![]() | ବ୍ୟବହାରରେ ସଂଯମତା ଅଭାବରୁ ଅପ୍ରିୟ ସତ୍ୟ କହି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଦ୍ବିଜା ନକ୍ଷତ୍ର ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ବରାନ୍ବିତ କରିବେ। ବିଭିନ୍ନ କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ । ଅଧ୍ୟାପନା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟ ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ। |
![]() | କର୍ମକ୍ଷେତ୍ରରେ ଏକାଧିକ ଚିନ୍ତା ମଧ୍ଯରେ ମାନସିକ ସ୍ଥିରତା ଆଦୌ ରହିବ ନାହିଁ। ବନ୍ଧୁଙ୍କ ନିକଟରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍ସନ ଦୂର ହୋଇଯିବ। ଆନୁଷ୍ଠାନିକ କାମ, କଳା, ସାହିତ୍ଯ,ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରୁ ଶ୍ରଦ୍ଧା ଓ ସମ୍ମାନ ମିଳିବ। କିନ୍ତୁ ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । |
![]() | ପରିବାରରେ ଅଭାବ ଅସୁବିଧା ନ ଥିଲେ ମଧ୍ଯ ଟଙ୍କାପଇସା ଖର୍ଚ୍ଚ କରିବାରେ କୁଣ୍ଡ ପ୍ରକାଶ କରି ସମାଲୋଚିତ ହେବେ। ବନ୍ଧୁଙ୍କ ନିକଟରେ ମନକଥା କଥାପ୍ରସଙ୍ଗରେ ପ୍ରକାଶକରି ଈର୍ଷିତ ହେବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ନୂତନ ସ୍ଥାନ ଦର୍ଶନ ଓ ଆଧ୍ଯାତ୍ମିକତାରୁ ଶାନ୍ତି ଲାଭ କରିବେ । |
![]() | ସାମୟିକ ପ୍ରତିବନ୍ଧକ ଆପଣଙ୍କ ଅର୍ଥ, ,ଦ୍ରବ୍ୟ ଲାଭରେ ଅନ୍ତରାୟ ସୃଷ୍ଟି କରିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରିବେ। ରାଜନୈତିକ, ସାଂଗଠନିକ ଓ ଆଇନ, ଅଦାଲତ କ୍ଷେତ୍ରରେ ଉନ୍ନତମାନର ଫଳ ପାଇପାରନ୍ତି। |
![]() | ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାରେ ନିଜ ପାଖଲୋକ ଈର୍ଷାନ୍ବିତ ହେବେ। କର୍ମକ୍ଷେତ୍ରରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ, ଯାହାକି କାର୍ଯ୍ୟହାନିର କାରଣ ହେବ। ଆର୍ଥିକ ଦୁରବସ୍ଥା କାରଣରୁ ଇଚ୍ଛା କଲେ ମଧ୍ଯ କୌଣସି ଜିନିଷ କିଣିପାରିବେ ନାହିଁ। ଶାରୀରିକ ସ୍ଵାସ୍ଥ୍ୟ ପ୍ରତି ଆାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । |
![]() | ବନ୍ଧୁଙ୍କ ଅନୁରୋଧରେ କୌଣସି ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବିଚାର କରିପାରନ୍ତି ସ୍ବାର୍ଥହାନି ଆଶଙ୍କାରେ ଭଲ ସମ୍ପର୍କ ଥିବା ଆତ୍ମୀୟମାନେ ଭୁଲ୍ ବୁଝି ଅର୍ଥକୁ ଅନର୍ଥ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ଯ ଲାଭକରି ଉପକୃତ ହୋଇପାରନ୍ତି ଚିତ୍ରା ନକ୍ଷତ୍ର ଅର୍ଥ ସମ୍ପର୍କୀୟ ବିବାଦରେ ସୁଧାର ପରିସ୍ଥିତି ସୃଷ୍ଟି ହେବାର ସୂଚନା ପାଇବେ । |
