 | ଆଜି ମୁଖ ଭାବରେ ରବି ଓ ବୁଧ ହେତୁ କଠୋର ବାକ୍ୟାଳାପରୁ ଦୁରେଇ ଗହିବା ଭଲ ହେବ | ଅନନ୍ୟୋପାୟ ହୋଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ।ପରଶ୍ରୀକାତରତା ଯୁକ୍ତ ବନ୍ଧୁମାନଙ୍କ ପରୋକ୍ଷ ଶତୁତା ପ୍ରତି ପଦକ୍ଷେପରେ ସାମୟିକ ବାଧା ସୃଷ୍ଟି କରିପାରେ । |
 | କର୍ମକ୍ଷେତ୍ରରେ ସାଧାରଣ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି କିଛି ମନ୍ଦ ହବନି |ଆତ୍ମୀୟସ୍ବଜନଙ୍କ ଦ୍ବାରା ସାହାଯ୍ୟ, ସହଯୋଗ ଲାଭର ସୂଚନା ରହିଛି। କୌଣସି ଆନୁଷ୍ଠନିକ କାମ କିମ୍ବା ସଭାସମିତିରେ ସାମିଲ ହେବାର ସୁଯୋଗ ପାଇବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ପରିସ୍ଥିତି ସୃଷ୍ଠି ହୋଇପାରେ । |
 | ସାମାନ୍ୟ ବିଳମ୍ବରେ କର୍ମକ୍ଷେତ୍ରରେ ଆନୁଷଙ୍ଗିକସାହାଯ୍ୟ ସହଯୋଗ ମଧ୍ଯ ପାଇବେ। ଶିଳ୍ପ, ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ଫଳପ୍ରାପ୍ତି ହୋଇପାରେ । ଯେ କୌଣସି କ୍ଷେତ୍ରରେ ହେଉ ନା କାହିଁକି ଆଜି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଚିନ୍ତା କରିଥୁବା କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବ । |
 | ବନ୍ଧୁମାନଙ୍କ ସାହାର୍ଯ୍ୟ ଲାଭକରି ଦୀର୍ଘଦିନର ଆଶା ଫଳବତୀ ହେବାର ସୂଚନା ପାଇ ମନ ପ୍ରଫୁଲ୍ଲ ହୋଇଯିବ |ଶିଳ୍ପ ,ବ୍ୟବସାୟ ,ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଦୂରୀଭୂତ ହୋଇଯିବ। ଆତ୍ମୀୟମାନଙ୍କ ଅନାଦରଭାବ, ଅସ୍ଥିରତାଯୁକ୍ତ ନିଷ୍ପତ୍ତି, ଉଦ୍ ଯୋଗର ପ୍ରତିରୋଧ ସାମୟିକ ମନକୁ ହଲ୍ଚଲ୍ କରିପାରେ। |
 | ପରିବାରରେ ଅର୍ଥ ସମ୍ପର୍କୁ କେନ୍ଦ୍ରକରି ବିବାଦୀୟ ପରିଣତି ଦେଖାଦେବାର ଆଶଙ୍କା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖିଲେ ମଧ୍ଯ ପ୍ରତିବନ୍ଧକ ପିଛା ଛାଡିବା ନାହିଁ। ଆବଶ୍ୟକ ଅର୍ଥ ସଂଗ୍ରହ, ପିଲାମାନଙ୍କ ବିଶୃଙ୍ଖଳିତ ଚିନ୍ତାଧାରା ମନକୁ ଭାରାକ୍ରାନ୍ତ କରିବ। ଏଣେ କମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି | |
 | କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷା ସଫଳତା ପାଇପାରରନ୍ତି। ତଥାପି ବିବାଦୀୟ ସ୍ଥିତି, ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ବିଜୟ ଲାଭ ନିଶ୍ଚିତ। ରୋଗ,ରଣ ଓ ପରୋକ୍ଷ ଶତୁତା ଯୋଗୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ। ଦୀର୍ଘଦିନରୁ ଲାଗି ରହିଥିବା ମାଲିମକଦ୍ଦମାର ଫଇସଲା ଆଜି ସମ୍ପୂର୍ଣ୍ଣ ହୋଇଯିବାର ସମ୍ଭାବନା ରହିଛି। |
 | ଧନାଧିପ ଉଚ୍ଚସ୍ଥ ହେତୁ ଉନ୍ନତ ଆର୍ଥିକ ସ୍ଥିତି ମନୋବଳ ବୃଦ୍ଧିରେ ସହାୟକ ହେବ। ସମାଲୋଚିତ ହେଲେ ମଧ୍ଯ ସତ କହିବାକୁ କଦାପି ପଛେଇ ରହିପାରିବେ ନାହିଁ। କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି| ନିର୍ମାଣ କାର୍ଯ୍ୟରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ। |
 | ଚିନ୍ତା କରିଥିବା କଥା ଓ କାମ ବିଗିଡିଯିବାରୁ ଅଧିକାଂଶ ସମୟଚିନ୍ତିତ ରହିବାକୁ ପଡିପାରେ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି।ଅବଶ୍ୟ ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ବ୍ୟବସାୟକ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। |
 | କୌଣସି ପ୍ରକାରର ଅସୁବିଧା ନ ଥିଲେ ମଧ ଅତୀତ ଘଟଣାକୁ ନେଇ ମାନସିକ ଅବସାଦ ଲାଗି ରହିବା କାରଣରୁ ନିରୁତ୍ସାହିତ ରହିବେ। ପୁଣି ସ୍ଵାସ୍ଥ୍ୟ ସମସ୍ୟା, ପାରିବାରିକ ମତମତାନ୍ତର, ନିକଟ ସମ୍ପର୍କୀୟମାନଙ୍କ ଅନାସ୍ଥାଭାବ ମନରେ ଭାବନ୍ତର ସୃଷ୍ଟି କରିବ। ଅବଶ୍ୟ କର୍ମକ୍ଷେତ୍ରରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ। |
 | ଆଜିର କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସାମାନ୍ୟ ପ୍ରତିରୋଧର ସାମ୍ନା କରିବାକୁ ପଡିବ। ସମସ୍ୟା ଲାଗି ରହିଲେ ମଧ୍ଯ ପରିବାରର ସମର୍ଥନ କ୍ରମେ ଯେ କୌଣସି କାର୍ଯ୍ୟ କରିବାରେ ସମର୍ଥ ହେବେ।ତଥାପି କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି । |
 | ପ୍ରତ୍ୟେକ ସ୍ତରରେ କାର୍ଯ୍ୟଦକ୍ଷତା ହେତୁ ଲୋକପ୍ରିୟତା ହୋଇଥିବାରୁ କଠିନତର କାମକୁ ମଧ୍ଯ ସହଜରେ କରିପାରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧରୁ ଉପକୃତ ହେବେ। ପରିବାର ସକାଶେ ଧାର ଉଧାର କରିବାକୁ ପଡିପାରେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ ହଠାତ୍ ଯାତ୍ରା ସ୍ଥଗିତ ରହିଯାଇପାରେ । |
 | କର୍ମକ୍ଷେତ୍ରରେ ହାତପାଆନ୍ତାରେ ସୁଯୋଗ ପାଇ କାମ ହାସଲ କରିବେ |ରାଜନୈତିକ ସ୍ତରରେ ହଠାତ୍ ବୋରୋଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି |ପଡୋଶୀଙ୍କଠାରୁ ଶୁଣାକଥାରୁ ବିଶ୍ବାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି |ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି | |