![]() |
ବହୁ ସୁଖକର ଘଟଣା ଘଟିପାରେ । ସ୍ୱକର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ବାଣିଜ୍ୟ କାରବାର ଭଲ ହେବ । |
![]() |
ବନ୍ଧୁ ସାହାଯ୍ୟ ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଋଣ ପରିଶୋଧ କରିବାରେ ସକ୍ଷମ ହେବେ । |
![]() |
ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । ଭଲ, ମନ୍ଦ, ମିଶ୍ରିତ ଫଳ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆଖିରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । |
![]() |
ପରିଶ୍ରମ ଯେତେ କଠିନ ହେଉନା କାହିଁକି ତା’ର ଉପଯୁକ୍ତ ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଦାନଶୀଳ ହେବେ । ଉପଭୋକ୍ତା ହୋଇପାରନ୍ତି । ଗୁଣବାନ୍ ହେବେ । ଧନ, ରତ୍ନ ଭରପୂର ରହିବ । ମାନୀ ହୋଇପାରନ୍ତି । |
![]() |
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଭଗବତ ପ୍ରେମୀ ହେବେ । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ । |
![]() |
ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଶତ୍ରୁନାଶ କରିପାରନ୍ତି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ତେଜୀୟାନ୍ ହେବେ । ସୁଖ ମିଳିଲେ ବି ମନରେ ଉଦ୍ବେଗ ଜାତ ହୋଇପାରେ । ଗୁରୁଙ୍କ ସହିତ ସାଧନା କରିବେ । ବିଦ୍ୟା ଅର୍ଜନରେ ତତ୍ପର ହେବେ । କୁଳ ସାଧକ ହେବେ । |
![]() |
ରୋଜଗାର ଆଶାନୁରୂପ ହେବ । ବନ୍ଧୁ ବା ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି । ଶ୍ରୀ ଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଅପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ମହତ ହେବ । |
![]() |
ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ । ରଣାଙ୍ଗନକୁ ଯାତ୍ରା ଶୁଭଦାୟକ ହେବ । ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି । |
![]() |
ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ସୁସମ୍ବାଦ ଶୁଣି ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖୀ ହେବେ । |
![]() |
ଶୁଭ ଖବର ମିଳିପାରେ । କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିବ । ପ୍ରତିଦ୍ୱନ୍ଦିତାରେ କୃତକାର୍ଯ୍ୟ ହେବେ । |
![]() |
କାର୍ଯ୍ୟର ସଫଳ ରୂପାୟନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତାର ଅଧିକାରୀ ହୋଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣା ନେଇ ବିଜୟୀ ହେବେ । ପ୍ରବଚନର ରକ୍ଷାକର୍ତ୍ତା ହେବେ । |
![]() |
ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ସନ୍ତାନ ସୁଖ ମିଳିପାରେ । ପୁଣ୍ୟବାନ୍ ହେବେ । ବିଶିଷ୍ଟ ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଅର୍ଥ ଟାଣ- ଟୁଣ ରହିପାରେ । ବିଭୂକୃପା ଲାଭ କରିପାରନ୍ତି । ଅଭୀଷ୍ଟ ସିଦ୍ଧି ହେବ । |