![]() |
ନିର୍ଭରଶୀଳ ନ ହୋଇ ନିଜ ଚିନ୍ତାଧାରାରେ କାର୍ଯ୍ୟ କରିବେ । ଆୟ ଉତ୍ତମ ଧରଣର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ସ୍ଥିର ଚିତ୍ତରେ କାର୍ଯ୍ୟ କରିପାରନ୍ତି । ତବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । କର୍ମଚଞ୍ଚଳ ରହିବେ । ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ଚକ୍ଷୁପୀଡ଼ା ଉପୁଜି ପାରେ । |
![]() |
ଯାହା କରିବେ, ତୁରନ୍ତ କଲେ ସଫଳ ହେବେ । ଶୁଭ ସମାଚାର ଆପଣଙ୍କୁ ଖୁସି କରିପାରେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । |
![]() |
ଯୋଗାଯୋଗ ଫଳଦାୟକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ମିଳିଥିବା ଖବରଟି ଆନନ୍ଦଦାୟକ ହେବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟରେ ମନ ଦେବେ । ବିବାଦରେ ବିଜୟୀ ହେବେ । |
![]() |
ଭଲ-ମନ୍ଦ ମିଶ୍ରିତ ଫଳ ମିଳିପାରେ । ପରର ଉପକାର ସୁଝିବାକୁ ଚେଷ୍ଟା କରିବେ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବିନିଯୋଗ କରିପାରନ୍ତି । କୃତୀ ପ୍ରତିଯୋଗୀ ହେବେ । |
![]() |
କାହାରି ପ୍ରତିରୋଧକୁ ଭ୍ରୂକ୍ଷେପ ନ କରି ଆଗକୁ ମାଡ଼ି ଚାଲିବାକୁ ହେବ । ସ୍ୱାଭିମାନୀ ହେବେ । ଯଶସ୍ୱୀ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । |
![]() |
ଯାତ୍ରାର ମାର୍ଗ ସୁଗମ ଅଛି । ସୁଖ-ସନ୍ତୋଷ ଲାଭ କରିବେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ର ସଫଳଦାୟକ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ମିଷ୍ଟାନ୍ନ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ । |
![]() |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶତ୍ରୁକୁ ପରାଜିତ କରିବାରେ କର୍ମକ୍ଷମ ହେବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଋଣ ପରିଶୋଧ କରିବେ । |
![]() |
ପଠନ-ଲିଖନ ଉପରେ ଧ୍ୟାନ ଦେଇପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁସମ୍ୱାଦ ଆପଣଙ୍କ ପାଇଁ ଲାଭଦାୟକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଜନହିତକର କାର୍ଯ୍ୟ କରି ସମ୍ମାନିତ ହେବେ । |
![]() |
ଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ । ଜନସମର୍ଥନ ପ୍ରବଳ ମାତ୍ରାରେ ମିଳିବ । କୃଷିକର୍ମରେ ତତ୍ପରତା ପ୍ରକାଶ ପାଇବ । |
![]() |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମତୃପ୍ତି ମିଳିବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । ବିନୟୀ ହେବେ । |
![]() |
ଦେବ-ଦେବ ମହାହେବଙ୍କ ଆଶୀର୍ବାଦ ପ୍ରାପ୍ତିର ସୌଭାଗ୍ୟ ଅଛି । ଯାନବାହନ ସୁଖ ମିଳିବ । ନାନା ସୁନ୍ଦର ମୂଲ୍ୟବାନ୍ ବସ୍ତୁ ଲାଭ ହୋଇପାରେ । ତ୍ୟାଗଶୀଳ ଓ ନୀତିନିଷ୍ଠ ହେବେ । କର୍ମ ଚଞ୍ଚଳ ରହିବେ । ଅତିସୁଖୀ ହୋଇପାରନ୍ତି । |