![]() |
ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି । ବନ୍ଧୁମାନେ କରଛଡ଼ା ଦେଇପାରନ୍ତି । ଶତ୍ରୁର କ୍ରୂର ଦୃଷ୍ଟି ପାଇଁ ସତର୍କ ରହିବେ । ମଧୁରଭାଷାରେ ପରକୁ ଆପଣାର କରିବେ । |
![]() |
ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । |
![]() |
ସୁଖ ସମ୍ମାନ ଲାଭ କରିବେ । ସୁସମ୍ୱାଦ ଶୁଣି ଆନନ୍ଦ ଅନୁଭବ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେଇପାରେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । |
![]() |
ପରୋପକାରୀ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ପ୍ରାପ୍ତ ହୋଇ ତା’ର ସଦ୍ବ୍ୟବହାର କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ଧନବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖୀ ହେବେ । |
![]() |
ଅନଟନର ସମ୍ମୁଖୀନ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ସ୍ୱାଭିମାନୀ ହେବେ । ଅଯଥା ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି । ଗୋଷ୍ଠୀ, ନଗର, ଗ୍ରାମର ଅଧିପତି ହୋଇପାରନ୍ତି । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ । |
![]() |
ମିତ୍ର ଲାଭ ସୂଚନା ମିଳୁଛି । ସୁଖକର ଘଟଣା ମାନ ଘଟିପାରେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ସୁଖ ମିଳିବ । |
![]() |
ଶତ୍ରୁର ଗତିବିଧି ଉପରେ ଅନୁଧ୍ୟାନ କରିବାକୁ ପଡ଼ିବ । ବନ୍ଧୁ ସହାୟତା ପାଇଁ ଶତ୍ରୁ ଉପରେ ବିଜୟ ହାସଲ କରିବେ ଓ ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ମିଳିବ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଋଣ ପରିଶୋଧ କରିପାରନ୍ତି । |
![]() |
କାର୍ଯ୍ୟରେ ଅଗ୍ରସର ହେବା ପୂର୍ବରୁ ପରାମର୍ଶ ନେବାକୁ ପଡ଼ିବ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଅଧିକ ଉତ୍ସାହିତ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । |
![]() |
ଆପଣଙ୍କୁ କଠିନ ପରିଶ୍ରମର ମୂଲ୍ୟାଙ୍କନ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଗୃହ ପରିବେଶ ଉତ୍ତମମାନର ହେବ । ଯାନବାହନ ସୁଖ ମିଳିପାରେ । କୃଷିକ୍ଷେତରୁ ଲାଭବାନ୍ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । |
![]() |
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳ ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । |
![]() |
ଜନ କଲ୍ୟାଣରେ ନିଜକୁ ନିୟୋଜିତ କରିପାରନ୍ତି । ତ୍ୟାଗପୂତ ମନୋବୃତ୍ତିର ହେବେ । ନୀତିନିଷ୍ଠ ଭାବେ ନିରବ ଭାବମୂର୍ତ୍ତି ବଜାୟ ରଖିବେ । ଆପଣଙ୍କ ପରାମର୍ଶ ଅନୁଷ୍ଠାନ ପାଇଁ ଉପାଦେୟ ହେବ । ବିବିଧ ଧନଯୁକ୍ତ ହେବେ । କୀର୍ତ୍ତିମାନ୍ ହେବେ । |
![]() |
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । |