![]() | ଆଜି ବନ୍ଧୁମାନଙ୍କ ସାହାଯ୍ୟରେ ସାଙ୍ଗଠନିକ କାର୍ଯ୍ୟର ନେତୃତ୍ଵ ନେଇ ପ୍ରଶଂସିତ ହେବେ। ଷଷ୍ଠସ୍ଥ ମଙ୍ଗଳ ହେତୁ ଜମିଜମା ସମ୍ବନ୍ଧୀୟ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଯାତ୍ରା ସମୟରେ ପରିବହନରେ ଝଗଡ଼ା ଲାଗିବାର ସୂଚନା ରହିଛି। ପାରିବାରିକ କ୍ଷେତ୍ର ମନ୍ଦ ନ ହେଲେ ମଧ୍ଯ ପ୍ରକାରର ରହିବ। |
![]() | ଗୁରୁଚଣ୍ଡାଳ ଯୋଗ ପ୍ରଭାବରେ ପରିବାରରେ ଅନର୍ଥ ସୃଷ୍ଟି ହୋଇପାରେ । କୌଣସି ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ନ ପାଇ ବିକଳ୍ପ ଚିନ୍ତା କରିପାରନ୍ତି। କଚେରି ମାମଲାରେ ବାନ୍ଧି ହୋଇପଡ଼ିଥିବା ବ୍ୟକ୍ତିମାନେ ଆଶ୍ଵସ୍ତି ଲାଭ କରିବେ। ବ୍ୟବସାୟିକ ସ୍ଥିତି ପୂର୍ବଭଳି ରହିବା ସାଙ୍ଗକୁ ସନ୍ତାନହେତୁକ ଗୌରବାନ୍ଵିତ ହେବେ । |
![]() | ରବି ଓ କେତୁଙ୍କ ମଧ୍ଯବର୍ତ୍ତୀ ମଙ୍ଗଳଜନିତ ଟିକିଏ କଥାରେ ରାଗିଯିବା କାରଣରୁ କଳହ ସୃଷ୍ଟି ହୋଇପାରେ। କୌଣସି କାମରେ ବ୍ୟସ୍ତ ରହିବା ହେତୃ ଚେଷ୍ଟା କରୁଥିବା କାମଟି ଅସମ୍ପୁର୍ଣ୍ ରହିଯିବ। ସହକର୍ମୀଙ୍କ ସାହାଯ୍ୟରେ ଅଟକିଥିବା କାମ ହାସଲ କରିବେ। କଳା, ସାହିତ୍ୟ କ୍ଷେତ୍ରରେ ବନ୍ଧୁଙ୍କ ମତ ପାର୍ଥକ୍ୟ ଦେଖାଦେବ । |
![]() | ମୁଖଭାବସ୍ଥ ବୁଧାଦିତ୍ୟ ହେତୁ ଅପ୍ରିୟ ସତ୍ୟ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ସାମାଜିକ ସ୍ତରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। କୌଣସି ବନ୍ଧୁ ଭର୍ଷଭାବ ପୋଷଣ କରିପାରନ୍ତି। |
![]() | କଠୋର ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ମାନସିକ ଅଶାନ୍ତି ସାଙ୍ଗକୁ ମଙ୍ଗଳଙ୍କ ପ୍ରଭାବରେ ବ୍ୟବହାରରେ କଠୋରତା ତିକ୍ତତା ସୃଷ୍ଟି କରିବ। ରାଜନୈତିକ କ୍ଷେତ୍ରରେ ଆଜିର ଆଲୋଚନା ସରଗରମ ରହିବାର ସୂଚନା ରହିଛି। କଳା, କ୍ରୀଡ଼ା, ସଙ୍ଗୀତ, ସାହିତ୍ୟ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ। |
![]() | ରାଶିରେ ତୃତୀୟାଧିପତି ହେତୁ ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନକୁ ପ୍ରଶଂସା କରିବେ। ବିଳମ୍ବରେ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରନ୍ତି ବନ୍ଧୁଙ୍କ ସହିତ କଥାବାର୍ଭା ସମୟରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଭର୍ଷାପର ମନୋଭାବ ନେଇ ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି। |
![]() | ଏକାଦଶସ୍ଥ ରବି ଓ ବୁଧଜନିତ ସମସ୍ୟାର ସମାଧାନ କରିବା ସହ ନିଜକୁ ମାନସିକ ସ୍ତରରେ ଦୃଢୀଭୂତ କରିପାରନ୍ତି। ବିବାଦୀୟ ପରିସ୍ଥିତିରେ ମଧ୍ଯ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ସହକର୍ମୀଙ୍କୁ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । |
![]() | କେନ୍ଦ୍ରସ୍ଥ ଶନି ହେତୁ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର କରିବା କାରଣରୁ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ଛୋଟ .କଥାକୁ କେନ୍ଦ୍ରକରି ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ସାମାଜିକ ସ୍ତରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ । |
![]() | ଅନୁକୂଳ ଗ୍ରହସ୍ଥିତିରୁ ଆଜି ଏକ ସମ୍ମାନଜନକ ସ୍ଥିତିରେ ସହାୟତା ଲାଭ କରିବେ। କିନ୍ତୁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାରେ ଈର୍ଷାନ୍ବିତ ନିଜ ଲୋକମାନେ ଦାଉ ସାଧିପାରନ୍ତି। ବ୍ୟବସାୟ, ବାଣିଜ୍ୟ ଏପରିକି ସାଂସ୍କୃତିକ କ୍ଷେତ୍ରରେ ମଧ୍ଯ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। |
![]() | ଶୁକ୍ରଙ୍କ ଦୃଷ୍ଟି ପ୍ରଭାବରେ ଗତକାଲିଠାରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ପାରିବାରିକ କ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ବନ୍ଧୁଙ୍କ ସହ ଯାତ୍ରା କାଳରେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। |
![]() | ସ୍ବଗୃହୀ ଶନି ହେତୁ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ତଥାପି ଦ୍ବନ୍ଦ୍ବରେ ପଡ଼ି କେତେକ କ୍ଷେତ୍ରରେ ଠିକ୍ ନିଷ୍ପତି ନେଇପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ନିଜ ମନକୁ ନ ପାଇଲେ ମଧ୍ଯ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। |
![]() | ଚନ୍ଦ୍ର ଓ ଶୁକ୍ରଙ୍କ ଶୁଭ ସଂସ୍ଥାନ ହେତୁ ଦିନଟି ସବୁ ଦିଗରୁ ଅତି ଭଲରେ ଅତିବାହିତ ହେବ । କର୍ମକ୍ଷେତ୍ରରେ କେତେକ ଗୁରୁତ୍ବପୂର୍ଣ୍ଣ କାମ ହାସଲ କରିବେ। ଅର୍ଥ ଓ ସମ୍ମାନ, ସଦ୍ଦିଛାର ଅଭାବ ରହିବ ନାହିଁ। କିନ୍ତୁ ଅବହେଳା ନ କରି ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ ପିଲାଙ୍କ ସଫଳତାକୁ ନେଇ ଖୁସି ହେବେ। |