 | ଆଜିର ମନକାରକ ଚନ୍ଦ୍ର ନୀଚଭାବସ୍ଥ ଯୋଗୁ ଅନ୍ୟମନସ୍କତା ସହ ବ୍ୟସ୍ତତା ମଧ୍ୟରେ ସମୟକଟାଇବେ। ଯାତ୍ରା, ବାଣିଜ୍ୟ, ପରିବହନ, ସଙ୍ଗଠନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ କାରଣରୁ ଟେନ୍ସନ ପିଛା ଛାଡ଼ିବା ନାହିଁ। କ୍ରୀଡ଼ା, ଚଳଚ୍ଚିତ୍ର କଳା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ । |
 | ସ୍ବଗୃହୀ କର୍ମାଧିପତି ଯୋଗୁ ଆଜି ଦିନଟିରେ ପ୍ରତ୍ୟେକ କାର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସଫଳତା ପ୍ରାପ୍ତ କରାଇବା ସାମୁହିକ କାମରେ ବନ୍ଧୁଙ୍କ ପ୍ରଶଂସାସୂଚକ ବାକ୍ୟ ଭାବ ବିଭୋର କରାଇବ। ପରିବାରରେ ପିଲାମାନଙ୍କ ରୁଗ୍ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ। ଅବୁଝା ବ୍ୟକ୍ତିଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବାକୁ ପଡ଼ିପାରେ । |
 | ତୃତୀୟାଧିପତି ଏକାଦଶସ୍ଥ ହୋଇ ଯୋଗକାରକ ହେତୁ ଅଭିଳଷିତ ଜିନିଷ ପ୍ରାପ୍ତିରେ ଅସୁବିଧା ରହିବ ନାହିଁ। ଟିଁକିଏ ହସ ମିଶ୍ରିତ ମଧୁର କଥା ସକାଶେ ଲକ୍ଷ୍ୟହୀନ ଭ୍ରମଣ ମଧ୍ଯ କରିପାରନ୍ତି। ପୁନର୍ବସୁ ନକ୍ଷତ୍ର ଦେବଗୁରୁଙ୍କ କୃପାରୁ ସଭା ସମିତିରେ ବୁଦ୍ଧିଜୀବୀଙ୍କ ଦ୍ବାରା ସମ୍ମାନିତ ହେବେ। ଦୀର୍ଘ ଦିନର ଶତ୍ରୁତା ବିବାଦର କାରଣ ହୋଇପାରେ । |
 | ଏକାଧିକ ଗ୍ରହଜନିତ କର୍ମକ୍ଷେତ୍ରରେ ସ୍ବ ଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ବ ନେଇ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ପରିବାର ସକାଶେ ଦୂରଯାତ୍ରାରେ ଫେରିବା ବାଟରୁ ମୂଲ୍ୟବାନ୍ ଦ୍ରବ୍ୟ ଆଣିପାରନ୍ତି। ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିପାରେ। ଆର୍ଥିକ ବାଣିଜ୍ୟ, ବ୍ୟବସାୟରେ ଲାଭ ମିଳିବ |
 | ରାଶି ପ୍ରତି, ଶନିଙ୍କ ଦୃଷ୍ଟି କାରଣରୁ ସ୍ବାସ୍ଥ୍ୟହାନିଜନିତ ସାମୟିକ ମନ ମାନ୍ଦା ରହିଲେ ମଧ୍ଯ ବନ୍ଧୁଙ୍କ ଆଶ୍ବାସନାରୁ ମନ ବଦଳିଯିବ। ବିରୋଧୀ ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟା ବଢ଼ାଇ ଦେବେ। ବନ୍ଧୁଙ୍କ ନିକଟରୁ ଆବଶ୍ୟକତାଠାରୁ ଅଧିକ ଟଙ୍କା ପାଇ ଖୁସି ହେବେ। ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ। |
 | ଆଜି କର୍ମକ୍ଷେତ୍ରରେ ଚାଲାକ୍ କାମ କରି ସମସ୍ୟାକୁ ସୁଧାରି ନେବେ। ବୃହସ୍ପତି ବ୍ୟୟାଧିପ ଦୃଷ୍ଟିରେ ଥିବାରୁ ପୁରାତନ ଗାଡ଼ିଟି ବିକ୍ରି ହୋଇଯିବା ହେତୁ ଚିନ୍ତିତ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାଧାରଣ କଥାରେ ବିତର୍କ ଜନିତ ପଡ଼ୋଶୀଙ୍କ ସହ ସମ୍ପର୍କ ହାନି ଯୋଗୁ ବିରସ ମନରେ ରହିବେ। |
