![]() |
ଧୈର୍ଯ୍ୟଧରି କାର୍ଯ୍ୟ କଲେ ଅସାଧ୍ୟ ସାଧନ କରିପାରିବେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭଖବର ମିଳିବ । ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି । ଋଣ ପରିଶୋଧ କରିବେ । |
![]() |
ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଲଟେରି କିମ୍ବା ସେୟାର ମାର୍କେଟରୁ ଧନପ୍ରାପ୍ତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସମ୍ୱାଦ ପାଇ ଖୁସି ହେବେ । ବିଦ୍ୟାର୍ଥୀ ପଢ଼ାପଢ଼ି ପ୍ରତି ଧ୍ୟାନ ଦେବେ । |
![]() |
ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠାସନ ପାଇପାରନ୍ତି । ଯାନବାହନ ସୁଖ ମିଳିବ । ବସ୍ତ୍ର ଓ ପୁଷ୍ପ ବ୍ୟବସାୟ ଲାଭଜନକ ହେବ । ଗୃହ ସୁଖ ମିଳିବ । |
![]() |
ଶ୍ରମ ସାର୍ଥକ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ମିଳିବାର ସୂଚନା ମିଳୁଛି । |
![]() |
ଲୋଭଗ୍ରସ୍ତ ହୋଇପାରନ୍ତି । ବନଜାତ ଦ୍ରବ୍ୟରୁ ଧନ ପ୍ରାପ୍ତ ହେବେ । ପରୋପକାରୀ ହେବେ । ନିଜ ପରାକ୍ରମରେ ଉପାର୍ଜନକ୍ଷମ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ନୀତିନିଷ୍ଠ ଓ ମତିମାନ୍ ହେବେ । |
![]() |
ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ କରିବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁସୂତ୍ରରୁ ଲାଭ ମିଳିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ଚତୁରତାର ସହ କାର୍ଯ୍ୟ କରିବେ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି । ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ । ଚଞ୍ଚଳଚେଷ୍ଟିତ ହେବେ । ମଧୁର ବଚନ କହିବେ । ବ୍ୟୟ ଅଧିକ ହେବ । |
![]() |
ସୁସମ୍ୱାଦ ଶୁଣି ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ଅର୍ଥ ମିଳିବ । |
![]() |
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଶୁଭ ସମାଚାର ମିଳିପାରେ । କର୍ମକ୍ଷେତ୍ରକୁ ଉଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ । |
![]() |
ଉଦାର ସ୍ୱଭାବର ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ମିଳିବ ଓ ତା’ର ସଦ୍ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ । ପ୍ରତିଯୋଗିତାରେ ବିଜୟୀ ହେବାର ସମ୍ଭାବନା ଅଛି । |
![]() |
ମନ ଚଞ୍ଚଳ ରହିବ । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ନିଜ ନିଷ୍ପତ୍ତିରେ ଅଟଳ ରହିବେ । ଆର୍ଥିକ ସମସ୍ୟା ଦେଖା ଦେଇପାରେ । ଅଧସ୍ତନମାନଙ୍କଠାରୁ ଆଶ୍ୱାସନା ମିଳିବ । ସତର୍କରେ ଚଳିବାକୁ ପଡ଼ିବ । |
![]() |
ବନ୍ଧୁ-ପରିଜନଙ୍କର ପ୍ରୀତିଲାଭ କରିପାରନ୍ତି । ଦିନ ଭିତରେ ଯାହା ଘଟଣା ଘଟିବ, ସବୁ ସୁଖବୋଧ ହେବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । |