 | ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ ଜାମା କାମ ତ୍ଵରାନ୍ବିତ ସକାଶେ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ମିଠା ପ୍ରତିଶ୍ରୁତି ପାଇବେ ସତ ଆଶା କରିଥିବା ଦିଗରୁ ମୂଲ୍ୟବାନ୍ ଜିନିଷଟି ପ୍ରାପ୍ତ ହେବ ନାହିଁ। ଅଶ୍ଵିନୀ ନକ୍ଷତ୍ର ସକାଶେ ଅଧ୍ଯାପନା, କ୍ରୀଡ଼ା ଚଳଚିତ୍ର କ୍ଷେତ୍ରରୁ ପ୍ରଶଂସା ମିଳିବ। ସାମାଜିକ ସ୍ତରରେ ଅନ୍ୟଦ୍ବାରା ପ୍ରଭାବିତ ହୋଇ ବିବ୍ରତ ରହିପାରନ୍ତି। |
 | ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ଅନ୍ୟ ସହ ମିତ୍ରତା ସକାଶେ ମନ ବଳାଇବେ। ପରିସ୍ଥିତି ବଶତଃ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ଯୋଗୁ ସାମୟିକ ବ୍ୟସ୍ତତା ବଢିଯିବ। ରୋହିଣୀ ନକ୍ଷତ୍ର କଳା ସାହିତ୍ୟ ଏବଂ କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ପାଇବେ। |
 | କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ଯ ବାଧ୍ଯବାଧକତାରେ କାମରୁ ଓହରି ପାରିବେ ନାହିଁ | ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବନ୍ଧୁଙ୍କୁ ମନକଥା ଲୁଚାଇ ପାରିବେ ନାହିଁ। ଆରଦ୍ରା ନକ୍ଷତ୍ର ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ବପୂର୍ଣ ନିଷ୍ପତି ନେବେ । |
 | ପୁନର୍ବସୁ ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଆଲୋଚନାର ଶେଷ ପର୍ଯ୍ୟାୟରେ ବନ୍ଧୁ ବିଶ୍ବାସଘାତ କରିପାରନ୍ତି। ଅର୍ଥ ସମ୍ପକିତ ଆଲୋଚନା ସୁରୁଖୁରୁରେ ସମ୍ପନ୍ନ ହେବ, ଏଥିପାଇଁ କିଛିଟା ହଇରାଣ ହେବାକୁ ପଡିପାରେ । ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ । |
 | କର୍ମକ୍ଷେତ୍ରରେ ପ୍ରତ୍ୟେକ କାମ ସମସ୍ୟାବହୁଳ ହେଉଥିବାରୁ ମନରେ ସରସତା ରହିବ ନାହିଁ। ମଘା ନକ୍ଷତ୍ର ବ୍ୟକ୍ତିଙ୍କୁ ଆକସ୍ମିକ ଶତୁମାନେ ମିତ୍ର ଆଚରଣ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ କୌଣସି ସୁଯୋଗ ହାତଛଡ଼ା ହୋଇପାରେ। ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। |
 | ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମନା କରି ମାନସିକ ଦୁର୍ବଳତା ଦେଖାଦେଇପାରେ । ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ଯ ଲାଭ କରିପାରନ୍ତି। ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। ଭାଇଙ୍କ ଅସୁବିଧା ପରିସ୍ଥିତି ବିଷୟ ଚିନ୍ତା କରି ଅଶାନ୍ତ ରହିବେ। |
 | ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ବେବେ। କର୍ମକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ବାଣିଜ୍ୟ, ବ୍ୟବସାୟରେ ବିଭିନ୍ନ ସମସ୍ୟା ଦେଖା ଦେଇପାରେ, କିନ୍ତୁ ପରିବହନ ସକାଶେ କୌଣସି ଅସୁବିଧା ନାହିଁ। ଚିତ୍ରା ନକ୍ଷତ୍ର ସକାଶେ ହଠାତ୍ କୌଣସି ଘଟଣା ମନକୁ ଵିବ୍ରତ କରିପାରେ । |
 | ଆଜି ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରକ୍ରାନ୍ତ କରିବ, କିନ୍ତୁ କିଛି ଅସୁବିଧା ହେବ ନାହିଁ। ସାହାଯ୍ୟ ଆଶାରେ କମିକ୍ଷେତ୍ରରେ ଜଣେ ବନ୍ଧୁ ପ୍ରଗାଢ଼ ଅନୁରକ୍ତି ପ୍ରକାଶ କରିବେ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ ଓ ପ୍ରଶାସନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଅନୂରାଧା ନକ୍ଷତ୍ର ପୁରୁଣା କଥାକୁ ଦୋହରାଇ ସମସ୍ୟାକୁ ବଢ଼ାଇ ପାରନ୍ତି। |
 | ଆଜିର କର୍ମକ୍ଷେତ୍ରରେ ସାଧାରଣ ଟିକିଏ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ର ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ପରିବାରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବିଚଳିତବୋଧ କରିବେ । |
 | କର୍ମ କ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ମାତ୍ର ସମ୍ପର୍କହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ବକେୟା ଅର୍ଥ ଆଦାୟରେ ସକ୍ଷମ ନ ହେବାରୁ ମନ ଭାରାକ୍ରାନ୍ତ ରହିପାରେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଧନିଷ୍ଠା ନକ୍ଷତ୍ରର ବ୍ୟବସାୟ ଓ ପରିବହନରେ ସମସ୍ୟା ଆସିପାରେ । |
 | ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଭାବାନ୍ତର ସୃଷ୍ଟି କରିବ। ଆତ୍ମୀୟସ୍ଵଜନମାନେ ସ୍ବାର୍ଥ ସାଧନ ଆଶା କ୍ଷୀଣ ଦେଖି ଦୂରେଇ ଯାଇପାରନ୍ତି। ବ୍ୟବସାୟରେ ଉନ୍ନତି, ନିର୍ମାଣରେ ଅଗ୍ରଗତି, ଜମିଜମା କାରବାରରେ ବୁସ୍ତି ଆଦି କାମ ସମ୍ପନ୍ନ କରିପାରିବେ। ପୂର୍ବଭାଦ୍ରପଦ ନକ୍ଷତ୍ରର ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । |
 | ପରିବାରର ଖର୍ଚ୍ଚ ବଢ଼ିଯିବା କାରଣରୁ ମନରେ ସରସତା ରହିବ ନାହିଁ। ରେବତୀ ନକ୍ଷତ୍ର ସକାଶେ ସାହିତ୍ୟ ଚର୍ଚା, ସାମ୍ବାଦିକତା, ପ୍ରକାଶନ ଓ ପ୍ରଶାସନିକ @ କ୍ଷେତ୍ରରେ ଦ୍ବନ୍ଦ ଦୂର ହେବ। ଆଲୋଚନା, ରାଜନୀତି, ସଂଗଠନ, କଳା, ସାହିତ୍ୟ ଆଦିରେ ଚେଷ୍ଟା ସଫଳ ହେବ। ଆତ୍ମୀୟମାନଙ୍କ ଦ୍ବାରା ଆମନ୍ତ୍ରିତ ହୋଇ ଭ୍ରମଣ ସୁଯୋଗ ଲାଭ କରିବେ । |