![]() | ଆଜି ଯାହା ଇଚ୍ଛା କରୁଛନ୍ତି ଶୀଘ୍ର ଆରମ୍ଭ କରନ୍ତୁ ଅବଶ୍ୟ ଫଳପ୍ରଦ ହେବାର ଆଶା ରହିଛି। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଆମୋଦ ପ୍ରମୋଦର ମଉକା ଜୁଟିବ। ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧ ଘଟିବ। କିନ୍ତୁ ଦ୍ବିଜା ନକ୍ଷତ୍ର କର୍ମକ୍ଷେତ୍ରରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବାକୁ ଚିନ୍ତା କରିବେ। |
![]() | କର୍ମକ୍ଷେତ୍ରରେ ଅଧିକ ପାଇବା ଆଶା ଓ ବିଶ୍ବାସକୁ ନେଇ ହଇରାଣରେ ପଡ଼ିପାରନ୍ତି। ଶିଳ୍ପ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ: ପାଇବେ। ଆକସ୍ମିକ କୌଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ମୃଗଶିରା ନକ୍ଷତ୍ର ଆର୍ଥିକ ଉନ୍ନତି ହେତୁକ କେତେକ ନୂତନ କର୍ମାରମ୍ଭର ଯୋଜନା କରିପାରନ୍ତି। |
![]() | ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ହଠାତ୍ ସହକର୍ମୀଙ୍କ କଥାକୁ ସ୍ବୀକାର କରି ବ୍ୟବସାୟକୁ ବଢ଼ାଇ ଦେବା ଚିନ୍ତା କରିବେ। କର୍ମକ୍ଷେତ୍ରରେ ଭଲ ସମ୍ପର୍କ ଥିବା ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। |
![]() | ପ୍ରତ୍ୟେକ ପ୍ରକାରର ପରିସ୍ଥିତିକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିଲେ ମଧ୍ଯ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା କାରଣରୁ ଅପମାନିତ ହେବାକୁ ପଡ଼ିବ ପୁନର୍ବସୁର ପୈତୃକ ସମ୍ପିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ବନ୍ଦିତା ବଢ଼ିପାରେ । |
![]() | ଅଟକି ରହିଯାଇଥିବା କାମ ପାଇଁ ଅନ୍ୟମାନଙ୍କୁ ଆଦେଶ ଦେଇ ସମାଲୋଚିତ ହୋଇପାରନ୍ତି। ଘର କଥା ବିଶ୍ବସ୍ତ ମନେକରି ସହକର୍ମୀଙ୍କୁ କହିବା କାରଣରୁ ସମସ୍ୟା ନିମନ୍ତ୍ରଣ କରିବା ପରି ହେବ। ଉତ୍ତରାଫାଲ୍ଗୁନୀ ନକ୍ଷତ୍ରର ଗୃହସୀମାକୁ କେନ୍ଦ୍ରକରି ଥବା ବିବାଦର ସମାଧାନ ହୋଇଯିବ। |
![]() | ପାରିବାରିକ କ୍ଷେତ୍ରକୁ ଶୃଙ୍ଖଳିତ କରିବାରେ ସମର୍ଥ ହୋଇପାରିବେ ନାହିଁ। ଅବଶ୍ୟ ଚିତ୍ରା ନକ୍ଷତ୍ରର କାମ ଗୁଡ଼ିକ ଧୀର ମନ୍ଥର ଗତି ଆଗକୁ ଗଡ଼ି ଚାଲିବ। ସଭାସମିତି, ରାଜନୀତି, ପ୍ରଶାସନ କାର୍ଯ୍ୟରେସଫଳତା ହାସଲ କରିବେ। ସ୍ତ୍ରୀଙ୍କ ପରାମର୍ଶ ନେଇ କାଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। |
![]() | ଆଜି ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ଅନୁରକ୍ତି ଲାଭ କରି ପାରିବାରିକ ଦୁଃଖକୁ କିଛି ସମୟ ସକାଶେ ଭୁଲିଯିବେ। ସାମାଜିକ ସ୍ତରରେ ବିବାଦୀୟ ଘଟଣାର ଦିଗ ପରିବର୍ତ୍ତନ ହୋଇଯାଇପାରେ। ଆନଷ୍ଠାନିକ କାମ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। |
![]() | ଆଜିର ପୂର୍ବାହ୍ନ ଭଲରେ ଅତିବାହିତ ହେବା ସ୍ଥଳେ ଅପରାହ୍ନରେ ମାନସିକ ସ୍ଥିତି ଭଲ ରହିବ ନାହିଁ ମୂଲ୍ୟହୀନ କଥାଗୁଡ଼ାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଜ୍ୟେଷ୍ଠା ନକ୍ଷତ୍ରର ଧନହାନି କାରଣରୁ ଘରେ ପାଟିତୁଣ୍ଡ ହୋଇପାରେ। କର୍ମକ୍ଷେତ୍ରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। |
![]() | ଗତକାଲିର କୌଣସି ଛୋଟଘଟଣା ଆଜିର ଦିନଟିକୁ ନିରୁତ୍ସାହିତ କରିବ। ପୂର୍ବବିବାଦର ଦ୍ବାହି ଦେଇ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ପାରିବାରିକ ସ୍ଥିରତା ଆଣିବା ପରିପ୍ରେକ୍ଷୀରେ ପଡ଼ି ଧାର ଉଧାର କରିବାକୁ ପଡ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅସଫଳତା କାରଣରୁ ନିଜ ଲୋକଙ୍କୁ ସନ୍ଦେହ କରିବେ। |
![]() | ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସନ୍ତାନଙ୍କ ସ୍ଵାସ୍ଥ୍ୟ ଓ ଚିଡିଚିଡା ସ୍ଵଭାବ ଯୋଗୁ ବିଚଳିତ ହେବେ। ବନ୍ଧୁଙ୍କ ନିକଟରୁ ସୂଚନା ଲାଭ କରି ସରକାରୀ କ୍ଷେତ୍ରରୁ ଲାଭର ଆଶା କରିପାରନ୍ତି। ଆଜିର ସନ୍ଧ୍ୟା ସମୟରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । |
![]() | ସ୍ବାସ୍ଥ୍ୟ ସମସ୍ୟା ଲାଘବ ହେବାର ସୂଚନା ରହିଛି। ।ତର୍କତା ଅଭାବରୁ ଧନହାନିର ଆଶଙ୍କା ରହିଛି। ପ୍ରକାରର ଦୁଶ୍ଚିନ୍ତା ବାରମ୍ବାର ମନକୁ ଆନ୍ଦୋଳିତ କରିବା ହେତୁ କର୍ମକ୍ଷତ୍ରରେ ଅସ୍ଥିରତା ଅନୁଭବ କରିବେ। ବ୍ୟବସାୟରେ ଆଗକୁ ମାଡ଼ିଚାଲନ୍ତୁ, ଅବଶ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ରହିବ ନାହିଁ। |
![]() | କର୍ମ କ୍ଷେତ୍ରରେ କିନ୍ତୁ ବିଭିନ୍ନ ଦିଗରୁ ସାହାଯ୍ୟ, ମୀନ ସହଯୋଗର ଅଭାବ ରହିବ ନାହିଁ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ଯୋଗୁ କୌଣସି କାମ ସୁବିଧାରେ ସମ୍ପନ୍ନ ହୋଇପାରିବ ନାହିଁ। ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଦୂରଯାତ୍ରାର ଯୋଜନା ଫଳପ୍ରଦ ନ ହୋଇପାରେ । |