![]() |
ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ପୁଣ୍ୟକୁ ସାଦରେ ଆଦରି ନେଇ ପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷିରୁ ଲାଭବାନ୍ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଯାନବାହନ ସୁଖ ମିଳିବ । |
![]() |
ମନ ପ୍ରସନ୍ନ ରହିବ । ଆସ୍ତିକ ହୋଇପାରନ୍ତି । ଭାଷା ମଧୁର ହେବ । ଥଣ୍ଡା, କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ପାଇବେ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହେବେ । |
![]() |
ପରମ ଭାଗ୍ୟଶାଳୀ ହେବ । ବ୍ୟକ୍ତିତ୍ୱ ଅଧିକ ବିକଶିତ ହେବ । ମଧୁରଭାଷୀ, ସହନଶୀଳ ଓ ଶାନ୍ତି ପ୍ରିୟ ହେବେ । ବିଦ୍ୟାଭାସୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ମିଳିବ । ବ୍ୟବସାୟରୁ ଲାଭ ମିଳିବ । |
![]() |
ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟ ଉଦ୍ୟମ ଫଳପ୍ରଦ ହେବ । ରଣାଙ୍ଗନରେ ସୈନିକମାନେ ବୀରତ୍ୱ ପ୍ରଦର୍ଶନ କରିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭର ସୂଚନା ମିଳୁଛି । ଧନ ସମ୍ପଦ ଭରପୂର ରହିବ । ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହେବେ । |
![]() |
କର୍ମଚଞ୍ଚଳ ରହିବେ । ଥଣ୍ଡା, କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ନିରୋଳା ସ୍ଥାନରେ କିଛି ସମୟ ନିତାଇବାକୁ ଇଚ୍ଛା କରିବେ । ମନଭୁଲା କଥା କହି ପରକୁ ଆପଣାର କରିବାରେ ପାରଙ୍ଗମ ହେବେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । |
![]() |
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଯଶସ୍ୱୀ ହେବେ । ସାମାଜିକ ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଧନପ୍ରାପ୍ତ ହୋଇପାରନ୍ତି । ଜ୍ୟୋତିଷ ବିଦ୍ୟାରେ ରୁଚି ରହିବ । |
![]() |
କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସରକାରୀ କୃପାପାତ୍ର ହୋଇପାରନ୍ତି । ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ । |
![]() |
ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରି ପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଶିଳ୍ପଦ୍ୟୋଗୀ ହୋଇପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହୋଇପାରେ । |
![]() |
ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଦେଖାଦେଇପାରେ । ମିତ୍ରମାନେ ସହଯୋଗରୁ ଅପସରି ଯାଇପାରନ୍ତି । ଜଳଯାତ୍ରା ନ କରିବା ଭଲ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଉଚ୍ଚସ୍ଥାନ ଆହୋରଣ ମନା । |
![]() |
ବ୍ୟବସାୟ ଲାଭଜନକ ହେବ । ମନରେ ସେବାଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହେବେ । ତେଜୀୟାନ୍ ହେବେ । କର୍ମଚଞ୍ଚଳ ରହିବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ କରିପାରନ୍ତି । |
![]() |
ଭ୍ରାତୃ ଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶକ୍ତିମାନ ଓ ଶତ୍ରୁହନ୍ତା ହେବେ । କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାଭାଜନ ହେବେ । ବଦାନ୍ୟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ କରିବେ । ଉଚ୍ଚାଭିଳାଷୀ ହେବେ । |
![]() |
କର୍ମକ୍ଷେତ୍ରରେ ଚଞ୍ଚଳଚେଷ୍ଟିତ ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ । |