![]() | ଆଜି ଆପଣକୁ ଅର୍ଥ ସଙ୍କଟ ମଧରେ ଗତି କରିବାକୁ ହିଁ ପଡିବ। ଦିନ ମଧ୍ଯରେ ବିଶେଷ ଓ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ସାୟାହ୍ନେ ଅନୁଭବ କରିବେ। ବନ୍ଧୁଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାର ସୂଚନା ରହିଛି। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସିଯାଇପାରେ । |
![]() | ଆଜି ହଠାତ୍ ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଦଉଡ କରିବାକୁ ପଡିପାରେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ସାମୟିକ ଭାବରେ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି। ନିକଟ ସମ୍ପର୍କୀୟଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । |
![]() | ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ବଢ଼ି ବଢ଼ି ଯାଉଥିବା କାରଣବଶତଃ ମାନସିକ ସ୍ଥିରତା ରହିବ ନାହିଁ। ଆପଣ ସଙ୍କୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ। ବ୍ୟବସାୟ ଓ ପରିବହନ ମଧ୍ଯ ସାମୟିକ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିପାରନ୍ତି । |
![]() | ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ । ଅଫିସ୍ରୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି। ଆକସ୍ମିକ ଜଣେ ପୁରୁଣା ବନ୍ଧୁଙ୍କ ଦେଖାପାଇ ମନ ହାଲୁକା ରହିବ । |
![]() | ଆଜି ମନ କଥାକୁ ମନ ଭିତରେ ରଖି ଇଚ୍ଛା ନ ଥିଲେ ମଧ୍ଯ କେତେକ କାମ କରିବାକୁ ବାଧ୍ଯ ହେବେ। ଟଙ୍କା ପଇସା ଯୋଗାଡ କରିବା ସକାଶେ ବିଭିନ୍ନ ପ୍ରକାର ଫନ୍ଦିଫିକର କରିବାକୁ ପଡିପାରେ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ, ଏଜେନ୍ସ ସାମ୍ବାଦିକତାରେ ପ୍ରଶଂସିତ ହେବେ। |
![]() | ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ତରବର ନ ହୋଇ ଧୀରସ୍ଥିର ମନନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ସ୍ବାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍ ଶତୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । |
![]() | ମନରେ ସୁଖ, ସୌହାର୍ଦ୍ୟ ନ ର୍ଥିଲେ ମଧ୍ଯ କେତେକ କାମ କରିବାକୁ ବାଧ୍ଯ ହେବେ। କୌଣସି ଜିନିଷ କ୍ରୟ କରିବା ସକାଶେ ମୋଟା ଅଙ୍କର ଆବଶ୍ୟକତା ପଡିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। କର୍ମକ୍ଷେତ୍ରରେ, ସଭା ସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। |
![]() | ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବା ଫଳରେ ମନ ଭଲ ଲାଗିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ବ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହେବ। ପୂର୍ବଦିନର ବିବାଦକୁ କେନ୍ଦ୍ରକରି: ଶତୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ ।ଅନୁରାଧା ନକ୍ଷତ୍ରର ଆକସ୍ମିକ ଅର୍ଥ ଲାଭ କାରଣରୁ ମନ ପ୍ରଫୁଲ୍ଲ ରହିବ। |
![]() | କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସମସ୍ୟାକୁ ବୃଦ୍ଧି କରିବାର ଆଶଙ୍କା ମଧ୍ଯ ରହିଛି। ଜମିଜମା କାରବାର କିମ୍ବା ରେଜିଷ୍ଟ୍ରେଶନ ସମ୍ପର୍କିତ ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି । କ୍ରୀଡ଼ା, କଳା, କାରିଗରି ପ୍ରଭୃତି କ୍ଷେତ୍ରର ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। |
![]() | ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହେବାରେ ଅସୁବିଧା ରହିବ ନାହିଁ। ପଡ଼ୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନସନ ଲାଗି ରହିବ। ଟିକିଏ କଥାରେ ରାଗିଯାଇ ଯାହାତାହା କହିବା କାରଣରୁ ସମସ୍ୟା ଆସିପାରେ । |
![]() | ବିଭିନ୍ନ ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ। ଏକ ଭିନ୍ନ ପରିସ୍ଥିତିରେ ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ । |
![]() | ବିଭିନ୍ନ ସମସ୍ୟା ରହିଥିଲେ ମଧ୍ଯ ହାତକୁ ନେଇଥିବା କାମ ଅଟକିବ ନାହିଁ। ପରିବାରରେ ସନ୍ତାନମାନଙ୍କ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ । ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି। ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ । |