![]() | ତିନୋଟି କେନ୍ଦ୍ରରେ ଗ୍ରହାବସ୍ଥାନ ଯୋଗୁ କିଛି ଭଲ ଓ କିଛି ମନ୍ଦର ମିଶ୍ରିତ ଅନୁଭୂତିକୁ ନେଇ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ ଅତୀତ ଘଟଣା ବିଷୟରେ ଚିନ୍ତାକରି ବ୍ୟସ୍ତ ରହିପାରନ୍ତି। ବନ୍ଧୁମାନଙ୍କ ସହଯୋଗରେ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ଆଶା ରହିଛି। ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। |
![]() | ଉପଚୟ ସ୍ଥାନରେ ଶୁକ୍ର ପ୍ରଭାବରୁ ଅନ୍ୟଙ୍କୁ ମନେଇ କାମ କରିବାର କୌଶଳକୁ ପ୍ରୟୋଗରେ ସକ୍ଷମ ହେବେ। ସମସ୍ୟା ସମାଧାନ କ୍ଷେତ୍ରରେ ଆନୁଷଙ୍ଗିକ ଅନୁକୂଳ ପରିସ୍ଥିତି ଅବଶ୍ୟ ସୃଷ୍ଟି ହେବ । ଫାଇଲ୍ କାମ ବୃଦ୍ଧି କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। |
![]() | ପାପଯୁକ୍ତ ବୂହସ୍ପତିଜନିତ କର୍ମକ୍ଷେତ୍ରରେ ପାରସ୍ପରିକ ଅସହଯୋଗ ସମସ୍ୟା ସମାଧାନର ବାଧକ ହେବ। ମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ପାରିବାରିକ କ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ ଲାଗିରହିବ। |
![]() | ଶୁକ୍ର ଓ ମଙ୍ଗଳ ରାଶିରେ ଥିବାରୁ ଆଜି ମନ ଚାହୁଁଥିବା ପ୍ରକାରେ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ ଆର୍ଥିକ ସୁଧାର, ନିର୍ମାଣ କାର୍ଯ୍ୟ ଯୋଗାଯୋଗ, ଦୂରଯାତ୍ରା ପାଇଁ ଅସୁବିଧା ହେବ ନାହିଁ। ସାମାଜିକ ସ୍ତରରେ ଶତୁତା ବାଧା ସୃଷ୍ଟି କରିପାରେ। |
![]() | ଆଜି ବାହାର ଲୋକଙ୍କ ସକାଶେ ଯେତିକି ଭଲ ପରିଗଣିତ ହେବେ, ସେହି ଅନୁପାତରେ ନିଜ ଲୋକଙ୍କ ପାଖରେ ନୁହେଁ। କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ମଙ୍ଗଳଙ୍କ ବଳହୀନତା କାରଣରୁ ମନୋବଳ ଟାଣ ରହିବ। ମାଲିମକଦ୍ଦମାରେ ବିଜୟୀ, ବ୍ୟବସାୟରେ ଉନ୍ନତି, ରାଜନୀତିରେ ସମ୍ମାନ ପାଇବେ। |
![]() | ବୁଧାଦିତ୍ୟ ଯୋଗ ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ପ୍ରିୟ ପରିଜନଙ୍କ ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଆକସ୍ମିକ ଭାବରେ ହସ୍ତା ନକ୍ଷତ୍ର ଦୂରଯାତ୍ରା କରିବାକୁ ବାଧ୍ଯ ହୋଇପାରନ୍ତି। |
![]() | ଚନ୍ଦ୍ରଙ୍କ ସୁପ୍ରଭାବରୁ ପାରିବାରିକ ସମସ୍ୟା ସମାଧାନ ପାଇଁ ତତ୍ପର ହେବେ। ପଡ଼ୋଶୀ ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ଅଯଥା ମିଥ୍ୟାରୋପ କରି କଳହ କରିପାରନ୍ତି । ଆଲୋଚନା ସମୟରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାରୁ ଦୁଶ୍ଚିନ୍ତା ବଢ଼ି ଯାଇପାରେ। |
![]() | ସାଥୀ ସହୋଦର କଥାକୁ ଓଲଟା ଅର୍ଥରେ ଗ୍ରହଣ କରି ଦୂରେଇ ରହିବେ। ବନ୍ଧୁଙ୍କ ଅଭିମାନ, ଉପରିସ୍ଥଙ୍କ ଚାପ, କାର୍ଯ୍ୟହାନିଜନିତ ମନରେ ସରସତା ରହିବ ନାହିଁ। ମଙ୍ଗଳ କ୍ଷେତ୍ରସ୍ଥ ବୃହସ୍ପତିଙ୍କ ପ୍ରଭାବରେ ନୂତନ ଯୋଜନା ପାଇଁ କର୍ମତପ୍ପର ହୋଇ ଉଠିବେ। ପିଲାଙ୍କ କୃତିତ୍ବ, ରଚନାତ୍ମକ କାମରେ ପ୍ରଶଂସା ହେତୁ ଖୁସି ଅନୁଭବ କରିପାରନ୍ତି। |
![]() | ସାଧାରଣ ସ୍ବାର୍ଥତ୍ୟାଗ ପରିପ୍ରେକ୍ଷୀରେ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ହେତୁ ଖୁସି ରହିବେ।ମଙ୍ଗଳଙ୍କ ଯୋଗଫଳରୁ ଜମିଜମା ବିବାଦ ସମାଧାନା ପୂର୍ବକ ସଫଳତା ହାସଲ କରିବେ। ସାମାଜିକ ସ୍ତରରେ ପରୋକ୍ଷ ଶତୃତା ହେତୁ ମନଟା ଭଲ୍ ଲାଗିବ ନାହିଁ। ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ । |
![]() | କଣାକୁଜା ଯୋଗଜନିତ ଆଜି ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗରେ କାମ ହାସଲ କରିବେୋ। କିନ୍ତୁ ଧନିଷ୍ଠା ଅନ୍ୟମାନଙ୍କ ବାରଣ ନ ମାନି କାମ କଲେ କୌଣସି କ୍ଷେତ୍ରରେ ଅପମାନିତ ହେବାକୁ ପଡ଼ିପାରେ। ଉପରିସ୍ଥଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। |
![]() | ଧନାଧିପ ପାପଗ୍ରହଯୁକ୍ତ ଯୋଗୁ କେତେକ ସାମାନ୍ୟ ଭୁଲ୍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ସତର୍କତା ଅଭାବରୁ ମନିପର୍ସ କିମ୍ବା ଦରକାରୀ କାଗଜପତ୍ର ହଜାଇ ଦେଇପାରନ୍ତି। ପାରିବାରିକ କ୍ଷେତ୍ର ଓ ଆନୁଷ୍ଠାନିକ କାମରେ କୌଣସି ଅସୁବିଧା ରହିବ ନାହିଁ। ପ୍ରତ୍ୟୁଷ କାଳରେ ଆରମ୍ଭ କରିଥୁବା କାମଟି ଯଥା ସମୟରେ ସମ୍ପନ୍ନ କରିପାରିବେ। |
![]() | ଗୁରୁ ପାପଯୁକ୍ତଜନିତ ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ଯ ନିନ୍ଦା ଶୁଣିବେ। ବ୍ୟୟ ଭାର କ୍ରମଶଃ କମି ଆସିବାରୁ ସାମୟିକ ଆଶ୍ଵସ୍ତି ଲାଭ କରିପାରନ୍ତି। ହାତକୁ ନେଇଥିବା ଆଜିର କାମଗୁଡ଼ିକୁ ଅତି ଶୀଘ୍ର ଶେଷ କରିବା ପାଇଁ ବ୍ୟସ୍ତ ହୋଇ ପାରନ୍ତି। |