![]() | ଆଜିର ଚନ୍ଦ୍ର କର୍ମାଧିପ ଯୁକ୍ତହୋଇ ଭଲଭାବରେ ଥିବାରୁ ଅର୍ଥଲାଭ ଅବଶ୍ୟମ୍ଭାବୀ । ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ଅବହେଳାଜନିତ କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କୁ କୈଫିୟତ୍ ଦେବାକୁ ପଡ଼ିପାରେ । |
![]() | ପରିବାରର ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଅବଶ୍ୟ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ଵସ୍ତି ଲାଭ କରିବେ । କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାମ ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ କରିପାରନ୍ତି। କୃପଣତା ହେତୁ ବନ୍ଧୁଗହଣରେ ସମାଲୋଚନାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ । |
![]() | ଗୃହୋପଯୋଗୀ ଜମିଜମା କ୍ରୟ କିମ୍ବା ବିକ୍ରୟ ସକାଶେ ଫଳପ୍ରଦ ଆଲୋଚନା ହୋଇପାରେ। ସମସ୍ତ ପ୍ରକାର ସମସ୍ୟାର ସରଳ ସମାଧାନ କରି କାର୍ଯ୍ୟ ହାସଲ କରିବେ। ଆଜିର ଯାତ୍ରାରେ ବିଳମ୍ବିତ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଠିକ୍ କଥା କହିବା କାରଣରୁ ନିଜର ଲୋକମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। |
![]() | କର୍ମକ୍ଷେତ୍ର ପାପଯୁକ୍ତ ଯୋଗୁ ଗତକାଲିର ଆଲୋଚନା ଜଟିଳ ଆଡ଼କୁ ଗତି କରିବ। କିନ୍ତୁ ଆତ୍ମୀୟମାନଙ୍କ ସାହାଯ୍ୟରେ ସମସ୍ୟା ସମାଧାନ ହେବା ସକାଶେ ଚେଷ୍ଟା କରିବେ। ପରିବାରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ଆନୁଷ୍ଠାନିକ କାମରେ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। |
![]() | ନିଜେ ଚାହୁଁଥିବା ପ୍ରକାରେ ଅନ୍ୟମାନଙ୍କ ସମର୍ଥନ ହାସଲରେ ସମର୍ଥ ହେବେ। ପ୍ରତ୍ୟୁଷ ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ବିବାଦରେ ପଡ଼ିପାରନ୍ତି। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ପ୍ରଶାସନ, ଆଇନ, ସଭାସମିତି କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍ କୌଣସି କ୍ଷେତ୍ରରେ ସାମୟିକ ଉତ୍ତେଜିତ ହୋଇ ଭୁଲ୍ କରିପାରନ୍ତି । |
![]() | ସାମୟିକ ଭୁଲ୍ ନିଷ୍ପତ୍ତିରୁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ପୂବ ଶତ୍ରୁତାକୁ କେନ୍ଦ୍ରକରି କର୍ମକ୍ଷେତ୍ରରୁ ଅଭିଯୋଗ ଆସିବା ସୂଚନା ରହିଛି |ଔଷଧ, ବହିପତ୍ର, ଲୁଗାପଟା କାରବାର ତଥା ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପାରିବାରିକ ସ୍ତରରେ ଆଜିର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। |