![]() | ପାପଗ୍ରହଜନିତ ଆଜିର କାମଗୁଡିକ ସହଜରେ ସମ୍ପନ୍ନ ନ ହୋଇ ବିଶୃଙ୍ଖଳିତ ରହିବ। ନିଷ୍ପତ୍ତିର ପରିବର୍ତ୍ତନ କଲେ ବିରୋଧତ୍ମକ ପରିସ୍ଥିତି ସୃଷ୍ଟି ହୋଇପାରେ । ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ଆହୁତ ହୋଇ ସଭାସମିତିରେ ସମ୍ମାନ୍ନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । |
![]() | ସ୍ଵାସ୍ଥ୍ୟ ସମସ୍ୟା ଉଦ୍ବେଗଜନକ ନ ହେଲେ ମଧ୍ଯ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ପ୍ରଶାସନିକ ସ୍ତରରେ, ପ୍ରକାଶନ କ୍ଷେତ୍ରରେ, ଶିଳ୍ପ, ବାଣିଜ୍ୟରେ ସମସ୍ୟା ଦୂର ହୋଇଯିବ। ଅନୁରାଧା ନକ୍ଷତ୍ର ବିଗତ: ଦିନର କଥାକୁ ନେଇ ଦୁଃଖରେ ରହିବାକୁ ବାଧ୍ଯହେବେ | ସମ୍ପର୍କୀୟ ବନ୍ଧୁଙ୍କ ସହ ଭୁଲ୍ ବୁଝାମଣା କେତେକାଂଶରେ କମିପାରେ । |
![]() | ଗ୍ରହଙ୍କ ପ୍ରତିକୂଳତା ପ୍ରତ୍ୟେକ କ୍ଷେତ୍ରକୁ ଅସ୍ଥିର କରାଇବ। ପରିବାରରେ ଅଶାନ୍ତି, ନିଜ ଲୋକଙ୍କ ଅନାସ୍ଥା ଭାବ ମାନସିକ ଅସୁସ୍ଥତାର କାରଣ ହେବ । ଆଧ୍ଯାତ୍ମିକତା, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ଯହେବେ । |
![]() | କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ହେତୁ ଜମା ଫୁରୁସତ୍ ପାଇବେ ନାହିଁ। ଉଚ୍ଚ ପଦାଧିକାରୀଙ୍କ ସହ ମତପାର୍ଥକ୍ୟ କାରଣରୁ ବିକଳ୍ପ ଚିନ୍ତା କରିବେ। ଆଗାମୀ ମାଙ୍ଗଳିକ ଉତ୍ସବ ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ପରି ଖୁସି ହୋଇପାରିବେ ନାହିଁ। ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହୋଇପାରେ । |
![]() | ଆଜିର ଚନ୍ଦ୍ର ପାରିବାରିକ ଜୀବନକୁ କେତେକାଂଶର ପ୍ରଭାବିତ କରି ରଖିବ। ଯାନବାହନ, ଲୋକସମ୍ପର୍କ, ଘରୋଇ କଥା, ଆନୁଷ୍ଠାନିକ ତଥା ସାମାଜିକ କାମରେ କଳହ ସୃଷ୍ଟି ହୋଇପାରେ। ଅବଶ୍ୟ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ୍ ଅଳଙ୍କାର ଓ ବସନ ଭୂଷଣ କ୍ରୟ କରିପାରନ୍ତି। |
![]() | ସମସ୍ୟା ସୁଧାରିବା ସହ କୌଣସି ବନ୍ଧୁଙ୍କ ବଦାନ୍ୟତାରୁ ମନ ଉଲ୍ଲସିତ ହୋଇ ଉଠିବ। କର୍ମକ୍ଷେତ୍ରରେ କେତେକ ନୂତନ ସୁଯୋଗ ପାଇବାର ମାର୍ଗ ଉନ୍ମୋଚିତ ହୋଇପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ୍ବ ଦୂର ହେବ ଓ ସହମତି ଭିତ୍ତିରେ କାମ କରିପାରିବେ କିନ୍ତୁ ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ। ଆକସ୍ମିକ ଭାବେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି । |