![]() |
ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କାର୍ଯ୍ୟ ଚାପରେ ଥକ୍କା ହୋଇ ପଡ଼ିଥିବାରୁ ବିଶ୍ରାମ ଗ୍ରହଣ କରିପାରନ୍ତି। ଦିନଟି ଭିତରେ ଭୋଗ ବିଳାସ କରିବେ। ସୁଖ-ସମୃଦ୍ଧପୂର୍ଣ୍ଣ ଜୀବନ ଯାପନ କରିବେ। ଭାଗ୍ୟଶାଳୀ ହେବେ। |
![]() |
ଅଜାଣତରେ କ୍ଷତିଗ୍ରସ୍ତ ହେବେ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। ସ୍ୱାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ସର୍ଦି କଫରେ ପୀଡ଼ିତ ହୋଇଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗଁ ସତର୍କ ହେବେ। |
![]() |
ବ୍ୟବସାୟ ଲାଭଜନକ ହେବ। ଆମୋଦ ପ୍ରମୋଦରେ ଦିନଟି ବିତାଇ ପାରନ୍ତି। ମନରେ ସେବା ଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନନ୍ତି। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତାର ଶୀର୍ଷ ସ୍ଥାନକୁ ଆରୋହଣ କରିବେ। |
![]() |
ଆୟ ବୃଦ୍ଧିର ସୂଚନା ମିଳୁଛି। ମନୋବଳ ଦୃଢ଼ ରହିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ବଳବାନ୍ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଦିନକ ଭିତରେ ବହୁ୍ ଶୁଭଫଳର ଅଧିକାରୀ ହେବେ। |
![]() |
କାର୍ଯ୍ୟ ଭାର ଲାଘବ ହେବ। ପରଚର୍ଚ୍ଚା କରିପାରନନ୍ତି। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଜାତ ହୋଇପାରେ। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ସୁଖ ମିଳିବ। |
![]() |
ଗୃହ ସାଜ-ସଜ୍ଜାରେ ବ୍ୟସ୍ତ ରହିପାରନନ୍ତି। ବାଦ- ବିବାଦରେ ବିଜୟୀ ହେବେ। ଉଦାର ପ୍ରକୃତିରହୋଇପାରନନ୍ତି। ଦାନ-ଧର୍ମ ପ୍ରତି ଆଗ୍ରହୀ ହେବେ। ବ୍ୟକ୍ତି ବିଶେଷ ଭାବେ ସମ୍ମାନିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ବୁଦ୍ଧିମାନ୍ ହେବେ। |
![]() |
ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହୋଇପାରନନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବିବାଦରେ ବିଜୟୀ ହେବେ। |
![]() |
ପରମଭାଗ୍ୟଶାଳୀ ହେବେ। ସହନଶୀଳ, ମଧୁରଭାଷୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିପାରନନ୍ତି। ବ୍ୟବସାୟରୁ ବହୁତ ଲାଭ ମିଳିବ। ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। |
![]() |
ଶିବ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ । ମୋକଦ୍ଦମାରେ ଜିଣି ଧନଲାଭ ହେବ। |
![]() |
ଅସୁବିଧାରେ ସମ୍ମଖୀନ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁର କଥା କହି ମାୟା ବିସ୍ତାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସୁଖ ମିଳିବ। |
![]() |
ଦେବ ଦର୍ଶନ ଆନନ୍ଦଦାୟକ ହେବ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସସ୍ଥୁ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ତେଜସ୍ୱୀ ହେବେ। ଯଶ ଅର୍ଜନ କରି ସୁଖ ପାଇବେ। |
![]() |
ସହକର୍ମୀମାନଙ୍କର ନେତୃତ୍ୱ ନେଇପାରନ୍ତି। ପରିଶ୍ରମର ମୂଲ୍ୟାଙ୍କନ ହେବ। କୁଳ ଦୀପକ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ମନ ପ୍ରସନ୍ନ ରହିବ। ଯଶସ୍ୱୀ ହୋଇପାରନ୍ତି। |