![]() | ମାନସିକ ଅସ୍ଥିରତା କାରଣରୁ କୌଣସି ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗିବ ନାହିଁ। ଦୀର୍ଘ ଦିନରୁ କଳହ ଲାଗିଥିବା ସହକର୍ମୀଟି ପ୍ରତି ସତର୍କ ରହନ୍ତୁ ବ୍ୟବସାୟିକ ଦିଗ ମନ୍ଦ ନ ହେଲେ ମଧ୍ଯ ପୂର୍ଣ୍ଣ ସନ୍ତୋଷଦାୟକ ନ ହୋଇପାରେ। ଆକସ୍ମିକ ଭାବରେ କୌଣସି ବନ୍ଧୁଙ୍କ ସହ ସମ୍ପର୍କ ଯୋଡ଼ିହୋଇଯିବା ସମ୍ଭାବନା ରହିଛି। |
![]() | କର୍ମକ୍ଷେତ୍ରରେ ବିଭିନ୍ନ ଦୁଶ୍ଚିନ୍ତା କାରଣରୁ ମନୋବଳ ହ୍ରାସ ପାଇବ। କିନ୍ତୁ କେତେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପାଖ ପଡ଼ୋଶୀଙ୍କୁ ଆପଣେଇନେବେ | ନିଜ ପାଇଁ ଯେଉଁ କାମ ଦୂରୂହ ହେବ ପର ସକାଶେ ସେହି କାମକୁ ଆପଣ ସହଜରେ କରିପାରିବେ। ଆଜିର ସକାଳ ସମୟରେ ଶୁଣାକଥାକୁ ବିଣ୍ବାସକରି ଟେନ୍ସନ ବଢ଼ିପାରେ । |
![]() | ଯାତ୍ରାକାଳରେ ସତର୍କତା ଅଭାବରୁ ଧନହାନି କିମ୍ବା ସାଧାରଣ କଥାରେ କଳହ ଘଟିପାରେ। କର୍ମକ୍ଷେତ୍ରରେ ସହାନୁଭୂତି ଦେଖାଇ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବ। ଚେଷ୍ଟା କରୁଥିବା ଯୋଜନାଟିକୁ ଆଜି ବନ୍ଧୁମାନଙ୍କ ସାହାଯ୍ୟରେ କାର୍ଯ୍ୟକାରୀ କରିବେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ବିପଦ ଘଟିବା ସମ୍ଭାବନା ନାହିଁ। |
![]() | ଆଜି ଦୀର୍ଘଦିନରୁ କୁହୁଳୁଥିବା ଅଶାନ୍ତି ହଠାତ୍ ପରିବେଶକୁ ବଦଳାଇଦେବ। ଆର୍ଥିକ ଅନଟନ ହେତୁ ଧାରକରଜ କରି କାମ ତୁଲାଇବାକୁ ବାଧ୍ଯ ହେବେ। ଆପଣଙ୍କ ଅସୁବିଧାଜନକ ସ୍ଥିତି ଅବଲୋକନକରି ନିକଟ ସମ୍ପର୍କୀୟମାନେ ଟାହିଟାପରା କରିପାରନ୍ତି । ସବୁକଥା ପଛକୁ ପକାଇ ଅନ୍ୟମାନଙ୍କ ମନନେଇ ଚଳିବାକୁ ବାଧ୍ଯହେବେ | |
![]() | ଆଜିର ପ୍ରତ୍ୟୁଷ ଯାତ୍ରା ଆନନ୍ଦଦାୟକ ହେବ ଓ ଅଭିଳଷିତ ଜିନିଷ ପାଇପାରିବେ। ମାତ୍ର ବନ୍ଧୁଙ୍କ କଥାରେ ଭାସିଯାଇ ଭାବପ୍ରବଣ ହେତୁ ଭୁଲ୍କରି ପାରନ୍ତି। ନିଜର ଚେଷ୍ଟା ଅବ୍ୟାହତ ରଖିଲେ ବିଳମ୍ବରେ କାର୍ଯ୍ୟସିଦ୍ଧି ଘଟିବ। ପାରିବାରିକ କ୍ଷେତ୍ରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ । |
![]() | କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ବାରା ପ୍ରଶଂସିତ ହେବେ। କୌଣସି ଗୁରୁଦାୟିତ୍ବ ନେଇଥିବା ଲୋକଟି ଅବହେଳା ପ୍ରଦର୍ଶନ କରିବାରେ ଆପଣ ଦୋଷୀସାବ୍ୟସ୍ତ ହୋଇପାରନ୍ତି । ବନ୍ଧୁମାନଙ୍କ ସାହାଯ୍ୟ ନେଇ ଅଟକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। |