଥିବା ଜିନିଷଟି ପାଇ ଖୁସି ହେବେ। |
![]() | କର୍ମକ୍ଷେତ୍ରରେ ଜଣେ ବିଶ୍ଵସ୍ତ କର୍ମଚାରୀଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ପ୍ରଶାସନିକ ସ୍ତରରେ ଏପରିକି ଶିଳ୍ପ, ବାଣିଜ୍ୟରେ ମଧ୍ଯ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ଆକସ୍ମିକ ସ୍ଥାନାନ୍ତର ସୂଚନା ମନକୁ ଭାରାକ୍ରାନ୍ତ କରିପାରେ । |
![]() | ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କର୍ମକ୍ଷେତ୍ରରେ ବନ୍ଧୁମାନଙ୍କୁ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ। ନିଜର ଦକ୍ଷତା ବଳରେ ସାମାଜିକ ସ୍ତରରେ ସମ୍ମାନଲାଭ କରିବେ। ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି । |
![]() | କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ନିର୍ମାଣ, ଯୋଗାଯୋଗ, ସଂଗଠନ, ପ୍ରଶାସନ ସମସ୍ୟା ମୁକ୍ତ ରହିବ। ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ଜଣେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ଜମିଜମା, କଚେରି ମାମଲା, ଧର୍ମକାର୍ଯ୍ୟ ସାମାନ୍ୟ ବିଳମିତ ସମୟରେ ସମ୍ପନ୍ନ ହେବ। |
![]() | ସଭାସମିତିରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବନ୍ଧୁଙ୍କ ନିକଟରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ। ପାରିବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିପାରନ୍ତି । |
![]() | ସାଧାରଣ ମତାନ୍ତରଜନିତ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମାଙ୍ଗଳିକ କାର୍ଯ୍ୟ ସକାଶେ ନିଜର ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। ପଡ଼ୋଶୀଙ୍କ ସହାୟତାରେ ଜମିଜମା ବିବାଦର ଆଶୁ ଅବସାନ ଘଟିବ ଯାତ୍ରା କାଳରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। |
![]() | ଆପୋସ ଆଲୋଚନା ଦ୍ବାରା ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। ଉତ୍ତରାଷାଢ଼ା ନକ୍ଷତ୍ରର ମାନସିକ ଅବସାଦ ଲାଗି କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ କୌଣସି ଗୁରୁତ୍ବପୂର୍ଣ୍ଣ କାମ ଅଟକିବାର ଆଶଙ୍କା ରହିଛି। ନିର୍ମାଣାଧୀନ କାମ ଅର୍ଥାଭାବ ଯୋଗୁ ଅଟକିବାରୁ ବିଚଳିତ ହେବେ। |
![]() | ମତାନ୍ତର ହେତୁ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । କଳା, ସାହିତ୍ଯ, ଆନୁଷ୍ଠାନିକ କାମ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହି ସମାଲୋଚିତ ହେବେ। |
![]() | ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଚିନ୍ତାକରିଥିବା କାମଟି ହଠାତ୍ ହୋଇଯିବ। ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତି ରହିପାରେ । |
![]() | ଶାରୀରିକ ସୁସ୍ଥତା ରହିଲେ ମଧ୍ଯ ଟେନ୍ସନ ଜମା ଛାଡ଼ିବ ନାହିଁ। ବନ୍ଧୁମାନଙ୍କ ପରାମର୍ଶକୁ ଅନୁଧ୍ୟାନ କରି ସମସ୍ୟା ସମାଧାନକରିବାରେ ସମର୍ଥ ହେବେ। କିନ୍ତୁ ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ରାଜନୈତିକ ସ୍ଥିତି ପ୍ରତି କୌଣସି ସମସ୍ୟାର ସୁରାକ ପାଇ କୂଟନୀତିରେ କାର୍ଯ୍ୟ ସାଧନ କରିବେ। |