 | ମଙ୍ଗଳ ସ୍ବଭାବରୁ ଦୁଃସ୍ଥାନସ୍ଥ ଯୋଗୁ ଅସୁବିଧାକୁ ପ୍ରକାଶ ନ କରି ମାନସିକ କଷ୍ଟ ପାଇବେ। ପାରିବାରିକ ଜୀବନ, ରାଜନୈତିକ ସ୍ଥିତି ଓ ଆନୁଷ୍ଠାନିକ କାମରେ ପ୍ରଗତି ହେତୁ ଖୁସି ରହିବେ। ବ୍ୟବସାୟରେ ପ୍ରତିଦ୍ବନ୍ଦିତା ବଢି ବଢି ଯିବ ,କିନ୍ତୁ ବନ୍ଧୁବର୍ଗଙ୍କ ସହାନୁଭୁତି ଯୋଗୁ କର୍ମମୁଖର ହେବେ |ଚିତ୍ରା ନକ୍ଷ ନିଜ ପରିସରରେ ପ୍ରତିଷ୍ଠିତ ହେବେ | |
 | ଶନିଙ୍କ ପ୍ରଭାବରେ ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜେ କ୍ଷତିରେ ପଡ଼ିବେ। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ସାଲିସ୍ କରି ଚଳିବା ଠିକ୍ ହେବ। ଆୟ ବହୁମୁଖୀ ହେବ, କିନ୍ତୁ ଖର୍ଚ୍ଚ ମଧ୍ଯ କିଛି କମିବାର ନାହିଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜିବୀମାନଙ୍କ ପ୍ରଶଂସାଭାଜନ ହେବେ। |
 | ଧନ ମାନସିକ ଅସ୍ଥିରତା ଓ ଅସଂଯମ ଜୀବନଚର୍ଯ୍ୟାରୁ ଅନ୍ୟମନସ୍କ କିମ୍ବା ଅସାବଧାନତା ଜନିତ ସମସ୍ୟାଗ୍ରସ୍ତ ହେବ |ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି ହଜି ଯାଇଥିବା ବନ୍ଧୁଙ୍କ ଖୋଜ ଖବର ପାଇପାରନ୍ତି । ଉତ୍ତରାଷାଢ଼ା ନକ୍ଷତ୍ର ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ। |
 | ମୁଖ୍ୟ ଭାବରେ ଶନି ହେତୁ ସମସ୍ୟା ଓ ପ୍ରତିବନ୍ଧକକୁ ନୀରବଦ୍ରଷ୍ଟା ଭାବରେ ଅତିକ୍ରମ ଚିନ୍ତା କରିପାରନ୍ତି । ସତ୍ସଙ୍ଗ, ସଭାସମିତିରେ ବକ୍ତୃତା, ପ୍ରବଚନ, ଆନୁଷ୍ଠାନିକ କାମ ଓ ପ୍ରତିଯୋଗିତାରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିଲେ ମଧ୍ଯ କିଛି ଅସୁବିଧା ହେବ ନାହିଁ। |
 | ଆଜି କୋଣଭାବସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ଯେଉଁ କାମରେ ହାତ ଦେବେ ସଫଳତା ମିଳିବ। ଉତ୍ତର ଭାଦ୍ରବ ନକ୍ଷତ୍ର ସତର୍କରେ ନ ଚଳିଲେ ଵିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ସାନ୍ଧ୍ୟ ଭ୍ରମଣର ଜନଗହଳିପୂର୍ଣ୍ଣ ପରିବେଶରେ ପାଟିତୁଣ୍ଡ ହୋଇପାରନ୍ତି ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । |
 | ଶୁକ୍ର ଓ ମଙ୍ଗଳଙ୍କ ସ୍ଥିତିରୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ । ଆଲୋଚନା, ସମାଲୋଚନା, ବିତର୍କ, ପ୍ରଶାସନ, ରାଜନୀତି, ସଂଗଠନ କ୍ଷେତ୍ରରୁ ସୁଫଳ ମିଳିବ। ଘରର ବରାଦ ଅନୁସାରେ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରିସ୍ଥିତି ପ୍ରତି ସଚେତନ ନ ହୋଇ କାମ କଲେ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି । |