![]() | ରାହୁଙ୍କ ଯୋଗୁ ସାଧାରଣ କଥାରେ ବେଶି ବିବ୍ରତ ହେବା ନିଜ ପାଇଁ କ୍ଷତିର କାରଣ ପାଲଟିଯିବ ।ସାମାଜିକସ୍ତରରେ ଅନ୍ୟମନସ୍କ ଓ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କ ସହ ଭଲ ସମ୍ପର୍କ ରହି ନ ପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ । |
![]() | ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ। କୌଣସି ବନ୍ଧୁଙ୍କ ଦ୍ବାରା ପ୍ରତାରିତା ହୋଇପାରନ୍ତି ଯଦ୍ଦ୍ବାରା କର୍ମହାନି ଘଟିପାରେ । ସାମାଜିକ ସ୍ତରରେ ଅସଫଳତା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ବ୍ୟବସାୟରେ ପ୍ରତିଦ୍ବନ୍ଦିତା ବଢ଼ିପାରେ କିନ୍ତୁ ବିଶେଷ ଅସୁବିଧା ହେବନାହିଁ। |
![]() | ପ୍ରତ୍ୟେକ କାମରେ କିଛିନା କିଛି ବ୍ୟତିକ୍ରମ ଲାଗି ରହିବ। ଅଭାବ ନ ଥିଲେ ମଧ୍ଯ ସମସ୍ୟାଜନିତ ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ। |
![]() | ପରିବାରର ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ଯ ଆବଶ୍ୟକତା ଅପୂରଣ ରହିବନାହିଁ। କୌଣସି ଦର୍ଶନୀୟ ସ୍ଥାନ ଏ ପରିଦର୍ଶନଜନିତ ବନ୍ଧୁଙ୍କ ଅନୁରୋଧରେ ଦୂରଯାତ୍ରା କରିବାକୁ ପଡ଼ିପାରେ । କଚେରି ମାମଲା କିମ୍ବା ଜମିଜମା କ୍ଷେତ୍ରରେ ମାନସିକ ଅବସାଦ କାରଣରୁ କୌଣସି କାମ ଉତ୍ସାହପ୍ରଦ ରହି ନ ପାରେ। ସ୍ବାସ୍ଥ୍ୟ ଓ କର୍ମକ୍ଷେତ୍ର ଭଲ ରହିବ। |
![]() | ତରବରିଆ ହେତୁ ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ। ଉପରିସ୍ଥଙ୍କ ଶୁଭ ଭାବନାରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।ମୂଲ୍ୟହୀନ କଥାରେ ମୁଣ୍ଡ ପୂରାଇ ଶତ୍ରୁତାକୁ ନିମନ୍ତ୍ରଣ କରିପାରନ୍ତି । |
![]() | ପରିବାରର ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବ। ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ। କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା କାରଣରୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ | | |
![]() | ଆକସ୍ମିକ ସମସ୍ୟା ଦେଖାଦେବା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟର ଗତି ମନ୍ଥର ହେବ। ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ଵସ୍ତି ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ । |
![]() | ଆକସ୍ମିକ ସମସ୍ୟା ଦେଖାଦେବା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟର ଗତି ମନ୍ଥର ହେବ। ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ଵସ୍ତି ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ । |
![]() | ନିଜ ଲୋକମାନେ ଇର୍ଷାପରାୟଣ ହୋଇ ବିଶ୍ବାସଘାତକତା କରିପାରନ୍ତି। ଅନ୍ୟର କଥାକୁ ସତ ମନେକରି ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ । |
![]() | କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । କୌଣସି ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦରୁ ଉପକୃତ ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଗୃହସୀମା, ନିର୍ମାଣ, ଜମିଜମା, ଶିଳ୍ପ, ବାଣିଜ୍ୟାଦିରେ ସମସ୍ୟାମୁକ୍ତ ରହିବେ। |
![]() | ସମସ୍ୟା ଭିତରେ ଚଳୁଥିବାରୁ ମାନସିକ ସ୍ଥିରତା ରକ୍ଷା କରିବା କଷ୍ଟକର ହୋଇପାରେ । ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । |
![]() | ଆର୍ଥିକ ଅନଟନଜନିତ ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ନିଶ୍ଚିତ ଉପକୃତ ହେବେ | ଅଂଶୀଦାର ବ୍ୟବସାୟୀଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ । ଅଳଙ୍କାର,ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। |