 | ଆଜି ସଭାସମିତିରେ ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ସମସ୍ୟା ଆସିବା କିନ୍ତୁ ଅ- ନାମାକ୍ଷର ବ୍ୟକ୍ତି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ବରାନ୍ବିତ କରିବେ। ଆର୍ଥିକ ସ୍ଵଚ୍ଛଳତା ଫେରି ପାଇବେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ। |
 | ଆଜି ଯାହାକୁ ଯାହା କହିବେ ସେଥିରେ କାମଟି ନିଶ୍ଚୟ ସୁଗମ ହେବ। ବିଭିନ୍ନ ଦିଗରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ।ବ-ନାମାକ୍ଷରର କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କଳା ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ । |
 | ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ଯ ମାନସିକ ସ୍ଥିତି ଭଲ ରହି ନ ପାରେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ, ତଥାପି ଆପଣଙ୍କର କୌଣସି ପ୍ରକାରର ଅସୁବିଧା ହେବନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। କୁ ନାମାକ୍ଷରର କେତେକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । |
 | ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ବପୂର୍ଣ୍ଣ କଥାଟିକୁ ପାଶୋରି ଦେବେ, ଯାହାକି ପରକ୍ଷଣରେ ସେଥିପାଇଁ ଉଚ୍ଚବାଚ ଘଟିବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ମନର ବଳ ଖୁବ୍ ଟାଣ ରହିବ ଏବଂ ନିଜ ଜିଦ୍ରେ ଅଟଳ ରହିବେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। |
 | ଆଜି ହଠାତ୍ କୌଣସି ନୂତନ ଯୋଜନା ଆରମ୍ଭ କରିପାରନ୍ତି। ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବାର ସମ୍ଭାବନା ରହିଛି। ଆକସ୍ମିକ ସୁଯୋଗ ହାତଛଡ଼ା ହୋଇପାରେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତି ଜରୁରୀ, ନତୁବା ଅସୁବିଧାରେ ପଡ଼ିପାରନ୍ତି। ପିଲାଙ୍କ ପଢ଼ାକୁ ନେଇ ଚିନ୍ତିତ ରହିପାରନ୍ତି | |
 | ନିଜର ସନ୍ଦେହୀ ମିନୋବଳ ହେତୁ କେତେକ ଅନାକାଂକ୍ଷିତ ସମସ୍ୟା ଦେଖାଦେବ। ଆପଣ ଅନ୍ୟମନସ୍କ ରହି ନୀରବତା ଅବଲମ୍ବନ କରିବା ଦ୍ବାରା ତାହା ଚିନ୍ତାର କାରଣ ହୋଇପାରେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ଯ ଲାଭ କରିପାରନ୍ତି। |
 | କେତେକ ଅପୂରଣୀୟ ଆଶା ମନରେ ଆଲୋଡ଼ନ ସୃଷ୍ଟି କରିବ। କୌଣସି ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ । ବନ୍ଧୁମାନଙ୍କ ଭିତରେ ମାନମନାନ୍ତର ଦେଖା ଦେଇପାରେ। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସହକର୍ମୀ ଅବଶ୍ୟ ସାହାଯ୍ୟ କରିବେ। |
 | ସବୁ ଦିଗକୁ ନଜର ଦେଇ ଆଗକୁ ପାଦ ବଢ଼ାନ୍ତୁ, ନ ହେଲେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ଆପୋସ ଆଲୋଚନା ଦ୍ବାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ। କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର ଆଶା ରହିଛି। ଚାହିଁ ଚାହିଁ ଆଖିରୁ ପାଣି ମରିଯିବ ପଛକେ କୌଣସି ବନ୍ଧୁଙ୍କର ଦେଖା ପାଇବେ ନାହିଁ। |
 | ଯେତେ ପ୍ରକାରର ସମସ୍ଯା ଆସିଲେ ମଧ୍ଯ ତାହାର ଠିକ୍ ସାମନା କରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟ, ପରିବହନ, ପ୍ରକାଶନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ ଦୂର ହେବ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। |
 | ଆଜି ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହିବେ। ହଠାତ୍ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହେବେ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସାମାଜିକ ସ୍ତରରେ ନୀରବଦ୍ରଷ୍ଟା ଭଳି କାମ କରିବେ । |
 | କାମ ହାସଲ ସକାଶେ ଆଗନ୍ତୁକଟି ପ୍ରଶଂସାରେ ଶତମୁଖ ହୋଇଉଠିବ ଏଣୁ କାହାର ମନଗଢ଼ା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ରାଜନୀତି କ୍ଷେତ୍ରରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଭାବୁଥିବା କଥାକୁ ବନ୍ଧୁଙ୍କ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଅଧସ୍ତନ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। |
 | କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ପରିବାରରେ ଶୁଣାକଥାକୁ ବିଶ୍ବାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। |
For daily odia rashiphala visit our website daily in the morning. This is compiled from a trusted source.
Comments
comments