![]() | ଆଜି ଭାଗ୍ୟଭାବସ୍ଥ ଚନ୍ଦ୍ରା ପ୍ରତ୍ୟେକ କର୍ମ ଓ ପାରିବାରିକ ଜୀବନକୁ ସରସ, ସୁନ୍ଦର କରି ରଖିବ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ବାରା କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି। ଇଚ୍ଛା ନ ଥିଲେ ମଧ୍ଯ ବାଧ୍ଯ ବାଧକତାରେ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ବୁଧଙ୍କ ସୁପ୍ତଭାବରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। |
![]() | ମଙ୍ଗଳ କୋଣ ସ୍ଥାନରେ ଥିବାରୁ କୌଣସି ଘରୋଇ ସମସ୍ୟାର ସମାଧାନ କ୍ଷେତ୍ରରେ ସ୍ତ୍ରୀଙ୍କ ଅବଦାନ ସ୍ମରଣୀୟ ରହିବ। ପ୍ରଶାସନିକ ସ୍ତରରେ କାମ ହାସଲ କଷ୍ଟକର ହୋଇପାରେ। ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଲାଭବାନ ହେବେ। କର୍ମଭାବସ୍ଥ ଶନି କର୍ମକ୍ଷେତ୍ରରେ ଅସ୍ଥିରତା ଦୂର କରିବାରେ ସାହାଯ୍ୟ କରିବେ । |
![]() | ଦ୍ବିତୀୟ ଓ ତୃତୀୟଭାବର ଶୁଭତ୍ବ କାରଣରୁ କମ ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପଡ଼ୋଶୀଙ୍କ ସାହଚର୍ଯ୍ୟରେ ସାମାଜିକ ସ୍ତରରେ କୌଣସି କାମ କରିବା ସକାଶେ ସ୍ଥିର କରିବେ। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ଗସ୍ତ ସମୟରେ ଯାନବାହନରେ ସତର୍କତା ବିଧେୟ । |
![]() | ଅଷ୍ଟମଭାବସ୍ଥ ଶନିଙ୍କ ଯୋଗୁ ଯେଉଁ କାମରେ ହାତ ଦେବେ କଠିନ ପରିଶ୍ରମ କରିବାକୁ ପଡ଼ିବ। କର୍ମକ୍ଷେତ୍ରର ଅସଜଡ଼ା ପରିସ୍ଥିତିକୁ ସହକର୍ମୀଙ୍କ ସହ ଆଲୋଚନା କ୍ରମେ ସଜାଡ଼ି ନେବେ। କୌଣସି ଅଜଣା ବ୍ୟକ୍ତିଙ୍କ ସହ ଉଚ୍ଚବାଚ ଘଟିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ସାଙ୍ଗକୁ ଶ୍ରମଜନିତ କ୍ଳାନ୍ତିବୋଧ କରିବେ । |
![]() | ଦ୍ବାଦଶସ୍ଥ ଶୁକ୍ର ଯୋଗୁ ସୁବିଧା ସୁଯୋଗ ପାଇଲେ ମଧ୍ୟ କାମ ହାସଲ କରିପାରିବେ ନାହିଁ| ପାରିବାରିକ କ୍ଷେତ୍ରରେ ତର୍କ ବିତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଘଟିପାରେ। ବିଳମ୍ବରେ ହେଲେ ମଧ୍ଯ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରନ୍ତି କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ | |
![]() | ମଙ୍ଗଳଙ୍କ ରାଶ୍ୟାବସ୍ଥାନଜନିତ ମନ ବ୍ରୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଅଂଶୀଦାରଙ୍କ ଅଯଥା ଯୁକ୍ତି କାରଣରୁ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ। ମାଲିମକଦ୍ଦମାରେ ସ୍ବପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ଵସ୍ତି ଅନୁଭବ କରିବେ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। |
![]() | ଗୁରୁଙ୍କ ପାପସଂଯୁତି କାରଣରୁ ନିଜ ଲୋକଙ୍କ ପରକଥାକୁ ବିଶ୍ବାସ କରି ହଇରାଣରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ପିଲାଙ୍କ ବିଶୃଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି। |
![]() | ପାପଗ୍ରହ ମଧ୍ଯସ୍ଥ ଚନ୍ଦ୍ର ହେତୁ କଳହ ଆଶଙ୍କା କରି ମନ କଥା କହିବାକୁ ପଛେଇ ଯିବେ। ଏକ ସାମୂହିକ କାର୍ଯ୍ୟକ୍ରମରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବନ୍ଧୁଙ୍କ ପ୍ରେରଣାରେ କୌଣସି ସାଂସ୍କୃତିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି । ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। |
![]() | କର୍ମକ୍ଷେତ୍ରରେ ଦ୍ବାଦଶାଧିପତି ଥିବାରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ପ୍ରଶାସନିକ ସ୍ତରରେ ଗୁରୁତ୍ବପୂର୍ଣ କାମ ସମ୍ପାଦନ ନିମନ୍ତେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନଦୁଃଖ ହୋଇପାରେ ଶାସ୍ତ୍ରାଧ୍ୟାୟନ ସାଙ୍ଗକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିପାରନ୍ତି। |
![]() | ଭାଗ୍ୟସ୍ଥ ମଙ୍ଗଳ ହେତୁ କର୍ମକ୍ଷେତ୍ରରେ ଅବହେଳାବଶତଃ ସ୍ଥଗିତ କାମକୁ ପୂରାଦମରେ କରିଚାଲିବେ। ନୀଚ ବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନିଜ ଲୋକମାନେ ଶତ୍ରୁତା ଆଚରଣ କରିବେ। ବ୍ୟବସାୟ କ୍ଷେତ୍ରରେ ଦୀର୍ଘଦିନରୁ ଚକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ। |
![]() | ଚନ୍ଦ୍ର କ୍ଷେତ୍ରରେ ଶୁକ୍ର ଥିବାରୁ କଳା, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତ ହୋଇପାରନ୍ତି। ଆଜିର କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍ ରହିବ ନାହିଁ। ବନ୍ଧୁଙ୍କ କଥାରେ ହଁ ଭରି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। |
![]() | ଷଷ୍ଠସ୍ଥ ରବି ଓ ବୁଧଜନିତ କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ପାରିବାରିକ କ୍ଷେତ୍ରର ସମୟ ସୁବିଧା ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାନ୍ତୁ ଅବଶ୍ୟ ଉପକୃତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। |