![]() | ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସାଧାରଣ ସ୍ବାର୍ଥହାନି ହେତୁ କୁତ୍ସାରଟନା କରିବାକୁ ପଛାଇବ ନାହିଁ। ଅଶ୍ଵିନୀ ନକ୍ଷତ୍ରର ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ । ପୂର୍ବ ଯୋଜନା ଅନୁଯାୟୀ କର୍ମକ୍ଷେତ୍ରସ୍ଥ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟାକଲେ ଉପକୃତ ହେବେ। ଆଲୋଚନା ଦ୍ବାରା ସମସ୍ୟାର ସମାଧାନ ହୋଇଯିବ। |
![]() | ଆଜି କୃତ୍ତିକା ନକ୍ଷତ୍ର ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ। ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚକରି ସ୍ଥଗିତ କାମକୁ ତ୍ବରାନ୍ବିତ କରିବା ପ୍ରଯତ୍ନ କରିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ କିନ୍ତୁ ପିଲାଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । |
![]() | ଶନିଙ୍କ ପ୍ରଭାବରୁ ଆଧ୍ୟାତ୍ମିକତା ଦିଗରେ ଅନୁଧାବିତ ହୋଇପାରନ୍ତି କିନ୍ତୁ ନିଜ ପରିସରସ୍ଥ ଭିନ୍ନ ଜାତି ବିଶେଷ ପରୋକ୍ଷ ଶତୁତା ଆଚରଣ କରି ସମସ୍ୟାକୁ ବଢ଼ାଇଦେବେ। କହୁ କହୁ ଏପରି କିଛି କଥା କହିଦେବେ ଯେ କଳହ ଲାଗିଯିବ। ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। |
![]() | ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ପାଇବେ। ସନ୍ତାନଙ୍କ ସ୍ଵାସ୍ଥ୍ୟ ଓ ସ୍ଵଭାବ ଯୋଗୁ ବିଚଳିତ ରହିପାରନ୍ତି ଏବଂ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିପାରେ । ଅଦାଲତ ସମ୍ବନ୍ଧୀୟ କେତେକ ଦୁଶ୍ଚିନ୍ତା ମନକୁ ବିଷାଦିତ କରିବ। ପୁନର୍ବସୁ ନକ୍ଷତ୍ର ସକାଶେ ସମୟଟି କିଛି ସୁଖ ଓ ଦୁଃଖ ଭିତରେ କଟିବ। |
![]() | ପରିସ୍ଥିତି ସୁଧାରିବାକୁ ଯାଇ କରଜ କରିବାକୁ ବାଧ୍ଯ ହେବେ |ପୂର୍ଵା ଫାଲ୍ଗୁନୀ ନକ୍ଷତ୍ର କାହାର ଡାକରା ପାଇ ଦୂରଯାଗାକୁ ଯିବାକୁ ପଡ଼ିପାରେ । ଆଜି ଫେରିବା ସମୟରେ କୌଣସି ମୂଲ୍ୟବାନ୍ ଦ୍ରବ୍ୟ ଆଣିବା ଲାଗି ଘରୁ ବରାଦ ପାଇବେ | କ୍ରୀଡ଼ା, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ। |
![]() | କାର୍ଯ୍ୟହାନିଜନିତ କିମ୍ବା ସ୍ଥଗିତ କାର୍ଯ୍ୟ ସକାଶେ କର୍ମକ୍ଷେତ୍ରରେ ଅନୁତାପ କରିବାକୁ ପଡ଼ିପାରେ । ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ । ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । |
![]() | ରଣ ପରିଶୋଧ ‘ ପାଇଁ ବ୍ୟାକୁଳ ହେବେ। ନିଜ ଲୋକମାନେ ଇର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଗତକାଲିର ଦରଖଣ୍ଡିଆ କାମଟିକୁ ଆଜି ପୂରା କରିବେ। ସ୍ବାତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଇ ଦ୍ବନ୍ଦ୍ନରେ ପଡ଼ିପାରନ୍ତି। ପିଲାଙ୍କ ସମ୍ବନ୍ଧୀୟ କେତେକ ସମସ୍ୟା ମନକୁ ବିଶେଷ ଆନ୍ଦୋଳିତ କରିବ। |
![]() | ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ମନ କେବଳ ନେଗେଟିଭ୍ ଚିନ୍ତାରେ ଆକ୍ରାନ୍ତ ହେବ। ବିଶୃଙ୍ଖଳିତ କିମ୍ବା ଅସମାହିତ କର୍ମ ସକାଶେ ବ୍ୟସ୍ତ ହୋଇପାରନ୍ତି ଏକ ସାଧାରଣ ଘଟଣାକୁ କେନ୍ଦ୍ରକରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ ଘଟିପାରେ। ଅନୁରାଧା ନକ୍ଷତ୍ରର କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। |
![]() | କେତେକ କ୍ଷେତ୍ରରେ ମନରେ ଭୟ ଥିଲେ ମଧ୍ଯ ମୁହଁ ଟାଣ ରଖି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିନେବେ। କୌଣସି ଲୋକ ବିଷୟରେ କିଛି ନ ଜାଣି ତାହାକୁ ବିଶ୍ବାସ କରି ହଇରାଣରେ ପଡ଼ିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ପିଲାଙ୍କ ବିବାହ ପ୍ରସ୍ତାବ ସମ୍ପର୍କରେ ବନ୍ଧୁ ଖବର ଦେଇପାରନ୍ତି ବିଭିନ୍ନ ପ୍ରତିବନ୍ଧକ ହେତୁ ଉନ୍ନୟନ କାମ ବାଧାପ୍ରାପ୍ତ ହେବ। |
![]() | ଶ୍ରବଣା ନକ୍ଷତ୍ରର ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ। ଉପସ୍ଥିତ ବୁଦ୍ଧିର ପ୍ରଶଂସା କରି ପାଖ, ପଡ଼ୋଶୀମାନେ ଭୂରି ଭୂରି ପ୍ରଶଂସା କରିପାରନ୍ତି । |
![]() | ଆଜିର କାମଗୁଡ଼ିକ ବହୁତ ଅସୁବିଧା ଭିତରେ ସମ୍ପନ୍ନ ହେବ, ତେଣୁ ମାନସିକ ସ୍ଥିତି ଭଲ ରହି ନ ପାରେ । କଳା, ସାହିତ୍ୟ ଓ ସଙ୍ଗୀତ କାର୍ଯ୍ୟରୁ ପ୍ରଶଂସିତ ହେବେ ଓ ପୂର୍ବ ସମସ୍ୟାକୁ ସୁଧାରିନେବାର ପ୍ରଯତ୍ନ କରିବେ। ଧନିଷ୍ଠା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ କାଲିର କାର୍ଯ୍ୟ ଲାଗି ତତ୍ପରତା ବଢ଼ିପାରେ । |
![]() | ଆଜି ଦିନଟିରେ ସତର୍କତାର ସହ କାମ କରିବା ଭଲ ହେବ ନତୁବା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେବେ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ରେବତୀ ନକ୍ଷତ୍ର ଆର୍ଥିକ ସ୍ଵଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନିଧ୍ଯ ଲାଭରୁ ଖୁସି ହେବେ। ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ସମାଲୋଚିତ ହେବା କାରଣରୁ ଅନୁତାପ କରିବାକୁ ପଡ଼ିପାରେ । |