![]() |
ଚକ୍ଷୁରେ ଜ୍ଞାନ ଅଞ୍ଜନର ଲେପଦେଇ ଜ୍ଞାନ ଚକ୍ଷୁ ଉନ୍ମୁଳନ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି । ମିଳିଥିବା ଖବର ଆନନ୍ଦ ଦାୟକ ହୋଇପାରେ । |
![]() |
ସତ୍ସଙ୍ଗରୁ ମିଳିବ ଶାନ୍ତି ଓ ପରମାର୍ଥର ଅଚଳା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଜୀବେ ଦୟାକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । |
![]() |
ଉଡ୍ଡୀୟମାନ ଧର୍ମଧ୍ୱଜାରେ ଅମୃତ ସିଞ୍ଚନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଭକ୍ତିଭାବର ଓ ଅଖଣ୍ଡ ବିଶ୍ୱାସ ସମ୍ପନ୍ନ ହେବେ । ପତି ପରାୟଣା ପତ୍ନୀଙ୍କ ସାହଚର୍ଯ୍ୟ ଗ୍ରହଣ କରିବେ । |
![]() |
ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିପାରନ୍ତି । ସମୟେ ସମୟେ ବିଶ୍ୱାସ ଦୁଃଖଦାୟକ ହୋଇପାରେ । ଶୂନ୍ୟତା ଭିତରେ ପୂର୍ଣ୍ଣତା ଥାଏ । ଉଦ୍ୟମ ଓ ଅଧ୍ୟବସାୟ ଚାଲୁ ରଖିପାରନ୍ତି । |
![]() |
ପ୍ରିୟ ବନ୍ଧୁମାନଙ୍କ ସମାବେଶ ସୁଖଦାୟକ ହୋଇପାରେ । ବାଣିଜ୍ୟେ ବସତି ଲକ୍ଷ୍ମୀ ଉପରେ ପ୍ରାଧାନ୍ୟ ଦେଇ ସଫଳ ହେବେ । ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । |
![]() |
ଅଜାତ ଶତ୍ରୁ ହୋଇପାରନ୍ତି । ଭାଷା ଓ ବ୍ୟବହାର ପାଇଁ ସମାଜରେ ଆଦରଣୀୟ ହେବେ । ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ । ଶୁଭକାର୍ଯ୍ୟ ସମ୍ପାଦନ କରି ମାନସିକ ସ୍ତରରେ ନମ୍ରତାର ପ୍ରତୀକ ହେବେ । |
![]() |
ବିଦ୍ୟାର୍ଜନରେ ତତ୍ପରତା ପ୍ରକାଶ ପାଇବ । ସ୍ୱାତନ୍ତ୍ର୍ୟ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଧନଲକ୍ଷ୍ମୀଙ୍କ ଶରଣାପନ୍ନ ହୋଇପାରନ୍ତି । ଶାଣିତ ସାହିତ୍ୟ ରଚନା କରିବାରେ ପାରଙ୍ଗମ ହେବେ । ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ । |
![]() |
କାର୍ଯ୍ୟ ଦୁରୂହ ହେଲେ ବି ତାହା ଫଳପ୍ରସୂ ହେବ । ସତ୍ସଙ୍ଗରୁ ଶାନ୍ତି ଓ ତୃପ୍ତିର ସନ୍ଧାନ ମିଳିବ । ଠାକୁରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ସମର୍ପଣ କରିପାରନ୍ତି । ସତ୍, ଚିତ୍, ଆନନ୍ଦର ଅଧିକାରୀ ହେବେ । |
![]() |
ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଦିନଟି ମଙ୍ଗଳମୟ ହୋଇପାରେ । ଜୀବନର ସମ୍ମୋହନ, ମହାପ୍ରଭୁଙ୍କ ଶରଣାଗତ ହେବେ । ନ୍ୟସ୍ତ କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ । |
![]() |
ଆଜି ଆପଣଙ୍କ ଭାଗ୍ୟଚକ୍ର ଉପରେ କୁସମ ବୃଷ୍ଟି ହୋଇପାରେ । ଦିନଟି ଶିବମୟ ହେବ । ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି । ‘ଚରୌବତି, ଚରୌବତି’ ଭାବେ ଆଗକୁ ବଢ଼ି ଚାଲିବେ । |
![]() |
ଆପଣଙ୍କ ଲେଖା ବିଶ୍ୱକୁ ମଧୁମୟ କରିପାରେ । ସ୍ନେହ ଓ କରୁଣାର ପ୍ରତୀକ ହୋଇପାରନ୍ତି । ଶୂନ୍ୟତା ଭିତରୁ ପୂର୍ଣ୍ଣତା ପାଇବେ । ବିନ୍ଦୁରେ ବିନ୍ଦୁ ଯୋଡ଼ି ସନ୍ଧୁ ଗଠନ କରିପାରନ୍ତି । ଚିନ୍ତାଧାରା ସୂଦୁରପ୍ରସାର ହେବ । |
![]() |
ଅତିଥି ପରାୟଣତାରେ ବ୍ୟୟଭାର ବୃଦ୍ଧି ହୋଇପାରେ । ଭାଷା ଓ ବ୍ୟବହାର ଆପଣଙ୍କୁ ସଜ୍ଜନ ଆଖ୍ୟା ଦେବ । ଉପୁଜିଥିବା ବାଧା ବିଘ୍ନକୁ ଭୋଗ କରି ମଧ୍ୟ ଚେଷ୍ଟାକୁ ଫଳବତୀ କରିପାରନ୍ତି । |