 | ଯାହା ଆଶା କରିଛନ୍ତି ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ କିନ୍ତୁ ଟିକିଏ ବିଳମ୍ବ ଓ ଝାମେଲା ଭିତରେ ହିଁ ମିଳିବା ଶିଳ୍ପ, ବାଣିଜ୍ୟ, ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମଜଞ୍ଜାଳ ବୃଦ୍ଧି ହେତୁ କଠିନ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ଅର୍ଥ ସମ୍ପର୍କିତ କାମକୁ ନିକଟତମ ବନ୍ଧୁଟି ଦ୍ବାରା ହାସଲ କରିବେ । |
 | ପରିସ୍ଥିତି ଯାହା ହୋଇଥାଉନା କାହିଁକି ସମୟ ସ୍ରୋତରେ ଅନ୍ୟମାନଙ୍କ ପ୍ରେରଣାରେ ଆଗକୁ ମାଡ଼ି ଚାଲିବେ। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତି ବଦଳାଇପାରନ୍ତି। ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ, ନତୁବା ଅଦଳବଦଳ ସମ୍ଭାବନା ରହିଛି। ଅତିତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଠି ହେବ| |
 | ସ୍ବାସ୍ଥ୍ୟ ସମସ୍ୟାଜନିତ ଦୈହିକ କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ମନ୍ଦ ନ ଥିବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ଯୁକ୍ତିଯୁକ୍ତ କଥା କହି ପ୍ରତ୍ୟେକ କ୍ଷେତ୍ରକୁ ସାଧାରଣ ଅବସ୍ଥାକୁ ଆଣିବାରେ ସମର୍ଥ ହେବେ। ପରିବାର, ପରିବହନ,ପ୍ରଶାସନ, ପ୍ରକାଶନ, ରାଜନୀତି ଓ ଆନୁଷ୍ଠାନିକ କାମ ଉନ୍ନତ ରହିବ। |
 | କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବ ଓ ଉଚ୍ଚ ସମ୍ମାନ ଓ ପ୍ରଶଂସା ପାଇବେ। ଅବଶ୍ୟ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ଅଧିକାଂଶ ସମୟ ଚିନ୍ତିତ ରହିବେ। ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ । |
 | ଉପରିସ୍ଥଙ୍କ ଅନୁଗ୍ରହର ଅଟକି ରହିଥିବା କାମଟି ସମ୍ମାନର ସହ ହଠାତ୍ ହୋଇଯିବ। ସାମାଜିକସ୍ତରରେ ବିରୋଧୀମାନେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିପାରନ୍ତି। ଅବଶ୍ୟ ଉଚ୍ଚସ୍ତରରୁ ସାହାଯ୍ୟ ଓ ସହଯୋଗର ଅବାରିତା ଧାରା ଛୁଟି ଆସିବ। ଜମିଜମା, ନିର୍ମାଣ, ଆଇନ, ଅଦାଲତ କ୍ଷେତ୍ର ପାଇଁ ମଧ୍ଯମ ପ୍ରକାରର ସ୍ଥିତି ରହିପାରେ। |
 | ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ଆଲୋଡ଼ନ କରିବା କାରଣରୁ ସାମୟିକ ଅଶାନ୍ତ ରହିବେ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ଲାଗି ଅନ୍ୟର ସାହାଯ୍ୟ ନେବାକୁ ବାଧ୍ଯହେବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ। କଳା, କାରିଗରି, ସାହିତ୍ଯ, ସଙ୍ଗୀତ, ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। |
 | ପୂର୍ବ ସ୍ଥିରୀକୃତ ଯୋଜନାନୁଯାୟୀ କାର୍ଯ୍ୟାରମ୍ଭ କରନ୍ତୁ ଅବଶ୍ୟ ସଫଳ ହେବେ। ଆବଶ୍ୟକ ଅର୍ଥ ବିଭିନ୍ନ ସୂତ୍ରରୁ ପାଇବାରେ ଅସୁବିଧା ହେବନାହିଁ। ଯାତ୍ରା, ପ୍ରତିଦ୍ବନ୍ଦିତା, କଳା, ସାହିତ୍ୟରେ ସମସ୍ୟା ସମାଧାନ ସକାଶେ ବିଳମ୍ବ ଘଟିପାରେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକସ୍ତରରେ ସୁଫଳ ପାଇବେ। |
 | ବିଭିନ୍ନ ପ୍ରକାର ସମସ୍ୟା ଭିତରେ ସମାଧାନର ସୂତ୍ର ଖୋଜି ପାଇବାରେ ଅସୁବିଧା ହେବନାହିଁ| ଆର୍ଥିକ ସ୍ଥିତିର ଦୂରୁବସ୍ଥା ପ୍ରତିଟି କ୍ଷେତ୍ରରେ ଅଗ୍ରଗତିର ପଥରୋଧ କରିପାରେ। ପାରିବାରିକ ସ୍ଥିତି ପୂର୍ବପରି ରହିବ କିନ୍ତୁ ପାରିପାର୍ଶ୍ବିକ ସ୍ଥିତି ଶାନ୍ତ ରହି ନ ପାରେ। କ୍ରୀଡ଼ା, କଳା, ସାହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ। |
 | ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ସହକର୍ମୀଙ୍କଠାରୁ ଭୁଲ୍ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ପଡ଼ୋଶୀମାନଙ୍କ ଉପରେ ପୂର୍ଣ୍ଣ ଭରସା କରିବା ପୂର୍ବରୁ ପରଖିନେବା ଭଲ ହେବ। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ। |
 | ଆଜି ପ୍ରତ୍ୟୁଷରେ ଯେଉଁ କାମରେ ବାହାରିଛନ୍ତି ସେଥିରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉପର ଅଧିକାରୀ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ରପ୍ତାନୀ, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନିତ ହେବେ। |
 | ଆଜି ଦିନଟିରେ ଯେତେ ଭଲ କାମ କଲେ ମଧ୍ଯ ସମାଲୋଚିତ ହେବେ। ହଠାତ୍ ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ ଲାଗି ଚେଷ୍ଟା କରିବେ। ମାଲିମକଦ୍ଦମା, ଜମିଜମା ବିବାଦ, ଅର୍ଥନୈତିକ କାର୍ଯ୍ୟ, ଭ୍ରମଣ ପ୍ରଭୃତି କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ଘଟିବ। କିଛି ବ୍ୟାଙ୍କ ଜମା ମଧ୍ଯ କରିବାର ସମ୍ଭାବନା ରହିଛି। |
 | କୌଣସି ଆନୁଷ୍ଠାନିକ କର୍ମ ଭିତରେ ଗୁରୁଦାୟିତ୍ବ ବହନ କରିବାକୁ ପଡ଼ିପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବନାହିଁ। ଆଲୋଚନା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। ପୂର୍ବାହ୍ନରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନିମନ୍ତ୍ରଣ ପାଇ ବିସ୍ମୟାଭୂତ ହୋଇପାରନ୍ତି । |