![]() | ଆଜି ଚନ୍ଦ୍ରମଙ୍ଗଳ ଯୋଗଜନିତ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ସ୍ମରଣୀୟ ରହିବ। ଏହାସାଙ୍ଗକୁ ଅର୍ଥ, ସମ୍ମାନ, ଉପଢ଼ୌକନ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି। ଅବଶ୍ୟ ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁ ମିଳନ, ନୂତନ ବସ୍ତ୍ରାଭରଣ, ସୌଜନମୂଳକ ସାକ୍ଷାତ ମାନସିକ ସ୍ଥିତିକୁ ରଦ୍ଧିମନ୍ତ କରିବ। |
![]() | ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରେ ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଗୈରବାନ୍ବିତ ମନେକରିପାରନ୍ତି। ସାହାଯ୍ୟ ଆଶାରେ ସମ୍ପର୍କୀୟମାନେ ସହାୟତାର ହାତ ବଢ଼ାଇବେ। ସମସ୍ୟା ରହିଥିଲେ ମଧ୍ଯ କାମ ହାସଲ ପାଇଁ ପ୍ରତିବନ୍ଧକ ଜିବ ନାହିଁ। ଆଜି ପ୍ରତିଯୋଗିତାରେ ସଫଳତା,ମାଲିମକଦ୍ଦମାରେ ବିଜୟ ଓ ଶତ୍ରୁକୁ ପରାସ୍ତ କରିବାରେ ସହାୟକ ହେବେ। |
![]() | ଭାଗ୍ୟ ସ୍ଥାନରେ ଶୁକ୍ର ଥିବାରୁ ଆଜି ପ୍ରତିଷ୍ଠା ଓ ପ୍ରଶଂସା ରେ ନିକକୁ ହଜାଇ ଦେଇପାରନ୍ତି।ସକାଳୁ କାହାର ଡାକରା ଆପଣଙ୍କୁ ଚଳଚଞ୍ଚଳ କରାଇପାରେ । ପାରିବାରିକ ସ୍ଥିତି ମନକୁ ବିଷାଦିତ କରିପାରେ । କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍ ନିଷ୍ପତ୍ତି ଏକତରଫା ହୋଇଯାଇପାରେ, ଯାହାକୁ ନେଇ ସମାଲୋଚିତ ହେବାକୁ ପଡ଼ିପାରେ । |
![]() | ରାଶ୍ୟାଧିପ ଏକାଦଶସ୍ଥ ଯୋଗୁ ଅର୍ଥନୈତିକ ପ୍ରଗତି କିମ୍ବା ଯାନବାହନ କ୍ରୟ କରିବା ଏବଂ ଶିଳ୍ପ, ବାଣିଜ୍ୟ, ପରିବହନ ବାଧାପ୍ରାପ୍ତ ହେବ ନାହିଁ। ଅତୀତ କଥା ଓ ଉପସ୍ଥିତ ସମସ୍ୟା ସମ୍ପର୍କରେ ଚିନ୍ତାକରି ମନ ଉଦ୍ବିଗ୍ନ ରହିପାରେ। ବନ୍ଧଙ୍କୁ କଥାରେ ପ୍ରଭାବିତ ହୋଇ ଭୁଲ କାମ କରିପାରନ୍ତି। |
![]() | ଶନିଙ୍କ ଦୃଷ୍ଟିରେ ଅର୍ଥହାନି, ପାରିବାରିକ ଝଗଡ଼ା, ପରିବହନରେ ସମସ୍ୟା ହୋଇପାରେ। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସି ଓ ସଭାସମିତିରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ଆନୁଷ୍ଠାନିକ କାର୍ଯ୍ୟ ଜମିଜମା, ମାଲିମକଦ୍ଦମା ସମ୍ପର୍କିତ ଦୁଶ୍ଚିନ୍ତା ମଧ୍ଯ ରହିବ। |
![]() | ସକାଳୁ ଆକସ୍ମିକ ଯାତ୍ରାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଭଲ ସମ୍ପର୍କ ନ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତ,ଏଣୁ ସତର୍କ ରହିବା ଭଲ। ଆତ୍ମୀୟଙ୍କ ପରାମର୍ଶରେ ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। |
