![]() |
କାର୍ଯ୍ୟରେ ଅଗ୍ରଗତି ଘଟିବ । ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବା ପ୍ରତି ମନ ବଳାଇ ପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀ ଆପଣଙ୍କୁ ପତ୍ତନରୁ ରକ୍ଷା କରିବେ । |
![]() |
ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ; କେବଳ ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ । |
![]() |
ଗମନାଗମନରେ ସତର୍କତା ଆବଶ୍ୟକ । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । |
![]() |
ମିଳିଥିବା ସୁଯୋଗକୁ କାର୍ଯ୍ୟକାରୀ କରିବେ । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । କୃଷି କର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । |
![]() |
ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଧର୍ମ ଭାବାପନ୍ନ ହେବେ । ମଧୁର ଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନ ଭାଇ ମାନଙ୍କଠାରୁ ଆଦର-ସମ୍ମାନ ମିଳିବ । ବିବାଦରେ ବିଜୟୀ ହେବେ । |
![]() |
ଜନସାଧାରଣଙ୍କ କଲ୍ୟାଣଭାଜନ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାକୁ ହେଲେ ଅପେକ୍ଷାରତ ହେବେ । ଭାଗ୍ୟଶାଳୀ ହେବେ । ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟ ସୁଖ ଓ ମିତ୍ର ସୁଖ ମିଳିବ । |
![]() |
ଉପାର୍ଜନ ଆଶାନୁରୂପ ହେବ । ନିର୍ଭରଶୀଳ ନହୋଇ ସ୍ୱାଧୀନଚେତା ଭାବେ କାର୍ଯ୍ୟ ସମ୍ପାଦନ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ସୁସ୍ଥ ରହିବେ । |
![]() |
ଆଜି ଦିନର କାର୍ଯ୍ୟ ମଙ୍ଗଳମୟ ହେବ । ଚଞ୍ଚଳ ସ୍ୱଭାବର ହେବେ । ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିବାରେ ସିଦ୍ଧହସ୍ତ ହେବେ । ଖର୍ଚ୍ଚାନ୍ତ ହେବେ । |
![]() |
କର୍ମକ୍ଷେତ୍ରରେ ଆଗୁସାର ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଧନଲାଭ ହେବ । |
![]() |
ଯୋଗାଯୋଗରେ ସଫଳ ହେବେ । ପ୍ରଶଂସିତ ହୋଇପାରନ୍ତି । କୁଳଦୀପକ ହେବେ । ମନପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
![]() |
ଜଟିଳ କାର୍ଯ୍ୟର ସମ୍ପାଦନ ଓ ସମାଧାନ କରିବାରେ ସଫଳ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । |
![]() |
ଯୋଗାଯୋଗରେ ସଫଳତା ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ, ଲାଭଜନକ ହେବ । ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । |