 | ଆଜି ଯାତ୍ରା କରିବେ କିନ୍ତୁ ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡ଼ିଯାଇପାରେ। ସ୍ଵାସ୍ଥ୍ୟ ଓ ପାରିବାରିକ ଓ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ, ତଥାପି ସେମିତି ଅସୁବିଧା ହେବନି। ପ୍ରଶାସନ, ପ୍ରକାଶନ,ଅଧ୍ୟୟନ ଅଧ୍ଯାପନା କ୍ଷେତ୍ରରୁ ଶୁଭଫଳ ମିଳିବାର ଆଶା ରହିଛି। |
 | ଆଜି ଦିନଟିରେ କର୍ମ କ୍ଷେତ୍ରରେ ଯାହାକୁ ଯାହା କହିଲେ ସେହି ବ୍ୟକ୍ତି ତାହାକୁ ଓଲଟା ଅର୍ଥରେ ଗ୍ରହଣ କରିବେ ପରିବାରରେ ସାଧାରଣ କଥାରେ କ୍ଷୁଚ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ଅବଶ୍ୟ ସାଧାରଣ କେତେ ବ୍ୟତିକ୍ରମକୁ ବାଦ୍ ଦେଲେ ଯାତ୍ରା ସଫଳ ହେବ। ଧନପ୍ରାପ୍ତି ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । |
 | ଆକସ୍ମିକ ଭାବରେ ପରିବାରର ଖର୍ଚ୍ଚଭାର ବୃଦ୍ଧି । କାରଣରୁ ଚିନ୍ତା ପ୍ରକଟ କରିବେ। ବିରକ୍ତିକର କଥା କହି ସଂଯମତା ହରାଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି। ଦୁରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି | |
 | ସମସ୍ୟା ଆସିଲେ ମଧ୍ଯ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହସ ରହିବ। ବନ୍ଧୁମାନଙ୍କ ପରାମର୍ଶରେ ନୂଆ ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି। ଭୁଲ୍ ବୁଖମଣା କାରଣରୁ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବ, କିନ୍ତୁ ବନ୍ଧୁ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବେ। |
 | ନିକଟ ସମ୍ପର୍କୀୟଙ୍କ ଅସନ୍ତୋଷଜନକ କାର୍ଯ୍ୟକଳାପ ନିଜପାଇଁ ସମସ୍ୟା ସୃଷ୍ଟି କରିବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ଆଇନ ଅଦାଲତର ରାୟ ସପକ୍ଷରେ ଯିବାରୁ ସାମୟିକ ଖୁସି ରହିବେ। ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । |
 | ପରିବାର ଭିତରେ କିଛିଟା ଗୋଳମାଳିଆ ପରିସ୍ଥିତି ସମସ୍ୟା ସୃଷ୍ଟି କରିବ। ପିଲାମାନଙ୍କ ସକାଶେ ଅନ୍ୟ ମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ । ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ। ଗୃହୋପକରଣ କିମ୍ବା ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିପାରନ୍ତି। |
 | ଆଜି କର୍ମକ୍ଷେତ୍ରରେ ରହିଥିବା କାରଣରୁ ବହୁତ କାମ ଏ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ହେତୁ ପରୋକ୍ଷ ଶତୁତା ମଧ୍ଯ ସୃଷ୍ଟି ହେବ। ଆଜିର ଯାତ୍ରାରେ ସଫଳତା ପାଇବେ ଏବଂ ନୂତନ ବନ୍ଧୁସମ୍ପର୍କ ସ୍ଥାପିତ ହେବ। ପାରଷ୍ଣରିକ ସହମତି ଜନିତ ବହୁ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। |
 | ଆଜି କର୍ମକ୍ଷେତ୍ରରେ ପ୍ରତିଦ୍ବନ୍ଦିତା କଲେ ଓଲଟା ଫଳ ପାଇପାରନ୍ତି।| ଆପଣଙ୍କ କଥାଶୈଳୀର ପ୍ରଭାବରୁ ଦୂରେଇ ଯାଇଥିବା ଲୋକ ପାଖେଇ ଆସିବ। ପରିଜନଙ୍କ ସ୍ଵାସ୍ଥ୍ୟାବସ୍ଥା ନିଜ ପାଇଁ ସମସ୍ୟାର କାରଣ ହୋଇପାରେ। ଏଜେନ୍ସିପ୍ ,ସାମ୍ବାଦିକତା, ରାଜନୀତି, ନୂତନ କର୍ମାରମ୍ଭ, କଳା ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ। |
 | ପରୋକ୍ଷ ଶତ୍ଦୁତାର ପ୍ରଭାବ ଫଳରେ କର୍ମକ୍ଷେତ୍ର ପ୍ରଭାବିତ ହୋଇପାରେ। ଅନ୍ୟମନସ୍କତା କିମ୍ବା ବିସ୍କରଣ ଜନିତ କୌଣସି ହରାଇ ପାରନ୍ତି।ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟ ସାଧନ କରିବେ। ଜୋର୍ କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରିବାରେ ସଫଳ ହେବେ । |
 | ଆଜି କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡ଼ା ଲାଗିପାରେ । ବିବାଦୀୟ ଘଟଣାରେ ପ୍ରତିଦ୍ବନ୍ଦିତା କ୍ରମଶଃ ବୃଦ୍ଧି ପାଇବ । |
 | କୌଣସି ବ୍ୟକ୍ତିଙ୍କ ସହ ସାଧାରଣ କଥାକୁ କେନ୍ଦ୍ର କରି କଳହ ଲାଗିପାରେ। ପାରିବାରିକ କ୍ଷେତ୍ରରେ ପୂର୍ବ ରାଗକୁ ନେଇ କାହା କଥାକୁ କିଏ ସମର୍ଥନ କରିବେ ନାହିଁ। କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଯାତ୍ରାରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । |
 | ଆଲୋଚନା ପରିସରରେ ସମ୍ପର୍କୀୟଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହିବନାହିଁ ।ଶାରୀରିକ ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି । କଳା,ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ। ପରିବାରରେ ଅପ୍ରିୟ ସତକଥା କହି ସମାଲୋଚିତ ହୋଇପାରନ୍ତି। |