![]() |
ପ୍ରତିହିଂସା ପରାୟଣ ହୋଇପାରନ୍ତି । ଅର୍ଥ ଟାଣ-ଟୁଣ ରହିପାରେ । ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ । ସତ୍ସଙ୍ଗୀ ହେବେ । ନିଜ ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । |
![]() |
ବହୁ ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ସହାୟତା ମିଳିବ । ଆନନ୍ଦ ଉପଭୋଗ କରିବେ । |
![]() |
ଶତ୍ରୁ ପରାଜିତ ହେବ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁ ସମ୍ୱାଦ ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି । ଭଲ ଆୟ ହେବ । ଋଣ ପରିଶୋଧ କରିପାରନ୍ତି । |
![]() |
ଶାସ୍ତ୍ର ଅଧ୍ୟୟନରେ ମନଯୋଗୀ ହେବେ । ବିଭିନ୍ନ ଦିଗରୁ ଅର୍ଥାଗମର ସୂଚନା ମିଳୁଛି । ଶୁଭ ସମାଚାର ପାଇ ପ୍ରଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରେ ପ୍ରଚୁର ଲାଭ ମିଳିବ । ଜନପ୍ରତିନିଧି ହେବେ । |
![]() |
ଶ୍ରମ ସାର୍ଥକ ହେବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବା ସହିତ ପ୍ରଭୂତ ସୁଖର ଅଧିକାରୀ ହୋଇପାରନ୍ତି । ସାମୟିକ ଭାବେ ହିଂସା ମାର୍ଗରେ ମନ ବଳିଲେ ବି ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ପୁଣ୍ୟ ଓ ଧନ କ୍ଷୟ ହେବାର ସୂଚନା ମିଳୁଛି । |
![]() |
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ଶାନ୍ତିର ପ୍ରାରମ୍ଭିକ ସୂଚନା ମିଳିବ । ସରକାର ସ୍ତରରୁ ଲାଭ ଉଠାଇବାକୁ ସମର୍ଥ ହେବେ । ବିବାଦରେ ବିଜୟୀ ହେବେ । |
![]() |
ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ । ଅନୁଚରଯୁକ୍ତ ହୋଇପାରନ୍ତି । ବଳବାନ୍ ହେବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ । ସ୍ୱଅର୍ଜିତ ଧନଭୋଗ କରିବେ । |
![]() |
ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ମହତ ହେବ । |
![]() |
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ଧର୍ମୀୟ କାର୍ଯ୍ୟରେ ଅଧିକ ବ୍ୟୟ କରିବାକୁ କୁଣ୍ଠାବୋଧ କରିବେ ନାହିଁ । ପର ପାଇଁ ଜାମିନ୍ଦାର ହୋଇପାରନ୍ତି । ମଧୁର କଥାରେ ପରକୁ ଆପଣାର କରିପାରନ୍ତି । |
![]() |
ସୁସମ୍ୱାଦ ଶୁଣି ଉତ୍ଫୁଲ୍ଲିତ ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତ ହେବେ । |
![]() |
ସୁସମ୍ୱାଦ ପାଇ ପ୍ରଫୁଲ୍ଲିତ ହୋଇପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେଇପାରେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ତୀବ୍ର ପ୍ରତିଦ୍ୱନ୍ଧିତାର ସମ୍ମୁଖୀନ ହୋଇ କୃତିତ୍ୱ ଅର୍ଜନ କରିବେ । |
![]() |
କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରବଚନ ଶୁଣିବାକୁ ଆଗ୍ରହୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟଶାଳୀ ହେବେ । |