![]() | ବିଚାର ଅନୁସାରେ କାମ କରିବା ଭଲ, କିନ୍ତୁ ଅନ୍ୟ ଦ୍ବାରା ପ୍ରଭାବିତ ହୋଇ କୌଣସି କର୍ମାରମ୍ଭ କଲେ ଭୁଲ୍ କରିବେ। ନିର୍ମାଣାଧୀନ କାମ, ଚୁକ୍ତିପତ୍ର ବିବାଦୀୟ ଘଟଣା ଓ ଜମିଜମା କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ। ସଭାସମିତି, ଲେଖାପଢ଼ା, କଳା, ସାହିତ୍ଯ, ବକୃତା କ୍ଷେତ୍ରରୁ ପ୍ରଶଂସିତ ହେବେ । |
![]() | କିଛି କାମରେ ସନ୍ତୋଷ ପାଇବା ସାଙ୍ଗକୁ କିଛି ବିରକ୍ତିକର ପରିସ୍ଥିତି ମଧ୍ୟ ସାମ୍ନାକୁ ଆସିବ | ଅଫିସ୍ କାମରେ, ପ୍ରଶାସନିକ ସ୍ତରରେ, ରାଜନୈତିକ କ୍ଷେତ୍ରରେ ମଧ୍ଯାହ୍ନରେ ଟେନସନ୍ ଦୂର ହେବ। ନୂତନ ବସ୍ତ୍ରଭୂଷଣ,, ସମ୍ମାନ ପ୍ରାପ୍ତି ଯୋଗ ମଧ୍ଯ ରହିଛି। ବନ୍ଧୁଙ୍କ ପରାମର୍ଶରେ ପାରିବାରିକ ସମସ୍ୟା ସଜାଡ଼ିବାରେ ଯତ୍ନବାନ ହେବେ। |
![]() | ପ୍ରତ୍ୟେକ କଥାକୁ ସକାରାତ୍ମକ ଦୃଷ୍ଟିରୁ ବିଚାରକଲେ ଉପକୃତ ହେବେ। ବିରକ୍ତିଭାବ ଦୂରେଇଯିବ,ଧୈର୍ଯ୍ୟ ବୃଦ୍ଧି ପାଇବ, ଯାହାକି ଆଜି ପାଇଁ ତାହାର ଆବଶ୍ୟକତା ରହିଛି। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ମିତ୍ର, ବନ୍ଧୁଙ୍କ ପରାମର୍ଶ ମାନିବା ଭଲ। କଳା, ସଙ୍ଗୀତ, ସାହିତ୍ୟ ଓ ସାମ୍ବାଦିକତାରେ ସମ୍ମାନିତ ହେବେ | |
![]() | ଆଜି ବିନୟର ସହ କହି ଯେକେହି ବ୍ୟକ୍ତି ଆପଣଠାରୁ କାମ ହାସଲକରି ନେଇପାରିବ। ବ୍ୟବସାୟିକ ଦିଗଟି ଭଲ ରହିଲେ ମଧ୍ଯ ପାରିବାରିକ ସ୍ଥିତି ଭଲ ରହିବ ନାହିଁ। ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାରାଦି କ୍ରୟ କରିପାରନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି କିନ୍ତୁ ବନ୍ଧୁ ସମ୍ପର୍କ ହାନି ଆଶଙ୍କାରେ ଚିନ୍ତିତ ରହିବେ । |
![]() | ପ୍ରତିବନ୍ଧକ ଆଜି ଆପଣଙ୍କ କାମକୁ ଅଟକାଇ ରଖିପାରିବ ନାହିଁ। ବିବାଦୀୟ ଘଟଣାରେ ମଧ୍ଯସ୍ଥତା କରି ମଧ୍ଯ ପ୍ରଶଂସିତ ହୋଇପାରନ୍ତି କିନ୍ତୁ କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। |
![]() | ଆକସ୍ମିକ ଭାବରେ ଜଣେ ବନ୍ଧୁଙ୍କ ସହ ଦେଖା ହୋଇଯିବ, ଯେକି ଆଗାମୀ ସମୟରେ ଆପଣଙ୍କ କାମକୁ ଆସିବେ। ପଡ଼ୋଶୀଙ୍କ କଥାରେ ଚିହ୍ନା ପଡ଼ି କୌଣସି କାମ କରିବା ଠିକ୍ ହେବ ନାହିଁ। ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଭ୍ରମଣ, ରାଜନୀତି,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ ଦିନଟି ବହୁତ ଭଲ। |