![]() |
ଧର୍ମ ଚର୍ଚ୍ଚାରେ ନିଜକୁ ନିୟୋଜିତ କରିବେ । ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ଖର୍ଚ୍ଚାନ୍ତ ହୋଇ ବିରୋଧୀଙ୍କୁ ଆପଣାର କରିବେ । |
![]() |
ଦେବାଦେବୀ ଦର୍ଶନ ପାଇଁ ଉତ୍ସାହ ବୃଦ୍ଧି ପାଇବ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନାର୍ଜନରେ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ଆୟ ବୃଦ୍ଧି ପାଇବ । |
![]() |
ପରିଶ୍ରମର ମୂଲ୍ୟ ମିଳିବ । ଶୁଭଖବର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । |
![]() |
ଦେବ ଦର୍ଶନ ଶୁଭଦାୟକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ପାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କୃତ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । |
![]() |
ଇଚ୍ଛା ପୂର୍ଣ୍ଣ ହେବ । ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ପୂଜ୍ୟପୂଜା ପାଇଁ ତତ୍ପର ହେବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାଭିମାନୀ ହବେ । ଅଷ୍ଟମ ଚନ୍ଦ୍ର ଜନିତ କ୍ଲେଶଦୂର ହେବ । |
![]() |
ଯାତ୍ରା ମାର୍ଗ କୁସୁମିତ ହେବ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ସୁ-ଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ । |
![]() |
ସମୂହ କାର୍ଯ୍ୟରେ ସହଯୋଗୀ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତି ଅନୁଭବ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରିବେ । |
![]() |
ନୂତନ ବିଷୟ ବସ୍ତୁ ଉପରେ ଅଧ୍ୟୟନ କରି ତାକୁ କାର୍ଯ୍ୟକାରୀ କରିବାରେ ସଫଳ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ପ୍ରଫୁଲ୍ଲ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚାକିରିରେ ସୁଦୃଢ଼ ରହିବେ । |
![]() |
ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ । କେତେକ ଘଟଣାରେ ପରିବାର ସହ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ଯାନବାହନ ସୁଖ ମିଳିବ । ପରିବାରର ଶ୍ରେଷ୍ଠ ହୋଇପାରନ୍ତି । |
![]() |
ମାଙ୍ଗଳିକ ଉତ୍ସବରେ ଯୋଗଦେଇ ଖୁସି ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବଦର୍ଶନର ସୁଯୋଗ ଅଛି । ଅଶାନ୍ତି ହ୍ରାସ ପାଇବ । ସରକାରୀ ସ୍ତରରୁ ଲାଭ ମିଳିବ । |
![]() |
କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ତ୍ୟାଗଶୀଳ ଓ ନୀତିନିଷ୍ଠ ହୋଇପାରନ୍ତି । ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ଧନାଗମର ସୂଚନା ମିଳୁଛି । ଅନିର୍ବଚନୀୟ ଶାନ୍ତି ମିଳିବ । |
![]() |
ଈଶ୍ୱରଙ୍କ ଶରଣାଗତ ହୋଇପାରନ୍ତି । ଭଲ ରୋଜଗାର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । |