![]() |
ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ମିତ୍ରମାନଙ୍କଠାରୁସହାୟତା ମିଳିବ। କର୍ମଚଞ୍ଚଳ ରହିବେ। କାର୍ଯ୍ୟବ୍ୟସ୍ତ ଥାଇ ବି ସେବାରେ ତଲ୍ଲୀନ ହୋଇପାରନ୍ତି। |
![]() |
ଦୁଃସାହସିକ ପଦକ୍ଷେପ ନେଇ ଗରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। |
![]() |
ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମମାର୍ଗରେ ମନୋନିବେଶ କରିବେ। ନୃତ୍ୟସଙ୍ଗୀତ ପ୍ରିୟ ହେବେ। କୃଷିକର୍ମରେ ଲାଭବାନ୍ ହେବେ। ପରିଶ୍ରମ କଠିନ ହେଲେ ବିତା’ର ମୂଲ୍ୟ ମିଳିବ। |
![]() |
ସକଳ ଗୁଣର ଆଧାର ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ମିଳିପାରେ। ଦିନଟି ମଙ୍ଗଳମୟ ହେବ। ସର୍ବତ୍ର ବିଜୟୀ ହେବେ। |
![]() |
ଶ୍ରମ ସାର୍ଥକ ହେବ। ବନ୍ଧୁ ସହାୟତା ମିଳିବ। ଶତ୍ରୁଦମନ କରିବାରେ ସିଦ୍ଧହସ୍ତ ହେବେ। ଧନ ଭୋଗ ସହିତ ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ ହେବେ। ତ୍ୟାଗଶୀଳ ହୋଇପାରନ୍ତି। |
![]() |
ଆୟ ଊଣା ହେବ ନାହିଁ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। |
![]() |
ଅଯଥା ବିତର୍କରୁ ଓହରିଯାଇ ପାରନ୍ତି।ଶତ୍ରୁଙ୍କ ସହିତ ମୁକାବିଲାର ସମ୍ମୁଖୀନ ହୋଇପାରନ୍ତି। ଧନ ମିଳିବାର ସୂଚନା ମିଳୁଛି। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି । ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ। |
![]() |
ଅଧିକ ଜ୍ଞାନ ଅର୍ଜନ ପାଇଁଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ସୁଯୋଗ ସୃଷ୍ଟି ହୋଇଛି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। |
![]() |
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଉଚ୍ଚ ସମ୍ମାନ ଲାଭ କରିବେ। ଜ୍ଞାନର ପ୍ରଦୀପ ପ୍ରଜ୍ୱଳନ କରିକର୍ମକାଣ୍ଡର ପ୍ରସାର ଘଟାଇ ପାରନ୍ତି। ରାଜପୂଜିତ ଓ ବାହନଯୁକ୍ତ ହୋଇପାରନ୍ତି।ବହୁ ପୋଷକ ହେବେ। |
![]() |
କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଦେବ ପୂଜା ରେ ନିମଗ୍ନ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। ନିତ୍ୟାନନ୍ଦ ଭୋଗ କରିବେ। |
![]() |
ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ବିବିଧ ଧନଯକ୍ତୁ ହୋଇପାରନ୍ତି। କର୍ମଫଳ ବିଧାନକୁଅଟଳ ଓ ଅକାଟ୍ୟ ରଖିପାରନ୍ତି। ବିବେକରୂପୀ ମହାର୍ଘ ସମ୍ପଦର ସୁବିନିଯୋଗ କରି ପ୍ରଶଂସାର ପାତ୍ର ହେବେ। |
![]() |
ଆଜିଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ପର ଧନରେ ଧନୀ ହୋଇପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। |