![]() | ଆଜି ବନ୍ଧୁମାନଙ୍କ ଗହଣରେ ଅଧିକାଂଶ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ରାଶିରେ ରାହୁଙ୍କ କୁପ୍ରଭାବରୁ ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି। ଏଣେ କାମଗୁଡିକ ଯଥା ସମୟରେ ହେଉ ନ ଥିବାରୁ ବିରକ୍ତ ହେବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । |
![]() | ଦୁଃସ୍ଥାନସ୍ଥ ଶୁକ୍ରଜନିତ ଅନ୍ୟଦ୍ବାରା ପ୍ରଭାବିତ ହୋଇ ଅତ୍ୟଧିକ ବ୍ୟୟକରି ପଶ୍ଚାନ୍ତେ ଅନୁତାପ କରିବେ। ଅନେକ ସମୟରେ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ ହେବାକୁ ବାଧ୍ଯ ହୋଇପାରନ୍ତି। କିଣିବା ଜିନିଷ ମନକୁ ନ ପାଇବା କାରଣରୁ ଫେରି ଆସିବାକୁ ପଡିବ। ରାଜନୀତି, ପ୍ରଶାସନ କ୍ଷେତ୍ରରେ ଫାଇଲ କାମ ବଢିଯିବ। |
![]() | ଷଷ୍ଠାଧିପ ରାଶିରେ ଅବସ୍ଥାନ କରି ପାରିବାରିକ ସୁଖ ,ସ୍ବାଛନ୍ଦ୍ୟକୁ ନଷ୍ଟ କରିପାରି ଭୁଲ୍ ବୁଝାମଣାରୁ ବନ୍ଧୁଙ୍କ ସହ କଳହ ଲାଗିପାରେ। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ଖର୍ଚ୍ଚ କମାଇବାକୁ ଚେଷ୍ଟାକରି ଅସଫଳ ହେବେ। କର୍ମ କ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। |
![]() | ଭାଗ୍ୟସ୍ଥାନରେ ଏକାଧିକ ଗ୍ରହ ସୌଭାଗ୍ୟବୃଦ୍ଧିରେ ସହାୟ ହେବେ। ଆରୋଗ୍ୟଲାଭ, ବନ୍ଧୁ ସମ୍ପର୍କ, କାର୍ଯ୍ୟସିଦ୍ଧି ସହ ଅଭିଳାଷ ପୂରଣର ମାର୍ଗ ଉନ୍ମୁକ୍ତ ହେବ। ଖଳଲୋକମାନେ ଅପପ୍ରଚାର କରିପାରନ୍ତି କିମ୍ବା ନିଜଲୋକଙ୍କଠାରୁ ଆସ୍ଥାହରାଇବେ। ପରିବାରର ଖର୍ଚ୍ଚାନ୍ତ କିମ୍ବା ରଣ ପରିଶୋଧଜନିତ ଚିନ୍ତାପ୍ରକଟ କରିପାରନ୍ତି। |
![]() | ଏକାଦଶସ୍ଥ ମଙ୍ଗଳ ହେତୁ ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ଵ ଗ୍ରହଣ କରି ପ୍ରଶଂସିତ ହେବେ। ବ୍ୟବସାୟ ଓ ରପ୍ତାନି ବାଣିଜ୍ୟରେ ଉନ୍ନତି କାରଣରୁ ଖୁସି ଅନୁଭବ କରିବେ ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ କମି କମି ଆସିବାରୁ ସାମୟିକ ଆଶ୍ଵସ୍ତି ଲାଭ କରିବେ। ପାରିବାରିକ, ବ୍ୟବସାୟିକ, ଯାତ୍ରା ତଥା ଶୁଭକାର୍ଯ୍ୟ ପ୍ରସ୍ତୁତି ଦିଗରେ ଶୁଭଫଳ ପାଇବେ । |
![]() | ସପ୍ତମସ୍ଥ ଚତୁଃଗ୍ରହ କାରଣରୁ ଆଜି କୌଣସି ପ୍ରତିଦ୍ବନ୍ଦ୍ବିତା କଲେ ବିଜୟର ଆଶା ନିରର୍ଥକ ହୋଇପାରେ | ଟେନ୍ସନ୍ ଲାଗିରହିବ କିନ୍ତୁ ଯାହା ଚିନ୍ତା କରୁଛନ୍ତି ତାହା ଅବଶ୍ୟ ସଫଳ ହେବ। ବୁଝିବିଚାରି କାମ କଲେ ଉପକୃତ ହେବେ। |
![]() | ଶୁକ୍ର ସ୍ବଗୃହକୁ ଦେଖୁଥିବାରୁ ଦିନଟି ଖୁସିରେ ଅତିବାହିତ ହେବ। କୌଣସି ମନ ଭୁଲାଣିଆ କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ହେଲା ଭଳି କାମ କରିବେ। ଫାଇଲ୍ କାମରେ ଦେଖିଚାହିଁ ପଦକ୍ଷେପ ନେଲେ ବିଶେଷ କିଛି ଅସୁବିଧା ହେବନାହିଁ। ସଭାସମିତି, ଶିକ୍ଷା, ପରୀକ୍ଷା, ବିଦେଶ ଯାତ୍ରା ପ୍ରଭୃତି ସାଙ୍ଗକୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। |
![]() | ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ମାନସିକ ଅବସ୍ଥା ଭଲ ରହିବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ସକାଶେ ଚେଷ୍ଟା କରି ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ମନରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। |
![]() | କର୍ମକ୍ଷେତ୍ର ଶୁଭଗ୍ରହଙ୍କ ଦୃଷ୍ଟି ଯୋଗୁ ଆପଣଙ୍କ କୌଣସି କାମ ସ୍ଥଗିତ ରହିବନାହିଁ। ଆକସ୍ମିକ ଅସୁବିଧା ସମୟରେ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିପାରିବେ। ଜମିଜମା ସମସ୍ୟାର ଜଟିଳତା କ୍ରମଶଃ ଦୂରହେବାର ସମ୍ଭାବନା ରହିଛି। ଏହି ସମସ୍ତ ଶୁଭଫଳା ସହିତ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି | |
![]() | କିଛି ନ ବୁଝି କୌଣସି ବିବାଦ, ସମ୍ପର୍କରେ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ। ଯଦି କହିବେ ତେବେ ଅଶାନ୍ତିକୁ ଆପଣେଇନେବା ଭଳି ପରିଣାମ ହୋଇପାରେ। ରାସ୍ତାରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବାରେ ପଛେଇ ଯିବେ। |
![]() | କର୍ମକ୍ଷେତ୍ରରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଅଧ୍ଯୟନ ଓ ଆଧ୍ଯାମ୍ମିକତାରେ ଏକାଗ୍ରତା ଆଣିବାରେ ସଫଳ ହେବେ। ଫେରିବା ବାଟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସାହିତ୍ୟ, କଳା, ସଙ୍ଗୀତ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ | |
![]() | ଗ୍ରହ ପ୍ରଭାବରୁ ବିଭିନ୍ନ ପ୍ରକାରର କାମ ହାତକୁ ନେଇ କଳ୍ପନାରାଇଜରେ ଘୂରିବୁଲିବେ। କର୍ମକ୍ଷେତ୍ରରେ ଆପୋସ ଆଲୋଚନା ଓ ମିଳାମିଶାରୁ ସମସ୍ୟାର ସମାଧାନ ଘଟିବ। ଆଇନ, ଅଦାଲତ, ବିବାଦୀୟ ଘଟଣା କିମ୍ବା ଯେକୌଣସି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆଗାମୀ ଗୁରୁତ୍ବପୂର୍ଣ୍ଣ ଯୋଜନାଟି କାର୍ଯ୍ୟକାରୀ କରିବା ସକାଶେ ଚିନ୍ତା କରିପାରନ୍ତି | |













