 | କୌଣସି ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ସାଧାରଣ କାମ ସକାଶେ ଖର୍ଚ୍ଚନ୍ତ ହେବାକୁ ପଡ଼ିବ। ପରିବାରରେ ଶାନ୍ତି ଫେରାଇ ଆଣିବା ସକାଶେ ଚେଷ୍ଟିତ ହେବେ। ଆତ୍ମୀୟତାର ପରିଚୟ ଦେଇ ଆସୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇ ପାରନ୍ତି। ଅସାବଧାନବଶତଃ କୌଣସି ଜିନିଷ ପତ୍ର ହରାଇବାକୁ ପଡ଼ିପାରେ । |
 | କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ହେତୁ ବନ୍ଧୁମାନଙ୍କ ପ୍ରଶଂସାଭାଜନ ହେବେ । ପ୍ରକାଶନ, ପରିବହନ, ପ୍ରଶାସନ, ଆଇନ, କଳା ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାମରେ ଲଗାଇ କାମ ହାସଲ କରିବେ । |
 | ଆଜି ସାଧାରଣ କଥାରେ ତର୍କ ଓ ବିବାଦ ଘଟିବାର ବହୁ ସମ୍ଭାବନା ରହିଛି। ଯାତ୍ରା କାଳରେ ଅସାବଧାନତା ହେତୁ ଅର୍ଥ କିମ୍ବା ଦ୍ରବ୍ୟ ହରାଇବେ । ପରିବାରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ଜମିଜମାରେ ଉନ୍ନତ ମାନର ଫଳ ପାଇବେ । |
 | କେତେକ କ୍ଷେତ୍ରରେ ବନ୍ଧୁଙ୍କ କାର୍ଯ୍ୟକଳାପ ଓ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ନିର୍ମାଣଧୀନା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଆହୁରି ବହୁତ ସମୟ ଲାଗିପାରେ। ଆଜି ଆପଣ ବିନୟପୂର୍ଣ୍ଣ କଥା କହି କାମ ହାସଲ କରିପାରିବେ। ଆର୍ଥିକ ସ୍ଥିତି ବଦଳିଯିବ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ଉନ୍ନତି କରିବେ। |
 | ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ଗତକାଲି ଯେଉଁ ବକେୟା ଟଙ୍କା ପାଇଁ ଚିନ୍ତା କରୁଥିଲେ, ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ। କର୍ମ କ୍ଷେତ୍ରରେ ବାଧା ଉପୁଜିବ, ତଥାପି ନିରାଶ ହେବେ ନାହିଁ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନ ପାରେ । |
 | ପ୍ରତ୍ୟେକ ପ୍ରକାରର ପ୍ରତିଦ୍ବନ୍ଦିତା, ପ୍ରତିଯୋଗିତା ତଥା ବିବାଦୀୟ ଘଟଣା କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ଅବଶ୍ୟ ମାନସିକ କିମ୍ବା ଶାରୀରିକ ଅସୁସ୍ଥତା ମଧ୍ଯ ଦେଖାଦେଇପାରେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶତୁ ଆଗରେ ନ ହେଲେ ମଧ୍ଯ ପଛରେ ନାନାଦି କଥା କହିପାରନ୍ତି। |
 | କର୍ମକ୍ଷେତ୍ରରେ ପରୋକ୍ଷ ଶତୁତା ହେତୁ କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇ ପଡ଼ିବ। ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ବାକି ରହିଥିବା ଅର୍ଥ ଆଦାୟ କରିବା ପାଇଁ କୌଶଳ ପ୍ରୟୋଗ କରିବାକୁ ପଡ଼ିପାରେ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି । |
 | ମାମୁଲି ଘଟଣାରେ ବନ୍ଧୁଙ୍କ ସହ ଉଚ୍ଚବାଚ ଘଟିପାରେ । ବନ୍ଧୁଙ୍କ ଦ୍ବାରା ପ୍ରଭାବିତ ହୋଇ ବ୍ୟବସାୟ, ବାଣିଜ୍ୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। |
 | ବନ୍ଧୁଙ୍କ ଦ୍ବାରା ପ୍ରଭାବିତ ହୋଇ ବିଭିନ୍ନ ଯୋଜନା କରିବାକୁ ମନ ବଳାଇବେ। ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ଓ ସାଙ୍ଗଠନିକ ସ୍ଥିତି ସୁଦୃଢ଼ ହୋଇପାରିବ। ପାରିବାରିକ, ପରିବହନ, ନିର୍ମାଣ ଏଜେନ୍ଶିପ୍, ପ୍ଲଟିଂ କାରବାର ଓ କଳ କାରଖାନା ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ । |
 | ପାରିବାରିକ କ୍ଷେତ୍ରରେ ଭୁଲ୍ ବୁଝାମଣା ହେତୁ ତିକ୍ତତା ଦେଖାଦେଇପାରେ। ଶିଳ୍ପ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ଯ କୌଣସି ଅସୁବିଧା ହେବ ନାହିଁ ଶିକ୍ଷା, ପରୀକ୍ଷା, ଆଲୋଚନା ଓ ସଭା ସମିତିରେ ସୁଫଳ ପାଇବେ। ବନ୍ଧୁଙ୍କ ମାଧ୍ଯମରେ ଶୁଭଖବର ପାଇ ଖୁସି ହୋଇଯିବେ। |
 | ମନୋବଳ ଅକ୍ଷୁର୍ଣ୍ଣ ରହିଥିଲେ ମଧ୍ଯ ଶାରୀରିକ ଅସୁସ୍ଥତା କାମକୁ ସ୍ଥଗିତ ରଖିବ। କିନ୍ତୁ ନିଜର ଲୋକମାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତତ୍ପରତା ବଢ଼ିପାରେ । |
 | କୌଣସି ପଦସ୍ଥ ବ୍ୟକ୍ତିଙ୍କ ପରୋକ୍ଷ ସାହାଯ୍ୟ କର୍ମକ୍ଷେତ୍ରକୁ ସରଳୀକୃତ କରିବ। ଆନୁଷ୍ଠାନିକ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ପରିବାରର ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ । କୌଣସି ଗୁରୁତ୍ବପୂର୍ଣ୍ଣ କାମଟିକୁ ଅବହେଳା କରି ଅନୁତାପ କରିବେ । |