![]() | ଆଜିର ଯାତ୍ରାରେ ଅଭିଳଷିତ ଫଳ ମିଳିବ ।ପାରିବାରିକ ସ୍ତରରେ ଜମିଜମାକୁ ନେଇ ଟଣା ଓଟରା ବଢ଼ିପାରେ । ଅ- ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ଶାରୀରିକ ଅସୁସ୍ଥତା କେତେକ ପ୍ରତିବନ୍ଧକର କାରଣ ହୋଇପାରେ। ସର୍ବଦା ଅନ୍ୟମନସ୍କ ରହିବା କାରଣରୁ କେତେକ ବ୍ୟତିକ୍ରମ ସୃଷ୍ଟିହେବାର ସମ୍ଭାବନା ରହିଛି। |
![]() | ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ଯହେବେ। ଆର୍ଥିକ ସମସ୍ୟା ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବ- ନାମାକ୍ଷର ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। |
![]() | ଆଜି ପାରିବାରିକ ସମସ୍ୟା ନିୟନ୍ତ୍ରଣାଧୀନ ରହିବା କାରଣରୁ ମାନସିକ ଶାନ୍ତି ଅବ୍ୟାହତ ରହିବ। ଅନ୍ୟମାନେ ଫାଇଦା ହାସଲ ପାଇଁ ଫନ୍ଧିଫିକର କରିବେ। କିଛି ଲୋଭନୀୟ ପ୍ରତିଶୁତି ଦେଇ କୌଣସି ବ୍ୟକ୍ତି ନିଜର କରିବାକୁ ଚେଷ୍ଟା କରିବେ। ଘ- ନାମାକ୍ଷର ବ୍ୟକ୍ତି ହଜି ଯାଇଥିବା ଜିନିଷ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖବର ପାଇପାରନ୍ତି। |
![]() | କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡ଼ିବ। ପରିବାରରେ ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ ବିଭିନ୍ନ ପ୍ରକାର ବିଳମ୍ବିତ କର୍ମ ଲାଗି ଚିନ୍ତିତା ରହିବେ। ଅଫିସ୍ କାମରେ ଆକସ୍ମିକ ଭାବେ ଦୂରଯାତ୍ରା କରିବାକୁ ପଡ଼ିପାରେ। ହେ- ନାମାକ୍ଷର ବ୍ୟକ୍ତିମାନେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। |
![]() | ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ଯେଉଁ ବନ୍ଧୁଟି ସାଧାରଣ କଥାରେ ଅଭିମାନ କରି କଥାବାର୍ତ୍ତା କରୁନ ଥିଲା ସେ ହଠାତ୍ ଆପଣଙ୍କୁ ମିଶିବାର ପ୍ରଯତ୍ନ କରିବ। ଆର୍ଥିକ ସଙ୍କଟ ନିରାକରଣ ପାଇଁ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ମ- ନାମାକ୍ଷର ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ମନ ଖୁସି ରହିବ। |
![]() | ଆଜି ଆପଣଙ୍କ କର୍ମକ୍ଷେତ୍ର, ପରିବହନ, ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ। ଉଲ ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଓଲଟା ହେବ। ପୂ-ନାମାକ୍ଷର ବ୍ୟକ୍ତିମାନଙ୍କର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଅସାବଧାନତାରୁ ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଘଟିପାରେ । |
![]() | ପରିବାର ଭିତରେ ଅର୍ଥ ସମସ୍ୟାକୁ କେନ୍ଦ୍ରକରି – ଟେନ୍ସନ ବଢ଼ିଯିବ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି | ବନ୍ଧୁମାନେ ଅସହଯୋଗ କରିବା କାରଣରୁ କେତେକ ସମସ୍ୟା ସୃଷ୍ଟି ହୋଇପାରେ। ରୁ- ନାମାକ୍ଷର ବ୍ୟକ୍ତି ` ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। |
![]() | ସମସ୍ୟାଗୁଡ଼ିକ ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ଯ ମନ ଭାରାକ୍ରାନ୍ତ ରହିପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ନ- ନାମାକ୍ଷର ବ୍ୟକ୍ତିମାନେ ନିକଟ ସମ୍ପର୍କୀୟଙ୍କ କାମରେ ମୁଣ୍ଡ ପୂରାନ୍ତୁ ନାହିଁ। |
![]() | କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଭ- ନାମାକ୍ଷର ବ୍ୟକ୍ତିମାନେ ସାମାଜିକ ସ୍ତରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। |
![]() | ଦେହ ଭଲ ରହିଲେ ମଧ୍ଯ କ୍ରନିକ୍ ରୋଗପୀଡ଼ା ପାଇବେ। ଖ- ନାମାକ୍ଷର ବ୍ୟକ୍ତିମାନଙ୍କର କର୍ମକ୍ଷେତ୍ରରେ ସମ୍ମାନ୍ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କେତେକ ଆକସ୍ମିକ ସମସ୍ୟା ଉପୁଜିବାରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଯେକୌଣସି କାମ ହେଉନା କାହିଁକି, ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। |
![]() | ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ସାମାଜିକ ସ୍ତରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଶ-ନାମାକ୍ଷର ବ୍ୟକ୍ତିଙ୍କର ଅଫିସ୍ରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । |
![]() | ବନ୍ଧୁଙ୍କ ସହ ଆଲୋଚନା କାଳରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଦ- ନାମାକ୍ଷର ବ୍ୟକ୍ତିମାନଙ୍କର ଦୀର୍ଘପଥ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ଆଗାମୀ ଆନୁଷ୍ବାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ହାତକୁ ନେଇପାରନ୍ତି | |