 | ଆଜି ସକାଳୁ ନିକଟରେ ରହୁନଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା ବଢ଼ିବ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ସ୍ବାର୍ଥସାଧନର ନୈରାଶ୍ୟତାର ଫଳ ସ୍ବରୂପ ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ବ୍ୟବସାୟ, ପରିବହନ ତଥା ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବ। |
 | ସମସ୍ଯା ଆସିବାର ଜାଣି ମଧ୍ଯ ଅପ୍ରିୟସତ୍ୟ ପ୍ରକାଶ କରି ବିବାଦଗ୍ରସ୍ଥ ହୋଇପାରନ୍ତି। ସଭାସମିତି, କଳା, କ୍ରୀଡ଼ା ଓ ସାହିତ୍ୟ ସଙ୍ଗୀତ ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଆର୍ଥିକ ସମସ୍ୟା କେତେକାଂଶରେ ପାରିବାରିକ ଆବଶ୍ୟକତାକୁ ଅଟକାଇଦେଇପାରେ । ବ୍ୟବସାୟ, ସାମ୍ବାଦିକତା, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତି କରିବେ। |
 | ଅଧିକାଂଶ ସମୟ ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ, ଯାହାକି ନୂତନ ସମସ୍ୟାକୁ ଜନ୍ମ ଦେଇପାରେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି ଯାହାକି କାମକୁ ଆସିପାରେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। |
 | ସଂଯମତା ଅବଲମ୍ବନ ନ କଲେ ସମସ୍ୟା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ସହ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । |
 | ଆଜିର କର୍ମକ୍ଷେତ୍ରରେ ମନକଥା ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ। ସନ୍ଧ୍ୟା ସମୟରେ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ। ଅଫିସ କାମରେ ଶୁଣାକଥାକୁ ବିଶ୍ବାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସଭାସମିତିରେ ଶେଷ ସମୟରେ ନିଷ୍ଣରି ବଦଳାଇ ଦେଇ ସମାଲୋଚିତ ହୋଇପାରନ୍ତି। |
 | ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ଯ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ବାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅଧ୍ଯୟନ, ଅଧ୍ଯାପନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ଘରର ଆବଶ୍ୟକତାକୁ ନେଇ ଆଜି ଗୃହୋପକରଣ କ୍ରୟ କରିପାରନ୍ତି।ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । |
 | ମାନସିକ ଅସ୍ଥିରତା ହେତୁ କୌଣସି କାର୍ଯ୍ୟ ଶୃଙ୍ଖଳିତ ହେବନାହିଁ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଯାହାକି ଅନର୍ଥର କାରଣ ହୋଇପାରେ। ଆଜିର ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ, ବିଭିନ୍ନ ଦିଗରୁ ଅର୍ଥ ପାଇପାରିବେ । କହିବି କହିବି ଚିନ୍ତା କଲେ ମଧ୍ଯ ବନ୍ଧୁଙ୍କ ମୁହଁ ସାମ୍ନାରେ ସମସ୍ୟାଟିକୁ ପ୍ରକାଶ କରିପାରିବେ ନାହିଁ। |
 | ପ୍ରତ୍ୟେକ କାମ ସକାଶେ ଦୀର୍ଘ ସମୟର ପ୍ରତୀକ୍ଷା ମାନସିକ ଅଶାନ୍ତିର ମୂଳ କାରଣ ହେବ | ସମୟ ସ୍ରୋତରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ବୈରତା ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କିତ ଆଲୋଚନାରେ ଯୁକ୍ତିତର୍କ ପରେ ଯାଇ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ସମ୍ଭାବନା ରହିଛି। |
 | ନିକଟ ସମ୍ପର୍କୀୟମାନଙ୍କ ସନ୍ଦେହାତ୍ମକ ବ୍ୟବହାର ମନରେ ଭାବାନ୍ତର ସୃଷ୍ଟି କରିବ। ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ୍ର ଦୂର ହେବାରେ ସାମାନ୍ୟ ବିଳମ୍ବ ଘଟିବ । ମାନସିକ ଚାପଗ୍ରସ୍ଥ କାରଣରୁ ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିବେ। କଳ୍ପନା କରି ନା ଥିବା ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। |
 | ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ଯ ଦେଇ ଗତି କରିବେ। ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ଆଶା କରିପାରନ୍ତି। କର୍ମକ୍ଷେତ୍ରରେ ନୀଚବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହେବାର ଆଶଙ୍କାକୁ ଏଡି ହେବନାହିଁ। ନିର୍ମାଣାଧୀନ କାମ ଶେଷ ହେବାରେ ଅନ୍ୟମାନେ ଜାଣିଶୁଣି ସମସ୍ୟା ସୃଷ୍ଟି କରିବେ। |
 | ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଦୈହିକ ଦୁର୍ବଳତା ଯୋଗୁ ମନର ବଳ କମି ଯାଇପାରେ। ସକାଳ ସମୟଟି ପ୍ରାୟତଃ ଭଲ ରହିବ ଏବଂ ହାତକୁ ନେଇଥ୍ଵବା କାମରେ କୌଣସି ଅସୁବିଧା ହେବନାହିଁ | |
 | ପରିସ୍ଥିତି ପ୍ରତି ସଜାଗ ରହି କାମ କରିଚାଲିଲେ ପ୍ରତିବନ୍ଧକ ବେଶି ସମୟ ଅଟକାଇ ପାରିବ ନାହିଁ। ଦୃଢ଼ ଇଚ୍ଛାଶକ୍ତି ବଳରେ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣଙ୍ଗ କରିପାରିବେ। ମାଲିମକଦ୍ଦମାରେ ସଫଳତା ହାସଲ କରିବେ ଓ ଏକ ପ୍ରକାର ଆଶ୍ଵମ୍ଥି ଲଭିବେ। ଆଲୋଚନା ପ୍ରସଙ୍ଗରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ ଏବଂ ଏହାକୁ ଗୁରୁତର ସହ ବିଚାର କରିବା ଭଲ ହେବ। |
For daily odia rashiphala visit our website daily in the morning. This is compiled from a trusted source.
Comments
comments