![]() |
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସନ୍ତାନ ଲାଭର ସୂଚନା ମିଳୁଛି । କ୍ଷୁଧାରେ ମାଂସ ଭକ୍ଷଣ ଇଚ୍ଛା କରିପାରନ୍ତି । ଶ୍ରେଷ୍ଠ ପଦ-ପଦବୀରେ ଭୂଷିତ ହୋଇପାରନ୍ତି । ଗୁଣବାନ୍ ଓ ନୀତିଯୁକ୍ତ ହେବେ । ସୌଭାଗ୍ୟଯୁକ୍ତ ହେବେ । ସ୍ତ୍ରୀ ପୁତ୍ର ପ୍ରୀତିଯୁକ୍ତ ହେବେ । |
![]() |
କୃଷିରୁ ଲାଭବାନ୍ ହେବେ । ଯାନବାହନ ସୁଖ ମିଳିବ । ଗୃହ ସ୍ୱାସ୍ଥ୍ୟ ଉପଯୋଗୀ ହେବ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ରଙ୍କ ପାଇଁ ସୁଖ ଭୋଗ କରିବେ । ଶୁଚି, ସୁଖୀ ଓ ନିଜ ବଳାର୍ଜିତ ଧନଭୋଗ କରିବେ । |
![]() |
ଧନଶାଳୀ ହେବେ । ପରୋପକାରୀ ହୋଇପାରନ୍ତି । ବିଦ୍ୱାନ୍ ଓ ଆଦରଣୀୟ ହେବେ । ପୁତ୍ରାଦି ଯୁକ୍ତ ହେବେ । ଧନବାନ୍ ହୋଇପାରନ୍ତି । ଦାନୀ ହେବେ । ସୁବର୍ଣ୍ଣାଦି ଧାତୁ ଦ୍ରବ୍ୟ ପାଇପାରନ୍ତି । ରାଜପ୍ରସାଦ ଭଳି ଗୃହ ସୁଖ ମିଳିବ । ବହୁ ବିଦ୍ୟା ପାରଙ୍ଗମ ହେବେ । |
![]() |
ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ମନ ଚଞ୍ଚଳ ରହିବ । ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ । ସହିଷ୍ଣୁ ହେବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶାସ୍ତ୍ରାଭାଷୀ ଓ ସ୍ତ୍ରୀ ଧନରେ ସୁଖୀ ହେବେ । |
![]() |
ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ଶକ୍ତିମାନ୍ ହୋଇପାରନ୍ତି । ସରକାରୀ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । କାର୍ଯ୍ୟଧାରା ସଫଳ, ସୁଗମ ହେତୁ ପ୍ରଶଂସାର ପାତ୍ର ହେବେ । |
![]() |
ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ବିବାହାଦି ମଙ୍ଗଳ କାର୍ଯ୍ୟରେ ନିୟୋଜିତ ହେବେ । ସତ୍ସଙ୍ଗୀ ହୋଇପାରନ୍ତି । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । |
![]() |
ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ହେବେ । ଭୋଗ ବିଳାସ କରିପାରନ୍ତି । ଅପାର ଗୁଣର ଅଧିକାରୀ ହେବେ । ମନ ପ୍ରସନ୍ନ ରହିବ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । |
![]() |
ବିଭାଗୀୟ ଅର୍ଥ ମିଳିପାରେ । ଗୃହ ପରିବେଶ ସ୍ୱାସ୍ଥ୍ୟପ୍ରଦ ହେବ । କୀର୍ତ୍ତିମାନ୍ ହେବେ । ବହୁବିଧ ଧନ ପ୍ରାପ୍ତ ହୋଇପାରନ୍ତି । ଉତ୍ତମ ଗୁଣର ଅଧିକାରୀ ହେବେ । ରାଜପୂଜିତ ହେବେ । ପରାକ୍ରମଶାଳୀ ହୋଇପାରନ୍ତି । ବହୁପୋଷକ ହେବେ । |
![]() |
ଧନବାନ୍ ହେବେ । ମହିଳାମାନଙ୍କ ସାହାଯ୍ୟକାରୀ ହୋଇପାରନ୍ତି । ହର୍ଷଯୁକ୍ତ, ବିଶୁଦ୍ଧ ଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ରଜତ ଧନଦ୍ୱାରା ଧନଶାଳୀ ହେବେ । ସର୍ବ ଜନାନୁରକ୍ତ ହୋଇପାରନ୍ତି । |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅର୍ଥାଭାବ ପୂରଣ କରିବାକୁ ଉଦ୍ୟମ ଚାଲୁ ରଖିବେ । ଚୋର ଭୟ ଅଛି । ଶତ୍ରୁମାନେ ବଳବାନ୍ ହୋଇପାରନ୍ତି । ମନ ଅସ୍ଥିର ରହିବ । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । |
![]() |
ପତ୍ନୀ ସ୍ଥିର ସ୍ୱଭାବ ସମ୍ପନ୍ନା ହେବେ । ପତିବ୍ରତା ହୋଇପାରନ୍ତି । ଦେବ ବ୍ରାହ୍ମଣ ସମଯୁକ୍ତ ହେବେ । ଧର୍ମଜ୍ଞା ହେବେ । ସଂଶୟ ମନା ହୋଇପାରନ୍ତି । ବିଳାସ ବ୍ୟସନ କରିପାରନ୍ତି । ଭାଇଙ୍କ ଉପରେ ବିପଦ ଅଛି । ଅବିବାହିତମାନଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ । |
![]() |
ସଙ୍ଗୀତପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ଧନଶାଳୀ ହୋଇପାରନ୍ତି । ସରକାରଙ୍କ ଠାରୁ ଧନ ମିଳିପାରେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମ ହେବ । ଉତ୍ତମ ବସ୍ତ୍ର, ରତ୍ନ ଓ ଯାନବାହନ ସୁଖ ମିଳିବ । |