![]() |
ନିଜ ବଂଶର ଆଲୋକ ବର୍ତ୍ତିକା ହୋଇପାରନ୍ତି। ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସ୍ନେହ ରହିବ। |
![]() |
ଦିନଟି ସଖ ସମୃଦ୍ଧିପୂର୍ଣ୍ଣ ହେବ। ଭୋଗ-ବିଳାସ କରିପାରନ୍ତି। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଉଦ୍ୟୋଗୀ ହେବେ।ପୁଣ୍ୟପ୍ରଭା ପ୍ରତ୍ନୀଙ୍କ ସହଯୋଗ ମିଳିବ। |
![]() |
ସ୍ୱାଭିମାନର ସହ ଚଳିବେ। ଯୁଗ୍ମ ବ୍ୟବସାୟର ଲାଭ ମିଳିବ। ଧର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିପାରନ୍ତି। ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ। ସତର୍କରେ ଚଳିବେ। |
![]() |
ସମ୍ବେଦନା ସହିତ ଯୋଡ଼ିହୋଇ ସେବାର ମହତ୍ତ୍ୱ ଉପଲବ୍ଧି କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ। ଅହଂଭାବ ମଳିନ ହେବ। |
![]() |
ଆପଣଙ୍କ ବ୍ୟକ୍ତିତ୍ୱ ନିକଟରେ ଶତ୍ରୁ ହାରି ଶରଣାଗତ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃ ଭାବ ଅତୁଟ ରହିବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି। |
![]() |
ଅର୍ଥର ଅନ୍ତଃ ସ୍ରୋତ ପ୍ରବାହରେ ବାଧା ଉପୁଜିବାର ପ୍ରଶ୍ନ ଉଠୁନି। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ବ୍ୟବସାୟ ଭଲରେ ଚାଲିବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। |
![]() |
ସରଳ ଓ ନିରାଡ଼ମ୍ବର ଜୀବନଯାପନ କରିପାରନ୍ତି। ଦାନଶୀଳ ବ୍ୟକ୍ତି ଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ବ୍ରହ୍ମବାଦୀ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି ବିଶାରଦ ହେବେ। ଯାନବାହନ ସୁଖ ମିଳିବ। |
![]() |
କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ ହୋଇ ରହିବ। ଈଶ୍ୱରଙ୍କ ନିକଟରେ ମଧୁର ପ୍ରେମଭକ୍ତି ନିବେଦନ କରିପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରି ବ୍ୟବସାୟ ବଢ଼ାଇ ପାରିବେ। |
![]() |
ଯତ୍ନ ଅଧ୍ୟବସାୟ ଓ ଉଦ୍ୟମ ବଳରେ ନିଜେ ନିଜର ଭାଗ୍ୟ ନିୟନ୍ତା ହୋଇପାରନ୍ତି। ସହନଶୀଳ, ଶାନ୍ତିପ୍ରିୟ, ମଧୁରଭାଷୀ, ଉଦାର ସ୍ୱଭାବ ଓ ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ। |
![]() |
ବିଭିନ୍ନ ସ୍ତରରୁ ସ୍ନେହାଶୀର୍ବାଦ ଓ ଶୁଭେଚ୍ଛା ମିଳିପାରେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଐଶୂର୍ଯ୍ୟ ପ୍ରାପ୍ତିହେବ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଓହରି ନ ଯାଇ ସଂଗ୍ରାମ ଜାରି ରଖିବେ। |
![]() |
ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। ଏକାନ୍ତରେ ମୌନ ରହି ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅତିଥି ସତ୍କାରରେ ଧନବ୍ୟୟ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସାହସୀ ଓ ଜ୍ଞାନୀ ହେବେ। |
![]() |
ସୁସ୍ଥ ଓ ନିରାମୟ ରହିବେ। ଅକ୍ଷୟ ଯଶର ଅଧିକାରୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଅଲୌକିକ ଶକ୍ତିସମ୍ପନ୍ନ ହୋଇପାରନ୍ତି। ସରକାରୀ ସ୍ତରରୁ ସମ୍ମାନିତ ହେବେ। |