![]() | ପ୍ରତ୍ୟେକ କ୍ଷେତ୍ରରେ କିଛି ସମସ୍ୟା ଅବଶ୍ୟ ଲାଗି ରହିବ, କିନ୍ଧୁ କିଛି ଅସୁବିଧା ହେବନାହିଁ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ଯ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ। ଆକସ୍ମିକ ସମସ୍ୟା ହେତୂ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । |
![]() | ଆଜି ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ଯ ହେବେ। ସାମାଜିକ ସ୍ତରରେ ସମ୍ମାନ ପାଇବେ କିନ୍ତୁ ଅନ୍ୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି। ବୁଦ୍ଧି ବଳ ପ୍ରୟୋଗ କରି କର୍ମକ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବେ। କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ଯ ହେବେ। |
![]() | ଆଦୌ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ସମସ୍ୟା ଆସିଲେ ମଧ୍ଯ ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ ଓ କାମ ମଧ୍ଯ ଅଚକିବ ନାହିଁ। ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି, ଯାହା କି କଳହର କାରଣ ହୋଇପାରେ। ପୁରାତନ ରୋଗର ପୀଡ଼ା ସାମୟିକ ମନକୁ ବିଷାଦିତ କରିବ। |
![]() | ଆଜି ଯାହା କରନ୍ତୁ ନା କାହିଁକି, ସବୁ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିବେ। ବ୍ୟବସାୟରେ ଲାଭବାନ ହେବେ, ମାତ୍ର ଆଶାନୁରୂପ ନ ହୋଇପାରେ। କର୍ମାରମ୍ଭ ପ୍ରୀତିପ୍ରଦ ହେବ, ମାତ୍ର ଏଥିପାଇଁ ବହୁତ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡ଼ିବ। ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ ବନ୍ଧୁମାନଙ୍କ ମଧ୍ଯରେ ପ୍ରଶଂସିତ ହେବେ। |
![]() | ଗତକାଲିଠାରୁ ଆପଣ ଯାହା ପାଇବାକୁ ଇଚ୍ଛା ସହ କରୁଛନ୍ତି ତାହା ନିଶ୍ଚିତ ମିଳିବ। ଆଜି ଇଚ୍ଛା ନ ଥାଇ ମଧ୍ଯ ମାତ୍ରାଧ୍କ ଭ୍ରମଣ ଯୋଗୁ କ୍ଲାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଭଚ୍ଚ ପଦାଧୂକାରୀଙ୍କ ସାନିଧ୍ଯରୁ ଉପକୃତ ହେବେ। ପ୍ରଶାସନିକ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । |
![]() | ବିଳମ୍ବିତା ସମୟରେ କାମ ସମ୍ପନ୍ନ ହେବାରୁ ମନରେ ସରସତା ରହିବ ନାହିଁ। ବିଳାସ ଉପକରଣ କିଣିବା ସକାଶେ ଘରୁ ବରାଦ ପାଇ ପାରନ୍ତି। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇଲେ କାରଣ ନ ଥାଇ ଅନ୍ୟମାନେ ଆପଣଙ୍କୁ ଦୋଷ ଦେଇପାରନ୍ତି। ପ୍ରିୟ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶୃତି ଦେଇ ମଧ୍ଯ ପାଖ ମାଡ଼ିବ ନାହିଁ। |
![]() | କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା କି ସମସ୍ୟା ସମାଧାନ ହେବ। ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ମନ ଭଲ ନ ଥିଲେ ମଧ୍ଯ ଖର୍ଚ୍ଚାନ୍ତ ହୋଇ କାମକୁ ବଢ଼ାଇ ନେବେ। ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। |
![]() | ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରା ମନକୁ ଆହ୍ଲାଦିତ କରିବ। କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। |
![]() | ପ୍ରତ୍ୟେକ କ୍ଷେତ୍ରରେ ଭଲ ବ୍ୟବହାର ପ୍ରଦର୍ଶନୀ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧା ହେବୋ ବନ୍ଧୁଙ୍କ ଜରିଆରେ ବକେୟା ଆଦାୟରେ ସକ୍ଷମ ହେବେ, କିନ୍ତୁ ଏଥୂପାଇଁ ଟଣା ଓଟରା ଲାଗିବ। ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡ଼ିପାରେ । |
![]() | ଆଜି ସକାକୁ ସକାଳୁ କୌଣସି ବନ୍ଧୁ କିମ୍ବା ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ। ସାମାନ୍ୟ ଥଣ୍ଡାଜନିତ କାରଣରୁ ଦେହଟା ଭଲ ଲାଗିବ ନାହିଁ। ଭଲ କଥା କହିଲେ ମଧ୍ଯ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। |
![]() | ନିଜର ଅସହାୟତାକୁ ଚିନ୍ତାକରି କେତେକ କ୍ଷେତ୍ରରେ ନିଜକୁ ନ୍ଲାନ ମନେକରିପାରନ୍ତି। ଶତତିଷା ନକ୍ଷତ୍ର ଧୈପ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଆନୁଷ୍ପାନିକ କ୍ଷେତ୍ରରେ ଅସଂଗତି ଲକ୍ଷ୍ୟକଲେ ମଧ୍ଯ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। କୌଣସି ନୀଚ ଜାତିର ବ୍ୟଲ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। |
![]() | ହଠାତ୍ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡ଼ିପାରେ । ପାରିବାରିକ ସମସ୍ୟା ବିଷୟରେ ଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅତି ନିକଟରେ ରହୁଥୁବା ବନ୍ଧୁଟି ଦ୍ବାରା କାମ ହାସଲ କରିବେ । ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। |