![]() | କୌଣସି କଥାକୁ ଠିକ୍ ଭାବରେ ନ ବୁଝି ଅଯଥା ବିରକ୍ତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପରିବହନରେ ଝଗଡ଼ାର ଆଶଙ୍କା କିନ୍ତୁ ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ନୂତନ ଯାନ୍ତ୍ରିକ ଜିନିଷ କିମ୍ବା ଗୃହୋପକରଣ କ୍ରୟକରିବା ପାଇଁ ମନ ବଳିବ। |
![]() | ପାରସ୍ପରିକ ବୁଝାମଣା ମଧ୍ଯରେ ପରିବାରରେ ଶାନ୍ତି ଫେରି ଆସିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ କେହିଜଣେ ପ୍ରତିବାଦର ସ୍ଵର ଉଠାଇ କାମରେ ବିଘ୍ନ ଘଟାଇ ପାରନ୍ତି। କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ଯ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ ପ୍ରିୟ ବନ୍ଧୁଙ୍କ ଅନୁପସ୍ଥିତିରେ ଅଶାନ୍ତିବୋଧ କରିପାରନ୍ତି। |
![]() | ଆପଣ କୌଣସି ବନ୍ଧୁଙ୍କ ସହ ମତାନ୍ତର ହେତୁକ ଅଶାନ୍ତି ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ଯ ସନ୍ଦେହ ଓ ବୁଝାମଣାର ଅଭାବ ମାନସିକ ଅଶାନ୍ତିର କାରଣ ହେବ। ଆଜି ଖର୍ଚ୍ଚାନ୍ତ ହେବେ ସିନା, ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇବାକୁ ପଡିପାରେ । |
![]() | କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ଘଟିବ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେ ନାହିଁ। |
![]() | କର୍ମକ୍ଷେତ୍ରରେ ଉପର ଅଧିକାରୀଙ୍କ ଦ୍ବାରା ମାନସିକ ଚାପ ବୃଦ୍ଧି ପାଇବ। ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସମସ୍ୟା ସମାଧାନ କରିବାକୁ ଯାଇ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେବେ। |
![]() | ଟେନ୍ସନ ଲାଗିରହିଲେ ମଧ୍ଯ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ଯ କାର୍ଯ୍ୟ ସାଧନ କରିବେ। ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦୀୟ ହୋଇପଡିବେ। କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ। ଦୀର୍ଘଦିନରୁ ସନ୍ଧାନୀ ପାଉ ନ ଥିବା ତଥା ଖୋଜୁଥିବା ଜିନିଷ ହଠାତ୍ ପାଇପାରନ୍ତି। |
![]() | ସବୁ ଥାଇ ମଧ୍ଯ ହାତ ଖାଲି ରହିବା କାରଣରୁ ¡ ଅଭାବବୋଧ ଲାଗିରହିବ। ଫେରନ୍ତା ବାଟରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଉପର ଅଧିକାରୀଙ୍କ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।ସହକର୍ମୀଙ୍କ କୃତ ମିଥ୍ୟା ଗୁଜବ ମନକୁ କରିପାରେ। |
![]() | ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନରେ ଭାବାନ୍ତର ସୃଷ୍ଟିହେବ। ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କୌଣସି ବନ୍ଧୁଙ୍କୁ ଘରକଥା କହି ମନରେ ବିଶ୍ଵାସ ହେଲା ଭଳି କାମ କରିପାରନ୍ତି। ଭୂମି, ନିର୍ମାଣାଧୀନ କାର୍ଯ୍ୟ, ଗାଡିମୋଟର ସମ୍ପର୍କିତ ଦୁଣ୍ଚିନ୍ତା ମନକୁ ଆସିବ । |
![]() | ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବା ସକାଶେ ବହୁତ ହଇରାଣ ହେବାକୁ ପଡ଼ିବ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବ। ପଡ଼ୋଶୀଙ୍କ ସାହାଯ୍ୟ ହେତୁ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ । |
![]() | ସାଙ୍ଗସାଥୀ, ପଡ଼ୋଶୀ ତଥା ସମ୍ପର୍କୀୟଙ୍କ ସହ ମିତ୍ରତା ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ମନ ଦେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। କୌଣସି ମୂଲ୍ୟବାନ୍ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ମାନସିକ ଭାରସାମ୍ୟ ହରାଇବେ । |
![]() | ଆଲୋଚନା ପରିସରରେ ସତ୍ୟ ପ୍ରକାଶ କରି ବନ୍ଧୁମାନଙ୍କ ବିରାଗ ଭାଜନ ହେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ହାତ, ପାଦରେ ଆଘାତ ଲାଗିବାର ଆଶଙ୍କା ରହିଛି। ସହକର୍ମୀ ଦେଇଥବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି କେତେକ ଅସୁବିଧାଜନକ ସ୍ଥିତି ସୃଷ୍ଟି କରିବ। |
![]() | ବିଭିନ୍ନ ପାରିବାରିକ ସମସ୍ୟା ମଧ୍ଯରେ ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ନିଜର ସମ୍ପର୍କୀୟ ବ୍ୟକ୍ତିଙ୍କ ବିରୁଦ୍ଧାଚରଣ କେତେକ ନୂତନ ସମସ୍ୟାକୁ ଜନ୍ମ ଦେଇପାରେ। କେତେକ କ୍ଷେତ୍ରରେ ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟ, ଆଲୋଚନା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। |













