![]() | ଆଜି ଅଶ୍ଵିନୀ ନକ୍ଷତ୍ର ସକାଳୁ ସକାଳୁ ଆଶା କରୁଥିବା ଶୁଭ ଖବର ପାଇ ଖୁସି ହୋଇଯିବେ। ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଆମୋଦ ପ୍ରମୋଦର ମଉକା ଜୁଟିପାରେ ।ଆନୁଷ୍ଠାନିକ ଓ ସାଂସ୍କୃତିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । |
![]() | କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ଯ କୌଣସି କାମ ଅଟକିବ ନାହିଁ। ବୁଝାମଣା ଅଭାବରୁ ପରିବାର ମଧ୍ଯରେ ମତପାର୍ଥକ୍ୟ କଳହର କାରଣ ପାଲଟିଯିବ। ମୃଗଶିରା ନକ୍ଷତ୍ର ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ରଣ ପରିଶୋଧକୁ କେନ୍ଦ୍ରକରି କରଜଦାତାଙ୍କ ସହ ଯୁକ୍ତିତର୍କ ଲାଗିପାରେ । |
![]() | ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇ ଖୁସି ହୋଇପାରନ୍ତି। ପୁନର୍ବସୁ ନକ୍ଷତ୍ର କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବୃଦ୍ଧି ପାଇବ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅର୍ଥାଭାବକୁ ଦୂରେଇବା କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । |
![]() | କାମର ଚାପ ବୃଦ୍ଧି ଯୋଗୁ ଶାନ୍ତିରେ ରହିପାରିବେ ନାହିଁ ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନ ଥିବ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସହଯୋଗରେ ଅନୁଷ୍ଠାନିକ କାମ ସହଜରେ ସମ୍ପନ୍ନ ହୋଇଯିବ ସ୍ବାତୀ ନକ୍ଷତ୍ର ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। |
![]() | ବହୂ ଦିନରୁ ପ୍ରସ୍ତୁତି ଚଳାଇଥିବା କାର୍ଯ୍ୟଟି ଆଜି ହିଁ ସାକାର ରୂପ ନେବ। କୌଣସି ଶୁଭ ଖବର କିମ୍ବା ମୂଲ୍ୟବାନ ଜିନିଷ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ। ଅଶ୍ଳେଷା ପରିବାରରେ ପୈତୃକ ସମ୍ପିତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। କୋଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ଭୁଲ କାମ କରିପାରନ୍ତି। |
![]() | ପାରିବାରିକ ସମସ୍ୟା ହିତୈଷୀଙ୍କ ସାହାଯ୍ୟ ଓ ସହଯୋଗରୁ ସମାଧାନ ହୋଇଯିବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ପୂର୍ବାଫାଲଗୁନୀ ନକ୍ଷତ୍ରର ଅର୍ଥସଙ୍କଟଜନିତ କୌଣସି ଗୁରୁତ୍ଵପୂର୍ଣ୍ଣ କାମଟି ଅସମ୍ପୂର୍ଣ୍ଣର ରହିଯାଇପାରେ। ଦୂରାଗତ କୌଣସି ପ୍ରିୟଜନଙ୍କ ଆଗମନୀ ବାର୍ତା ପାଇ ଖୁସି ହେବେ। |
![]() | କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଆକସ୍ମିକ ଆବିର୍ଭାବ ପରିସ୍ଥିତିକୁ ଏପଟସେପଟ କରିଦେଇପାରେ। ବନ୍ଧୁଙ୍କ ପରାମର୍ଶ ନେଇ କାଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବୋ। ଚିତ୍ରା ନକ୍ଷତ୍ର ସକାଶେ ସରକାରୀ କାମରେ ହଠାତ୍ ଦୂରଯାତ୍ରା କରିବାକୁ ପଡିପାରେ । |
![]() | କାମର ଚାପ ବୃଦ୍ଧି ଯୋଗୁ ଶାନ୍ତିରେ ରହିପାରିବେ ନାହିଁ ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନ ଥିବ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସହଯୋଗରେ ଅନୁଷ୍ଠାନିକ କାମ ସହଜରେ ସମ୍ପନ୍ନ ହୋଇଯିବ ସ୍ବାତୀ ନକ୍ଷତ୍ର ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। |
![]() | ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହୁଥିବା କାରଣରୁ ଆଜି କୌଣସି କାମ ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ |ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ଵାର୍ଥବାଦୀ ହୋଇପଡ଼ିବ। ବିଶାଖା ନକ୍ଷତ୍ର ଅସାବଧାନତା କାରଣବୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ । |
![]() | ବାରମ୍ବାର ମତାନ୍ତର, ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସନ୍ତାନଙ୍କ ସ୍ଵାସ୍ଥ୍ୟହାନି ଓ ବିଶୃଙ୍ଖଳିତ ସ୍ଵଭାବ ଯୋଗୁ ବିଚଳିତ ହୋଇପାରନ୍ତି। ପଡ଼ୋଶୀ ସହ ଶତ୍ରୁତା କାରଣରୁ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସହକର୍ମୀଙ୍କ ପରାମର୍ଶରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। |
![]() | ଭୁଲ୍ କାର୍ଯ୍ୟପଦ୍ଧତି ଅନୁସରଣ କରିବା କାରଣରୁ ଯୋଜନାଟି ବିଗିଡି ଯାଇପାରେ। ପରିବାରର ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବା ହେତୁ ସାମୟିକ ଚିନ୍ତିତ ରହିପାରନ୍ତି। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବା କାରଣରୁ ବ୍ୟସ୍ତତା ବୃଦ୍ଧି ଘଟିବ। କୌଣସି ବନ୍ଧୁକ ଉପସ୍ଥିତିଜନିତ ମାନସିକ ସ୍ଥିତି ଭଲ ରହି ନ ପାରେ । |
![]() | ବାରମ୍ବାର ଅସଫଳତା ଲାଗିରହିବା କାରଣରୁ ମନରେ ବିଭିନ୍ନ ପ୍ରକାର କଳ୍ପନା ଜାଗ୍ରତ ହେବ। ଜମିଜମା କାରବାର କିମ୍ବା ମୂଲ୍ୟବାନ ଜିନିଷ କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ସାମୟିକ ଭାବରେ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି । |