 | ଆଜି ଅନୁକୂଳ ଗ୍ରହସ୍ଥିତିରୁ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ବିକ ପରିସ୍ଥିତି ଅନେକାଂଶରେ ଭଲ ରହିବ।ଉତ୍ସବାନୁଷ୍ପାନ, ସଙ୍ଗୀତ, କ୍ରୀଡ଼ା, ଚଳଚିତ୍ର କ୍ଷେତ୍ରରେ ବନ୍ଧୁ ମିଳନ ହେତୁ ମନ ଖୁସି ରହିବ। ଭୁଲ୍ ବୁଝାମଣରୁ ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତି ସୁଧାରି ନେବେ। ଆଜିର ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟରେ କ୍ଷତିରେ ପଡ଼ିପାରନ୍ତି। |
 | ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ସୃଷ୍ଟି ସହ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସହ ମତଭେଦ ଘଟିପାରେ। ସଭାସମିତି, ରାଜନୀତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ଣତ୍ତି ନେବେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ବାଣିଜ୍ୟ,ବ୍ୟବସାୟ, ପରିବହନ ଓ ପ୍ରତିଯୋଗିତାରେ ସଫଳତା ହାସଲ କରିବେ । |
 | ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ଶୁକ୍ର ଅବସ୍ଥାନ କରିଥିବାରୁ ଭୋଗବିଳାସ ସାଙ୍ଗକୁ ବୈଷୟିକ ସୁଖ, ସମୃଦ୍ଧି ପ୍ରଦାନ କରିବେ। ଶିକ୍ଷା, ସାହିତ୍ୟ, ସନ୍ତାନହେତୁକ ସମସ୍ୟାର ସମାଧାନ ହୋଇଯିବ। ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ରରେ ଉନ୍ନତି ସାଙ୍ଗକୁ ବନ୍ଧୁ ମିଳନରୁ ଆନନ୍ଦିତ ରହିବେ ।ଯାନବାହନ ଚାଳନାରେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। |
 | ଚତୁର୍ଥକେନ୍ଦ୍ରରେ କେତୁ ରହିଥିବାରୁ ନିଜ ଲୋକଙ୍କ ଦ୍ବାରା ପ୍ରତିରୋଧର ସମ୍ମୁଖୀନ ହେବେ। କିନ୍ତୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହୋଇପାରନ୍ତି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା ଓ ଆନୁଷ୍ଠାନିକ କାମରେ ସହଯୋଗ କରି ଖୁସି ରହିବେ।ସ୍ଥାନ ପରିବର୍ତ୍ତନ ଯୋଗୁ ଥଣ୍ଡା ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି। |
 | ପରିସ୍ଥିତିକୁ ଲକ୍ଷ୍ୟ ରଖିବା ସହ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ମନୋନିବେଶ କରିବେ। ବ୍ୟବସାୟ ଓ ପରିବହନରେ ହଠାତ୍ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ସ୍ତ୍ରୀଙ୍କ ପ୍ରେରଣା ଓ ପରାମର୍ଶକୁ ପ୍ରାଧାନ୍ୟ ଦେଇ ପାରିବାରିକ ସ୍ଥିତିକୁ ସୁଧାରି ନେବେ। ଆର୍ଥିକ ଅନଟନ ଲାଗି ରହିଥିଲେ ମଧ୍ଯ କୌଣସି କାମ ଅଟକି ରହିବ ନାହିଁ। |
 | ଦେବଗୁରୁଙ୍କ କୃପାଦୃଷ୍ଟରୁ ବିଭିନ୍ନ ଦିଗରୁ ସାହାଯ୍ୟ, ସହଯୋଗର ଅବାରିତ ଧାରା ବହି ଆସିବ। ଜମିଜମା,ମାଲିମକଦ୍ଦମା, ଯାତ୍ରା, ବାଣିଜ୍ୟ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଆଶଙ୍କା ରହିଁଛି। ଆରମ୍ଭ କରିବାକୁ ଥିବା କାମ ନିର୍ବିଘ୍ନରେ ସମାପନ କରିପାରିବେ। ଆକସ୍ମିକ ପ୍ରତିବନ୍ଧକ କାରଣରୁ ଚିତ୍ରା କୌଣସି କାମ କରିବାରେ ପଛେଇ ଯାଇପାରନ୍ତି। |
 | ସୌହାର୍ଦ୍ଦର ବାତାବରଣ ପାରିବାରିକ ଜୀବନକୁ ସରସ କରିବ। ସ୍ବାତୀର ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ବାରା ସମସ୍ୟାର ସମାଧାନ ହୋଇଯିବ। ଶିଳ୍ପ,ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ |
 | ପରିବାରରେ ଉତ୍ତମ ବାତାବରଣ, କର୍ମକ୍ଷେତ୍ରରେ ସହଯୋଗ, ନୂତନ କାମର ପରିକଳ୍ପନା କରି ଖୁସି ରହିବେ। କଳା, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ,ଚଳଚ୍ଚିତ୍ର କ୍ରୀଡ଼ା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। ଅଫିସ୍ରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟର ସାହାଯ୍ୟ ନେବାକୁ ବାଧ୍ଯ ହେବେ । |
 | ଚନ୍ଦ୍ର ଭାବାତ୍ମକ ରାଶିରେ ପରିବାର ସମ୍ପର୍କୀୟ ବିଷୟକୁ ନେଇ ଭାବପ୍ରବଣତା ସୃଷ୍ଟି କରାଇବ। ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ସହ ସମ୍ପର୍କକୁ ତିକ୍ତ କରିପାରନ୍ତି। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ଯରେ ସାମୟିକ କଳହ ଦେଖାଦେଇପାରେ । |
 | ପାରିବାରିକ ଅଶାନ୍ତି ଲାଗି ରହିବା କାରଣରୁ ମାନସିକ ସ୍ବାସ୍ଥ୍ୟ ବିଶେଷ ଭଲ ରହି ନ ପାରେ ।କୌଣସି ବନ୍ଧୁଙ୍କ ସହ ଆଜି ଫଳପ୍ରଦ ଆଲୋଚନା କରିବେ। ଗାଡ଼ି, କଳକାରଖାନା ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଭୁଲ୍ ବୁଝାମଣାଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତରର ସମ୍ଭାବନା ରହିଛି। |
 | ଆଜି ଆର୍ଥିକ ଦିଗରୁ କୌଣସି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। କୌଣସି ବ୍ୟକ୍ତି ମିଥ୍ୟା ଦୋଷାରୋପ କରି ମାନସିକ ଅଶାନ୍ତି ସୃଷ୍ଟି କରିପାରନ୍ତି। ଯେତେ ଭଲ କାମ କଲେ ମଧ୍ଯ ପରିବାରରୁ ପଦୁଟିଏ ପ୍ରଶଂସା ମଧ୍ଯ ଶୁଣି ପାରିବେ ନାହିଁ। ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । |
 | ଦିନଟି ବହୁତ ଭଲରେ ଅତିବାହିତ ହେବ। କିନ୍ତୁ ଆଜି ଆର୍ଥିକ ଦିଗରୁ ପାଇବେ ଯେତିକି ତାହାର ଦୁଇଗୁଣା ଖର୍ଚ୍ଚ ପାଇଁ ବାଟ ଫିଟିଯିବ। ଈର୍ଷାପରାୟଣ ବ୍ୟକ୍ତିବିଶେଷ କିମ୍ବା ପାଖ ପଡ଼ୋଶୀଙ୍କ ସହ ସମ୍ପର୍କରେ ଅବନତି ଘଟିବ। ବାହାର ଦୁନିଆରୁ ଯେତିକି ଶ୍ରଦ୍ଧା, ସମ୍ମାନ ପାଇବେ ନିଜ ଲୋକଙ୍କ ନିକଟରୁ ତାହାର ଠିକ୍ ଓଲଟା ଫଳ ମିଳିବ। |