![]() | ଆଜିର ଏକାଦଶ ଚନ୍ଦ୍ର ପ୍ରଭାବରେ ସାମଗ୍ରିକ ସୁଖ, ସୁବିଧା ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। କିନ୍ତୁ ପାରିବାରିକ କ୍ଷେତ୍ରରେ ବୁଝାମଣାରେ ବ୍ୟତିକ୍ରମଜନିତ ମତାନ୍ତର ଘଟିପାରେ। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କସାନିଧ୍ଯରୁ କେତେକ ମୂଲ୍ୟବାନ୍ ଉପଦେଶ ପାଇବେ ।ଦୀର୍ଘଦିନ ହେଲା ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । |
![]() | ସ୍ବରାଶିସ୍ଥ ମଙ୍ଗଳଜନିତ ଜମିଜମା କ୍ରୟ ବିକ୍ରୟ ଦିଗରେ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ ଆପଣଙ୍କ କାମକୁ ତ୍ଵରାନ୍ବିତ କରିବ। ମନେ ମନେ ବିରକ୍ତି ହେଲେ ମଧ୍ଯ ବନ୍ଧୁଙ୍କ ସମ୍ମୁଖରେ ସତକଥା ପ୍ରକାଶ କରିପାରିବେ ନାହିଁ। ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଆକସ୍ମିକ ଭାବେ ଭ୍ରମଣ ସୁଯୋଗ ଜୁଁଟିପାରେ । |
![]() | ରାଶିକୁ ତିନୋଟି ଗ୍ରହ ଦେଖୁଥୁବାରୁ କର୍ମକ୍ଷେତ୍ରରେ ସମସ୍ୟା କମିବ। ଅଟକି ରହିଥିବା କାମଟିକୁ ହଠାତ୍ ଏ ଆରମ୍ଭକରିବାକୁ ମନ ବଳାଇପାରନ୍ତି। କିନ୍ତୁ କୃତ୍ତିକା ମାନସିକ ଅସ୍ଥିରତା କାରଣରୁ ଅନ୍ୟମାନଙ୍କ କଥାକୁ ଠିକ୍ ଭାବେ ବୁଝିପାରିବେ ନାହିଁ। ନିଜର କର୍ତ୍ତବ୍ୟନିଷ୍ଠା ଫଳରେ ପରିବାରର ଲୋକମାନଙ୍କଠାରୁ ଆଦର, ଶ୍ରଦ୍ଧା ପାଇବେ। |
![]() | ରାଶିକୁ ଗୁରୁ ଓ ଶନି ଅବଲୋକନ କରୁଥିବାରୁ କର୍ମକ୍ଷେତ୍ରରେ ଆଶାନୁରୂପ ଅର୍ଥ, ସମ୍ମାନ, ସହଯୋଗ ନା ପାଇ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ସ୍ତରରେ ପକ୍ଷପାତିତାକୁ ନେଇ କଷ୍ଟ ପାଇପାରନ୍ତି ବନ୍ଧୁଙ୍କ ସହ ଯୁକ୍ତିତର୍କ କରିବା ଠିକ୍ ହେବନି। ଅନ୍ୟଦ୍ବାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । |
![]() | କୋଣସ୍ଥ ଗ୍ରହଙ୍କ ଶୁଭପ୍ରଭାବରୁ କର୍ମକ୍ଷେତ୍ର ପ୍ରତିଟି ପଦକ୍ଷେପରେ ସହମତି ଭିତ୍ତିରେ କାମ କଲେ ଉପକୃତ ହେବେ। ସଂଗଠନ, ରାଜନୀତି, ସଭାସମିତି, ପ୍ରଶାସନ,କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। କ୍ରୀଡ଼ା, ଚଳଚିତ୍ର କଳା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ହେବ। ପାରିବାରିକ ସମସ୍ୟା ଥିଲେ ମଧ୍ଯ କାମରୁ ଓହରିପାରିବେ ନାହିଁ । |
![]() | ବୃହସ୍ପତିଙ୍କ ଶୁଭଦୃଷ୍ଟି ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାଯ୍ୟକଲେ ଉପକୃତ ହେବେ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ମନସ୍ତାପ କରିପାରନ୍ତି। ଦୃଢ଼ତାର ସହ ଅଟକି ରହିଥିବା କାମଟିକୁ ସମ୍ପୂର୍ଣ୍ଣ କରିବେ । |
![]() | ରାଶିରେ କେତୁଙ୍କ କୁପ୍ତଭାବରୁ ଆଜି ଆପଣଙ୍କୁ ଅନ୍ୟମାନଙ୍କ କଥା ଓ କାର୍ଯ୍ୟକଳାପ ଭଲ ଲାଗି ନ ପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇନେବେ। ଆନୁଷ୍ଠାନିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ନିର୍ମାଣ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। |
![]() | ମୁଖଭାବରେ ଏକାଧିକ ଗ୍ରହଜନିତ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। କିନ୍ତୁ ବ୍ୟବସାୟିକ ଓ ବାଣିଜ୍ୟ କ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ| |
![]() | ରାଶିରେ ରବି, ବୁଧ ଓ ଶୁକ୍ରଥିବାରୁ ଏକ ଚମକପ୍ରଦ ସ୍ଥିତିରେ ପହଞ୍ଚିବେ, ଯାହାକି ଆପଣଙ୍କୁ ଆଶ୍ଚ ର୍ଯ୍ୟାନ୍ବିତ କରିଦେବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହେବେ। ପୁନଶ୍ଚ ଏହାସାଙ୍ଗକୁ ପାରିବାରିକ କ୍ଷେତ୍ରରେ ଟେନ୍ସନ କିଛି ମାତ୍ରାରେ କମିଯିବ। ସଭାସମିତି କିମ୍ବା ବନ୍ଧୁଙ୍କଠାରୁ ବସ୍ତ୍ରଭୂଷଣ ଲାଭ କରିପାରନ୍ତି । |
![]() | ମକର ଦ୍ବିତୀୟାଚନ୍ଦ୍ରା ପ୍ରଭାବରେ ସମସ୍ତଙ୍କ ପ୍ରିୟଭାଜନ ହେବେ। ଯାହା ଚାହୁଁଛନ୍ତି ତାହା ଆଜି ଅବଶ୍ୟ୍ଯ ପାଇବେ। ଏଥ ସକାଶେ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ|ଈର୍ଷାପରାୟଣ ବ୍ୟକ୍ତିଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ସ୍ଵାସ୍ଥ୍ୟର ଉନତି, ବିବାଦୀୟ ଘଟଣାରେ ବିଜୟୀ ଏବଂ ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍ ହେବେ | |
![]() | ଷଷ୍ଠାଧ୍ପତି। ରାଶିରେ ଥିବାରୁ ଆଜି ଦିନଟିରେ ହାତରୁ ଖାଇ ପର ପାଇଁ ଖଟିବେ। ଲେଖାପଢ଼ା, ପ୍ରଶାସନ, ପରିବହନ, ନିର୍ମଣ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳିନେବେ। ନିଜର ସ୍ବାର୍ଥ ସାଧନ ପାଇଁ ସହକର୍ମୀ ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି। |
![]() | ଯୋଜନା କାରକ ବୃହସ୍ପତି ରାଶିରେ ଥିବାରୁ ଆଜି ହଠାତ୍ କୌଣସି ନୂତନ କାମ ଆରମ୍ଭ କରିପାରନ୍ତି । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ, ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟ ଦ୍ବାରା ହିଁ ସମ୍ଭବ ହୋଇପାରେ ।ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।ଆବଶ୍ୟକ ଅର୍ଥ ସକାଶେ ଧାର ସୂତ୍ରରେ ପାଇବାକୁ ଚେଷ୍ଟା କରିବେ । |