 | ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ସୁଧୁରୁଯିବାରୁ ଆଶ୍ଵସ୍ତି ଲାଭ କରିବେ। ନିର୍ମାଣ, ଜମିଜମା, କଳକାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ୍ ବ୍ୟବସାୟରୁ ଲାଭବାନ ହେବେ। ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ। ଫେରିବା ବାଟରେ ବନ୍ଧୁଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ। |
 | ସକାଳୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ, ଅବଶ୍ୟ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ବିଶେଷ ଅସୁବିଧା ହେବନାହିଁ। ସାଧାରଣ କଥାରେ ସହକର୍ମୀ କ୍ଷୁବ୍ଧ ହୋଇପାରନ୍ତି। ଆକସ୍ମିକ ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । |
 | ପାରିବାରିକ କ୍ଷେତ୍ରରେ ସତର୍କରେ ଚଳନ୍ତୁ,ନତୁବା ଝମେଲା ଅଧିକ ବଢ଼ିଯାଇପାରେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ । କିଛି ନୂତନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି ଓ ଯାନବାହନରେ ସତର୍କ ରହନ୍ତୁ। |
 | ଘର କଥାନେଇ ସ୍ତ୍ରୀଙ୍କ ସହ ଆଲୋଚନା କରି କାମ କରିବା ଭଲ । ବିଶିଷ୍ଟ ବ୍ୟକ୍ତିଙ୍କ ବଦାନ୍ୟତାରୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଓ କଳା, ସାହିତ୍ୟରେ ଉନ୍ନତି କରିବେ। ପରିବହନ, ବ୍ୟବସାୟ ଓ ସଂଗଠନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେବ। ଆର୍ଥିକ ଦୃଷ୍ଟିକୋଣରୁ ଉପକୃତ ହେବେ ଓ ମନୋରଞ୍ଜନରୁ ପ୍ରଶଂସିତ ହେବେ। |
 | କର୍ମକ୍ଷେତ୍ର ଭଲ ରହିଲେ ମଧ୍ଯ ପାରିବାରିକ ବିବାଦ କାରଣରୁ ମନ ଅସ୍ଥିର ରହିବ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ଶାନ୍ତ ହେବ ଓ ମାନସିକ ସ୍ଥିତି ଠିକ୍ ରହିବ। ପୂର୍ବ ଶତୁତାକୁ କେନ୍ଦ୍ରକରି କିମ୍ବା ସନ୍ତାନଙ୍କ ବିଶୃଙ୍ଖଳିତ କାମ ସକାଶେ ଅପମାନିତ ହୋଇପାରନ୍ତି। |
 | କୌଣସି ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିପାରେ। ଉପରିସ୍ଥଙ୍କ ଆଲୋଚନା ବିଷୟରେ ତାହାଠାରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଅର୍ଥନୈତିକ, ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବ। ବହୁତ ଦିନ ହେଲା ଇଚ୍ଛା କରୁଥିବା ଓ ପାଇପାରି ନ ଥିବା ଜିନିଷଟିର ପ୍ରାପ୍ତିରେ ଖୁସି ହେବେ। |
 | ଶାରୀରିକ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ କଣ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ଶିଳ୍ପ ବାଣିଜ୍ୟ, ବ୍ୟବସାୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଥିବା ସମସ୍ୟା ସମାଧାନ କରିବାରେ ସଫଳ ହେବେ। |
 | ବିଭିନ୍ନ ପ୍ରକାର ସମସ୍ୟାରେ ପଡ଼ି ମାନସିକ ସ୍ଥିତି ଭଲ ରହି ନ ପାରେ | ଭୁଲ୍ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବାର ଆଶଙ୍କା ରହିଛି। କଳା, ସାହିତ୍ଯ,ଚଳଚ୍ଚିତ୍ରସଙ୍ଗୀତ ତଥା ସଭା ସମିତିରେ ନେତୃତ୍ବ ନେଇ ପ୍ରଶଂସିତ ହୋଇପାରନ୍ତି ପରିସ୍ଥିତିରେ ପଡ଼ି ବହୁତଗୁଡିଏ ଟଙ୍କା ଖର୍ଚ୍ଚଚରି ଦୁଃଖିତ ହୋଇପାରନ୍ତି। |
 | ଅନ୍ୟମାନଙ୍କ ଘରୋଇ କଥାରେ ଆଲୋଚନା କରି ଅଶାନ୍ତ ଅନୁଭବ କରିପାରନ୍ତି। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବା ସକାଶେ ପ୍ରଯତ୍ନ କରିବେ। ଶିଳ୍ପ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ। ପାରିବାରିକ ସମସ୍ୟାର ସରଳା ସମାଧାନ କରିବେ। |
 | କିଛି ଚିନ୍ତା କରନ୍ତୁ ନାହିଁ ବନ୍ଧୁ ସୁବିଧାରେ କାମଟି କରାଇ ଦେଇ ପାରନ୍ତି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ ଦୂର ହେବ। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ,କିନ୍ତୁ ଶାରୀରିକ ପରିଶ୍ରମଜନିତ ପୀଡ଼ା ଅନୁଭବ କରିବେ। |
 | ଆଜି କଠିନ ଶ୍ରମଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଆଜିର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ପାରିବାରିକ ଜୀବନରେ ଉଚିତ୍ ବୁଝାମଣା ରହିବାରୁ ଖୁସି ହୋଇପାରନ୍ତି। |
 | ଅତୀତ କଥାକୁ ନେଇ ମନ ଭାରାକ୍ରାନ୍ତ ରହିବା ସହ ପାରିବାରିକ ପ୍ରତିରୋଧ ହେତୁ କାମ ଅଟକି ଯିବ। ଆତ୍ମୀୟଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଆଶ୍ଵସ୍ତି ଅନୁଭବ କରିବେ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର ମାଙ୍ଗଳିକ କାମଗୁଡିକ ସବୁ ଠିକ୍ଠାକ୍ ହୋଇଯିବ। ଚେଷ୍ଟା କରୁଥିବା କାମରେ ଅବଶ୍ୟ ସଫଳତା ପାଇବେ । |