 | ଆଜି ଅ- ନାମାକ୍ଷର ବ୍ୟକ୍ତିଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପରିସ୍ଥିତି ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ସକାକୁ ସକାଳୁ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। |
 | ବ- ନାମାକ୍ଷର ବ୍ୟକ୍ତିମାନେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ଯ କାର୍ଯ୍ୟ ସାଧନ କରିପାରନ୍ତି। ସଭାସମିତିରେ ଆଲୋଚନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ଉପରେ ପଡ଼ି ବନ୍ଧୁ କିଛି କହିବା କାରଣକୁ ନେଇ ପାରିବାରିକ ଅଶାନ୍ତି ଲାଗିରହିବ | |
 | ଭାବୁଥିବେ ଗୋଟେ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ଯ ହେବେ। ନିଜ ଇଚ୍ଛା ଅନୁଶାରେ କୌଣସି କାମ କରି ନ ପରିବାରୁ ସମାଲୋଚିତ ହେବେ। କୁ ନାମାକ୍ଷର ବ୍ୟକ୍ତି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସହକର୍ମୀମାନେ କୌଶଳରେ କାର୍ଯ୍ୟ ହାସଲ କରିବେ। |
 | ଆଜି ଆପଣ ଦ୍ବନ୍ଦ୍ବରେ ପଡ଼ି କୌଣସି ଠିକ୍ ନିଷ୍ପତ୍ତି ନେଇ ପାରିବେ ନାହିଁ। ଆକସ୍ମିକ ଭାବରେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଡ- ନାମାକ୍ଷର ବ୍ୟକ୍ତିଙ୍କର ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ଯୋଗ ରହିଛି। |
 | କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ବାରା ସହଯୋଗ ପାଇବେ | ସମ୍ପର୍କୀୟଙ୍କ ସାହାଯ୍ୟରୁ ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନସ୍ତାପ ବଢ଼ିଯାଇପାରେ। ମ- ନାମାକ୍ଷର ବ୍ୟକ୍ତିଙ୍କ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ। |
 | ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହେଯାଗରୁ ଉତ୍ସାହିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ସମ୍ଭାବନା ରହିଛି। ପୂ -ନାମାକ୍ଷର ବ୍ୟକ୍ତିମାନେ ଘର ଲୋକଙ୍କୁ ଉପେକ୍ଷା କରିବା ହେତୁ ପରକ୍ଷଣରେ ଅନତାପ କରିବାକୁ ପଡ଼ିପାରେ । |
 | କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଆସିଲେ ମଧ୍ଯ କାମ ଅଟକିବ ନାହିଁ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନ କଥା କହିବାରେ ପଛେଇ ଯିବେ । ତ- ନାମାକ୍ଷର ବ୍ୟକ୍ତିମାନେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ପାରିବାରିକ ଅଶାନ୍ତି ହେତୁକ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। |
 | ପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। ନ-ନାମାକ୍ଷର ବ୍ୟକ୍ତିମାନେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ଆଶଙ୍କା ରହିଛି। କଳା, ସଙ୍ଗୀତ, ଚଳଚିତ୍ର, କଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ । କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବେ । |
 | ଆଜି ପାରିବାରିକ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଉଚ୍ଚ ପ୍ରଶଂସିତ ହେବେ। ଭ- ନାମାକ୍ଷର ବ୍ୟକ୍ତିମାନେ ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ କଳହ ଦେଖାଦେଇପାରେ। ଖଳ ଲୋକମାନଙ୍କ ଉଦ୍ଦେଶ୍ୟମୂଳକ ମିଥ୍ୟା ଗୁଜବରେ ଆତକିତ ହୂଅନ୍ତୁ ନାହିଁ। |
 | ପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ବାସ୍ଥ୍ୟ ଵିଶେଷ ଭଲ ରହି ନ ପାରେ। ଖ-ନାମାକ୍ଷର ବ୍ୟକ୍ତିମାନଙ୍କ କର୍ମକ୍ଷେତ୍ରରେ ସମସ୍ୟା ଜନିତ ମନ ବିଚଳିତ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଦୂରଯାତ୍ରାର ସୁଯୋଗ ପାଇବୋ ସ୍ବାସ୍ଥ୍ୟପ୍ରତି ଅବହେଳା କରି ଅନୁତାପ କରିପାରନ୍ତି। |
 | ଆଜି ଶ- ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ସହଜରେ ହାତକୁ ଏ ନେଇଥୁବା କାମଗୁଡ଼ିକ ସମ୍ପନ୍ନ ହୋଇଯିବ। ଶିଳ୍ପ ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କୌଣସି ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ପରିବାରରେ ପୈତୁକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ । |
 | ପାଖ ପଡ଼ୋଶୀଙ୍କ ସହ ସମ୍ପର୍କରେ ଅବନତି ଘଟିବା ପାଇଁ ଚେଷ୍ଟା କଲେ ଅବଶ୍ୟ ଉପକୃତ ହେବେ । ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ବ୍ୟବସାୟରେ ସଫଳତା ହାସଲ କରିବେ କିନ୍ତୁ ପରିବହନରେ ସମସ୍ୟା ଲାଗି ରହିବ। ଚ- ନାମାକ୍ଷର ବ୍ୟକ୍ତିଙ୍କ ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ। |