 | ଗୁରୁଚାଣ୍ଡାଳ ଯୋଗ ପ୍ରଭାବରେ ଦୂରଦର୍ଶିତା ବିହୀନ କାର୍ଯ୍ୟ କରିବା ଓ ପୁରାତନ ରୋଗପୀଡ଼ା ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି। ଫେରନ୍ତା ବାଟରେ ଜଣେ ନୀଚ୍ଚ ଜାତିର ଲୋକ ପ୍ରତିବନ୍ଧକ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇପାରେ। ଆଇନ ଅଦାଲତ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ । |
 | ତୃତୀୟସ୍ଥ ଶୁକ୍ରଜନିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଆଜକୁ କେତେ ଦିନ ହେଲା ଭଲ ଲାଗୁ ନ ବା ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସାମାଜିକ ସ୍ତରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି। |
 | ବୁଧାଦିତ୍ୟ ଯୋଗ ପ୍ରଭାବରେ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସାନିଧ୍ଯ ଲାଭ କରିପାରନ୍ତି। ଅଧିକାଂଶ ସମୟରେ ଭାବପ୍ରବଣତା ବୃଦ୍ଧି ପାଇବ, ଯାହାକି ଅଶାନ୍ତିର ହେତୁ ସ୍ବରୂପ ହୋଇପାରେ। ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ଯମରେ ଶୃଙ୍ଖଳିତ ରହିବ। ଆପଣଙ୍କ କାର୍ଯ୍ୟ ଦକ୍ଷତା ଓ ବିଚାର ଶୈଳୀକୁ ପଡ଼ୋଶୀମାନେ ଖୁବ୍ ପ୍ରଶଂସା କରିପାରନ୍ତି। |
 | ଶନି ଓ ବୁଧଙ୍କ ପାରସ୍ପରିକ ଦୃଷ୍ଟି ଭ୍ରାତୁବିବାଦକୁ ବୃଦ୍ଧି କରିବ।| କେତେକ କାମ ଅଟକି ରହିଥିବା କାରଣରୁ ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିବେ। ଆଲୋଚନା କାଳରେ କୋଣସି ମନ୍ତବ୍ୟକୁ କେନ୍ଦ୍ରକରି ବନ୍ଧୁ ଅଭିମାନ କରିପାରନ୍ତି। ଯିବା ରାସ୍ଥାରେ ନୀଚ୍ଚଜାତିର ବ୍ୟକ୍ତି ଦ୍ବାରା ଅସମ୍ମାନିତ ହୋଇପାରନ୍ତି । |
 | ପଦସ୍ଥଙ୍କ ଅନୂକମ୍ପାରୁ ସମସ୍ୟା ସମାଧାନପୂର୍ବକ ମାର୍ଗଦର୍ଶନ ଲାଭକରିବେ ଏହା ସାଙ୍ଗକୁ ପରିବାରରେ ଭୁଲ୍ ବୁଝାମଣା ହେତୁ ନିକଟ ସମ୍ପର୍କୀୟମାନେ ଦୂରେଇ ଯାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୂରୂପ ଫଳ ପାଇବେ। ଗବେଷଣା, ଅନୁସନ୍ଧାନ, ରାଜନୀତି ଓ ସଭାସମିତିରେ ଚେଷ୍ଟା ସଫଳ ହେବେ । |
 | ପ୍ରତ୍ୟେକ ପରିସ୍ଥିତିରେ ଜଗି ରଖି ଚଳିବା ଭଲ ନତୁବା ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପରିବାରର ବିଭିନ୍ନ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ଧୁ ନାହିଁ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ିବା ସହଜ ସାଧ୍ଯ ହୋଇ ନ ପାରେ । |
 | ସାମାଜିକ କ୍ଷେତ୍ରରେ ଭଲ କହିଲେ ମଧ୍ଯ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଆଜି ଦିନ ଭିତରେ ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କିଣା ବିକା କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। |
 | କେତେକ ସମସ୍ୟା ଉପସ୍ଥିତ ହେବା କାରଣରୁ ପାଇବାକୁ ଥିବା ଆଶା ପୁଣି ମଉଳି ଯିବ। ଆତ୍ମୀୟଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ କିନ୍ତୁ ବ୍ୟବସାୟ ଓ ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି। |
 | ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଯେତେ ନେହୁରା ହେଲେ ମଧ୍ଯ ବନ୍ଧୁଙ୍କ ସଦ୍ଭାବ, ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ। କର୍ମକ୍ଷେତ୍ରରେ ମଧ୍ଯ ଭୁଲ୍ ଖବର ପାଇଁ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଅବଶ୍ୟ ପାରିବାରିକ କ୍ଷେତ୍ର ବିଶେଷ ଖରାପ ରହିବ ନାହିଁ। |
 | ବନ୍ଧୁମାନଙ୍କ କଥାରେ ପଡ଼ି ହଠାତ୍ କୌଣସି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିର କରିବେ। ‘ଖଳଲୋକମାନେ ଅପପ୍ରଚାର କରିବା ଫଳରେ ନିଜଲୋକଙ୍କଠାରୁ ଆସ୍ଥାହରାଇବାକୁ ପଡ଼ିପାରେ । କଳା, ସାହିତ୍ଯ, ସଙ୍ଗୀତାଦି ମନୋରଞ୍ଜନ କାର୍ଯ୍ୟକ୍ରମରେ କିମ୍ବା ଖେଳକୁଦରେ ପ୍ରଶଂସା ପାଇବେ। |
 | ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କରି ଚାଲନ୍ତୁ, ସବୁ ଠିକ୍ ହୋଇଯିବ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ, କିନ୍ତୁ ବେଶିଷଣ ତିଷ୍ଠି ରହିବ ନାହିଁ। |
 | ପାରିବାରିକ ଅଶାନ୍ତି କାରଣରୁ ମନରେ ଦୁର୍ଭାବନା ବଢ଼ିଚାଲିବ ଏବଂ ଆପଣ ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରିପାରିବେ ନାହିଁ। ଶିଳ୍ପ ବାଣିଜ୍ୟ @ ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅସାବଧାନତା କାରଣୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । |