 | ଆଜି ବନ୍ଧୁଙ୍କ ଗହଳଚହଳ ମଧ୍ଯରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ ।ଲ-ନାମାକ୍ଷର ବ୍ୟକ୍ତିଙ୍କ ସନ୍ତାନଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି। ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। |
 | ଏକାଧିକ ବ୍ୟକ୍ତିଙ୍କ ବିରୁଦ୍ଧାତ୍ମକ ସ୍ବର କର୍ମକ୍ଷେତ୍ରକୁ ସମସ୍ୟାବହୁଳ କରିବ। ପୂର୍ବ ଯୋଜନା ଭଣ୍ଡୁର ହେବ ଆଶଙ୍କାରେ ମନ ଅସ୍ଥିର ରହିବ। ଅର୍ଥନୈତିକ କାର୍ଯ୍ୟକ୍ରମ ଆଲୋଚନା, ସଭାସମିତି, ଆମଦାନୀ କ୍ଷେତ୍ରରେ ସଫଳତା ପାଇବେ। ବ- ନାମାକ୍ଷର ବ୍ୟକ୍ତିଙ୍କ ପରିବାରରେ ମାଙ୍ଗଳିକ କାମ ତପ୍ତରତା ଦେଖାଦେଇପାରେ । |
 | ବିଭିନ୍ନ ଦିଗରୁ ସାହାଯ୍ୟ ପାଇଲେ ମଧ୍ଯ ଆଜିର କାମ ସକାଶେ ହନ୍ତସନ୍ତ ହେବାକୁ ପଡ଼ିବ। ଇଚ୍ଛା ନ ଥିଲେ ମଧ୍ଯ କେତେକ କାମ ସକାଶେ ଅର୍ଥବ୍ୟୟ ସମ୍ଭାବନା ରହିଛି। ଘ- ନାମାକ୍ଷର ବ୍ୟକ୍ତିଙ୍କ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ। |
 | ଆଜି ଦିନଟିରେ କାର୍ଯ୍ୟସିଦ୍ଧି, ଅର୍ଥଲାଭ, କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଓ ସନ୍ତାନହେତୁକ ଗୌରବ ବୃଦ୍ଧିର ପ୍ରତୀକ ହେବ। ପାରିବାରିକ କ୍ଷେତ୍ର, ଲୋକ ସମ୍ପର୍କ, ଆନୁଷ୍ଠାନିକ କାମ ସକାଶେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ହ- ନାମାକ୍ଷର ବ୍ୟକ୍ତିଙ୍କ ବନ୍ଧୁଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଏକପ୍ରକାର ଆଶ୍ବସ୍ତି ଲାଭ କରିବେ। |
 | ଆଜି ଆରୋଗ୍ୟତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନିଧ୍ଯ ଲାଭ, ଉଚ୍ଚ ପଦପଦବୀ ପ୍ରାପ୍ତି ଓ ବୈଷୟିକ ସୁଖ, ସମୃଦ୍ଧି ଦିଗରେ ଅନୁକୂଳତା ସୃଷ୍ଟି ହେବ। ଆଇନ, ରାଜନୀତି, ଅଦାଲତ, ସଙ୍ଗଠନ, ଧାର୍ମିକ କାର୍ଯ୍ୟ ଓ ସତ୍ସଙ୍ଗ କ୍ଷେତ୍ରକୁ ରଵିମନ୍ତ କରିବ। ମ – ନାମାକ୍ଷର ବ୍ୟକ୍ତିଙ୍କ ସାହିତ୍ୟ, କଳା, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। |
 | ଆଜି ପୂ- ନାମାକ୍ଷର ବ୍ୟକ୍ତିମାନେ ଧର୍ମକାର୍ଯ୍ୟରେ ଅର୍ଥବ୍ୟୟ କରିବେ। ଜମିଜମା, ଗୃହସୀମା, କୋର୍ଟକଚେରି କ୍ଷେତ୍ରରେ ସଂକଟଜନକ ସ୍ଥିତି ସୃଷ୍ଟି ହେବ। ବନ୍ଧୁଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ମନ୍ତବ୍ୟ ଏକ ପ୍ରକାରର ନ ହେବା କାରଣରୁ କୌଣସି କଥାର ମୀମାଂସା ହୋଇପାରିବ ନାହିଁ। |
 | ତ- ନାମାକ୍ଷର ବ୍ୟକ୍ତିଙ୍କ ବିକ୍ଷିପ୍ତ ଓ ବିବାଦୀୟ ଚିନ୍ତାଧାରା ସୃଷ୍ଟିକରି କାମକୁ ବିଶୃଙ୍ଖଳିତ କରିବା ଆଶଙ୍କା ରହିଛି। ସମ୍ପର୍କୀୟମାନେ ପୁରାତନ କଥାକୁ କେନ୍ଦ୍ରକରି ଅଧୁନାଂ ଅସହଯୋଗ କରିପାରନ୍ତି। ସଭାସମିତି, ରାଜନୀତି, ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। |
 | ଆଜି ବୈଷୟିକ ସୁଖ, ସମୃଦ୍ଧି ସାଙ୍ଗକୁ ଅଥନୈତିକ ଅଭିବୃଦ୍ଧି ଓ ସାମାଜିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ନ-ନାମାକ୍ଷର ବ୍ୟକ୍ତି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁଆପଣେଇ ନେବାରେ ସମର୍ଥ ହେବେ। ବିଗତ ଦିନର କୌଣସି ଘଟଣା ସକାଶେ ଟେନ୍ସନ ବଢ଼ିପାରେ । ମାଲିମକଦ୍ଦମା, ଜମିଜମା କ୍ଷେତ୍ରରେ ସୁଫଳ ପାଇବେ। |
 | ଧନ ଆତ୍ମୀୟସ୍ବଜନଙ୍କ ନିକଟରୁ ସହାନୁଭୂତି ମଧ୍ଯ ପାଇବେ ନାହିଁ। ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରତିଯୋଗିତା ଓ ପ୍ରତିଦ୍ଧନ୍ଦ୍ରିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନି। ଭୁ- ନାମାକ୍ଷର ବ୍ୟକ୍ତି ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଉନ୍ନତି କରିବେ। |
 | ପ୍ରତ୍ୟେକ ପରିସ୍ଥିତିକୁ ସହନଶୀଳତାର ସହ ସାମ୍ନା କରିବାର ଧୈର୍ଯ୍ୟ ହାସଲ କରିବେ। ଅର୍ଥ ସଂକଟ ଦୂର ହେବା ସାଙ୍ଗକୁ ଟେକେନିକାଲ୍ କାମରେ ସୁବିଧା ପ୍ରାପ୍ତ ହେବ। ନିକଟ ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ରକରି ସମସ୍ୟା ଦେଖାଦେବ। ଧନିଷ୍ଠା ନକ୍ଷତ୍ର ପୂର୍ବ ରାଗକୁ ଶୁଝାଇବାକୁ ଯାଇ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। |
 | ପୂର୍ବଭାଦ୍ରବ ନକ୍ଷତ୍ରର ଏକ ଭିନ୍ନ ପରିବେଶରେ ଏ ମନୋରଞ୍ଜନ କାମ ପ୍ରତି ରୁଚି ବଳିବ। କଳା, ସାହିତ୍ଯ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତ ଫଳ ପାଇବେ। କୌଶଳ ଅବଲମ୍ବନ କରି ହାସଲ କରିବାକୁ ଥିବା କାମଟି ଦ୍ବାରା କରାଇନେବେ। ପରିବାର ମଧ୍ଯରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ବୃଦ୍ଧି କରିବ। |
 | ଆଜି ରେବତୀ ନକ୍ଷତ୍ର ସମୟରେ ଚାହୁଁଥିବା ଜିନିଷ ପାଇ ନ ପାରନ୍ତି। କର୍ମକ୍ଷେତ୍ରରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ନିଯୋଗ କରିବେ। ଆଲୋଚନା ମାଧ୍ଯମରେ ପାରିବାରିକ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ । |