 | ଆଜି ଅଶ୍ଵିନୀ ନକ୍ଷତ୍ର ଦୂରଦର୍ଶିତା ବିହୀନ କାର୍ଯ୍ୟ ଯୋଗୁ ମାନସିକ ସୁସ୍ଥତା ହରାଇବେ। ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ୍ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଅସୁବିଧାରେ ପକାଇବେ । ବ୍ୟବସାୟିକ, ପାରିବାରିକ ଓ ଆନୁଷ୍ଠାନିକ ସ୍ଥିତି ପ୍ରାୟତଃ ଠିକ୍ ରହିବ। |
 | ବନ୍ଧୁଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ। ଘରର ବରାଦ ଅନୁସାରେ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ସ୍ଵାସ୍ଥ୍ୟସମସ୍ୟା ସୃଷ୍ଟି ହେବା ସାଙ୍ଗକୁ ପାରିବାରିକ ସମସ୍ୟା ଆଜିର ଯାତ୍ରାକୁ ସ୍ଥଗିତ ରଖିବ। |
 | ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ଯ କର୍ମ ଓ ପାରିବାରିକ କ୍ଷେତ୍ର ଶୃଖଂଳିତ ରହିବ। ପଡ଼ୋଶୀମାନେ ଭୂରି ଭୁରି ପ୍ରଶଂସା କରିବେ। ପ୍ରକାଶନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଦ୍ବନ୍ଦ୍ଵ ଦୂରହେବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଏବଂ ନିକଟସ୍ଥ ବନ୍ଧୁମାନେ ଏହି ଦିଗରେ ସାହାଯ୍ୟ କରିବେ। ଅନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। |
 | ମାନସିକ ଅସ୍ଥିରତା କାରଣରୁ ବିଭିନ୍ନ ଯୋଜନା କରି ମଧ୍ଯ ଉପକୃତ ହୋଇପାରିବେ ନାହିଁ। ସଭାସମିତି କିମ୍ବା ଅଫିସ୍ କାମରେ ନୂତନ ଦାୟିତ୍ବ ହାତକୁ ନେଇପାରନ୍ତି। ବହୁଦିନ ଧରି ଲାଗି ରହିଥିବା ରୋଗପୀଡ଼ାରେ କଷ୍ଟ ଅନୁଭବ କରିବେ। ଆପଣ ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ବନ୍ଧୁ ଅଭିମାନ କରିପାରନ୍ତି। |
 | ଯେତେ ଭଲ କାମ କଲେ ମଧ୍ଯ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ । ପରିବାରରେ ଭୁଲ୍ ବୁଝାମଣା ଲାଗି ରହିବାରୁ ଟେନ୍ସନ ଲାଗି ରହିବ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । |
 | ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ଆଲୋଡ଼ିତ କରିବା କାରଣରୁ ଅଶାନ୍ତ ରହିବେ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ଲାଗି ଅନ୍ୟର ସାହାଯ୍ୟ ନେବେ। ଆଜି ଯାନବାହନ, ବିବାଦୀୟ ସ୍ଥାନ, ଏକାକୀ ଯାତ୍ରାରୁ ଦୂରେଇରହିବା ଭଲ । କଳା, କାରିଗରି, ସାହିତ୍ୟ, ସଙ୍ଗୀତ ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । |
 | ନିଜର ଦକ୍ଷତା ଓ ପ୍ରତ୍ୟୁତ୍ପନ୍ନମତିତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇପାରିବେ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ ଭ୍ରମଣ ଯୋଗୁ କ୍ଲାନ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗି ନ ପାରେ । |
 | ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁକୁ ଆପଣେଇନେବେ । ଅନୂରାଧା ନକ୍ଷତ୍ରର ବିଗତ ଦିନର କୌଣସି ଘଟଣା ସକାଶେ ଟେନ୍ସନ ବଢ଼ିପାରେ। ମାତ୍ରାଧିକ ଭ୍ରମଣ କିମ୍ବା କାମର ଚାପ ହେତୁକ କ୍ଳାନ୍ତି ଅନୁଭବ କରିବେ। ଜମିଜମା କାରବାର,ନିର୍ମାଣ, ମୂଲ୍ୟବାନ୍ ଜିନିଷର କିଣାବିକା କ୍ଷେତ୍ରରେ ସୁଫଳ ପାଇବେ। |
 | ପାରିପାର୍ଶ୍ବିକ ପରିସ୍ଥିତି ଭଲ ନ ଥିଲେ ମଧ୍ଯ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନାହିଁ ବନ୍ଧୁମାନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ମୂଳା ନକ୍ଷତ୍ର ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଭନ୍ନତି କରିବେ । |
 | ସକାଳୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଖଳଲୋକମାନେ ଅପପ୍ରଚାର କରିପାରନ୍ତି। କୌଣସି ଅଭାବ ନ ଥାଇ ମଧ୍ଯ ଆତ୍ମୀୟମାନଙ୍କ ହୀନମନ୍ୟତା କାରଣରୁ ମନଟା ଭଲ ଲାଗିବ ନାହିଁ। ସଭାସମିତି, ଆଲୋଚନାଚକ୍ର, ନିର୍ମାଣ, ପରିବହନ, ପ୍ରକାଶନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। |
 | ପାରିବାରିକ କ୍ଷେତ୍ରରେ ମଧ୍ଯ ସହଜରେ କାମ ହାସଲହେବା କଷ୍ଟକର ହେବ। କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ଆଗ୍ରହ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। |
 | ଆଜି ଆପଣ କୌଣସି କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନାହିଁ । ପାରିବାରିକ ସମସ୍ୟା ସମାଧାନର ଚିନ୍ତାକରି ଦୂର୍ଭାବନା ବଢ଼ିଚାଲିବ। ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଶତ୍ରୁତା ଓ ସ୍ବାସ୍ଥ୍ୟହାନି କର୍ମ କ୍ଷେତ୍ରରେ ପ୍ରତି ବନ୍ଧକ ସୃଷ୍ଟି କରିବ। |