![]() |
କୃପାନିଧାନ ହୋଇପାରନ୍ତି । ସୁସମ୍ୱାଦ ମନରେ ପୁଲକଜାତ କରିପାରେ । କରିତ୍କର୍ମା ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । |
![]() |
ପରିବର୍ତ୍ତନର ସମୟ ଉପସ୍ଥିତ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧ କରିପାରନ୍ତି । କ୍ଷମତାପନ୍ନ ହୋଇପାରନ୍ତି । ପରୋପକାରରେ ନିଜକୁ ନିୟୋଜିତ କରିବେ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ । |
![]() |
ଦୁଃଖ-ଦୁର୍ଦଶାଗ୍ରସ୍ତ ଥାଇ ମଧ୍ୟ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ଶତ୍ରୁନାଶ କରିପାରନ୍ତି । ମାତୁଳ ହେତୁକ ମାନ ଭଙ୍ଗ ହେବ । |
![]() |
ଦିନଟି ସୁଖଦାୟକ ହୋଇପାରେ । ସାଧନାରୁ ଶାଶ୍ୱତ ସୁଖ ସନ୍ଧାନ ପାଇପାରନ୍ତି । ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ହେବେ । ସତ୍ସଙ୍ଗରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ । ପତ୍ନୀ ପତିପରାୟଣା ହେବେ । |
![]() |
ଅଜାତ ଶତ୍ରୁ ହୋଇପାରନ୍ତି । ଭାତୃ ଭାବ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ । ନମ୍ରତାର ପ୍ରତୀକ ହୋଇପାରନ୍ତି । କାର୍ଯ୍ୟଦକ୍ଷତା ଯୋଗୁଁ ପ୍ରଶଂସା ମିଳିବ । ଋଣ ମୁକ୍ତ ହେବେ । କାର୍ଯ୍ୟ ଫଳପ୍ରସୂ ହେବ । |
![]() |
ରଚନା ଶୈଳୀ ଉତ୍ତମମାନର ହେବ । ଈଶ୍ୱର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି । ଦୟାଳୁ, ସମ୍ୟକ୍ ତତ୍ତ୍ୱଦର୍ଶୀ ଓ ଗୁଣାତୀତ ହେବେ । ଅର୍ଥାଗମ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖ ମିଳିବ । |
![]() |
ପୁଣ୍ୟକର୍ମ ବ୍ୟକ୍ତି ହେଲେ ବି ସେହି ପୁଣ୍ୟ କର୍ମ ପାଇଁ ଗର୍ବଭାବ ବହନ କରିପାରନ୍ତି । ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି । ଲାଭଦାୟକ କୃଷିକର୍ମକୁ ଆଦରି ନେବେ । ଧର୍ମ ଧ୍ୱଜାଧାରୀ ହେବେ । |
![]() |
କର୍ମଚଞ୍ଚଳ ରହିବେ । ଶାଶ୍ୱତ ସତ୍ୟର ସନ୍ଧାନ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ନିଜର କର୍ମ କୁଶଳତା ପ୍ରୟୋଗ କରି କୃତକାର୍ଯ୍ୟ ହେବେ । ଆତ୍ମବିଶ୍ୱାସୀ ହେବେ । ପବିତ୍ର ଭାବନା ନେଇ ଦାନ-ଧର୍ମାଚରଣ କରିବେ । |
![]() |
ପରୋପକାରରେ ବ୍ରତୀ ହୋଇ କୃପା ନିଧାନଙ୍କ କୃପା ପାତ୍ର ହୋଇପାରନ୍ତି । କର୍ତ୍ତବ୍ୟନିଷ୍ଠା ଯୋଗୁଁ ଉଚ୍ଚାସନରେ ଆସୀନ ହେବାର ସୂଚନା ମିଳୁଛି । ବନ୍ଧୁ ସହଯୋଗ ମିଳିବ । ପାରିବାରିକ ଜୀବନ ସୁଖପ୍ରଦ ହେବ । |
![]() |
ଲକ୍ଷ୍ମୀ ବରଦାୟିକା ଅଛନ୍ତି । ଚର୍ତୁବର୍ଗ ଦାୟକ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଚାରୁଚନ୍ଦନା ଦେହୀ ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ । ନୂତନ ବନ୍ଧୁତା ଯୋଡ଼ି ହୋଇପାରେ । ସମ୍ମାନିତ ହେବେ । |
![]() |
ସାଧନାର ପ୍ରଥମ ସୋପାନ ଏକାନ୍ତରେ କିଛି ସମୟ ବିତାଇବାକୁ ଇଚ୍ଛା କରିବେ । ପୁରାତନ ଶବ୍ଦ ଭଣ୍ଡାରର ପେଡ଼ି ଖୋଲି ନିଜର ସାରସ୍ୱତ ଓ ଉପେଦଶାତ୍ମକ ରଚନାକୁ ସାଧାରଣରେ ପ୍ରକାଶ କରିପାରନ୍ତି । |
![]() |
ମହନୀୟ ରାଜପଦ ଓ ଅତୁଳ ଧନସମ୍ପଦ ଲାଭ କରିପାରନ୍ତି । ସର୍ବଜନଙ୍କ ଆଦରଣୀୟ ହେବେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଚେଷ୍ଟାରେ ଚଞ୍ଚଳମାନସ ହୋଇପାରନ୍ତି । ସମ୍ମାନାସ୍ପଦ ହେବେ । |