![]() |
ବିବିଧ ଉପାୟରେ ଧନ ଅର୍ଜନ କରି ସଞ୍ଚୟାଭିମଖୁୀ ହେବେ। ବହୁ ଧାର୍ମିକ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁବିଦ୍ୟା ପାରଙ୍ଗମ୍ ହୋଇପାରନ୍ତି।ସଦାସର୍ବଦା ପ୍ରୀତିପୂର୍ଣ୍ଣ ରହିବେ। |
![]() |
ରାଜେଶ୍ୱର ପଦପଦବୀ ପ୍ରାପ୍ତିର ସୁଯୋଗ ଅଛି। ସୁଦୃଶ୍ୟ ଶରୀରଯୁକ୍ତ ହୋଇପାରନ୍ତି। ଧୃତି ସତ୍ୟଯୁକ୍ତ ହେବେ। ମହାନ୍ ପ୍ରଭାବଶାଳୀ ହୋଇପାରନ୍ତି।ହସ, ଖୁସିରେ ଦିନଟି ବିତିବ। |
![]() |
ସାଧନାରୁ ସୁଫଳ ମିଳିବ। ନିଜ ମିତ୍ର, ଶତ୍ରୁତା ଆଚରଣ କରିପାରନ୍ତି। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି।ମଧରୁ ଭାଷାରେ ପରକୁଆପଣାଇ କରିପାରନ୍ତି।ବ୍ୟୟ ବୃଦ୍ଧି ହୋଇପାରେ। |
![]() |
ଲୋକପୂଜ୍ୟ ହୋଇପାରନ୍ତି।ଶତ୍ରୁତାର ଅବସାନ ଘଟାଇ ଆଶ୍ୱସ୍ତ ହେବେ। ବ୍ରହ୍ମବେତ୍ତା ହୋଇପାରନ୍ତି।ଜ୍ଞାନଗରିମାଯୁକ୍ତ ହେବେ। ସରକାରଙ୍କ ତରଫରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ। |
![]() |
ପ୍ରାଣୀମାନଙ୍କ ପାଇଁ ଦୟାର ସାଗର ହୋଇପାରନ୍ତି।ସଦା-ସର୍ବଦା କର୍ମତତ୍ପର ରହିବେ। ଆର୍ଥିକ ସ୍ତିତି ଅନୁକୂଳ ରହିବ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ। ବନ୍ଧୁ ପ୍ରୀତିଅକ୍ଷୁଣ୍ଣ ରହିବ। |
![]() |
ବିଶାଳ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। ଜନସାଧାରଣଙ୍କ ନୟନାଭିରାମ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। କ୍ଷମତାର ସୁବିନିଯୋଗ କରି ଲୋକପ୍ରିୟତା ଅର୍ଜନ କରିବେ। |
![]() |
ଆତ୍ମୀୟ ସ୍ୱଜନଙ୍କଠାରୁ କ୍ଲେଶର ସମ୍ମୁଖୀନ ହୋଇପାରନ୍ତି।ଧର୍ମାସକ୍ତ ହେବେ। ମତିମାନ୍ ହୋଇପାରନ୍ତି।ପୁତ୍ରମିତ୍ର ହେତୁ ସୁଖ ଭୋଗ କରିବେ। ସରକାରଙ୍କ କୋପଦୃଷ୍ଟି ଅଛି। ଧନଧାନ୍ୟ ହାନି ହୋଇପାରେ। |
![]() |
ପୁଣ୍ୟବାନ୍ ହେବେ। ଗରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଲାଭବାନ୍ ହେବା ସହିତ ପ୍ରଶଂସାର ପାତ୍ର ହେବେ। ଚେଷ୍ଟା ସୁଶୀଳ ଓ ସୁଗମ ହେବ। ବିନୟୀ ଭାବ ଯୋଗଁ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ। |
![]() |
ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଦର୍ଶନୀୟ ହୋଇପାରନ୍ତି। ଭୋଗୀ ହେବେ। ତେଜୀୟାନ୍ ହୋଇପାରନ୍ତି।କର୍ମଚଞ୍ଚଳ ରହିବେ। ବହୁ ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଶତ୍ରୁତାର ଅବସାନ ଘଟିବ। |
![]() |
ପ୍ରଥିତ ପ୍ରଭାବ ସମ୍ପନ୍ନ ହୋଇପାରନ୍ତି।ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତେଜୀୟାନ୍ ହେବେ। ସୁସ୍ଥ ରହିବେ। |
![]() |
ପ୍ରଭୁତା ବିସ୍ତାର କରିପାରନ୍ତି।ମହାମନୁଷ୍ୟ ପଦବାଚ୍ୟ ହେବେ। କୁଳ ପ୍ରଧାନ ହେବା ଆଶା କରାଯାଏ। ମାତାପିତାଙ୍କର ସ୍ନେହାସ୍ପଦ ହେବେ। ସ୍ୱକୀୟ ମୂଲ୍ୟବୋଧ ସିଦ୍ଧାନ୍ତକୁ ନେଇ ଅଗ୍ରଗାମୀ ହେବେ। |
![]() |
ସକଳ ଗୁଣଯୁକ୍ତ ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି।ସାହସୀ ଓ କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିପାରନ୍ତି।ଶାସ୍ତ୍ରପଟୁ ହୋଇପାରନ୍ତି।ପୁଣ୍ୟ ଦେହୀ ଓ ରାଜବଂଶ ପୂଜିତ ହେବେ। |