![]() |
ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ । ଦେବୀ ଦର୍ଶନ ପାଇ ଖୁସି ହେବେ । ବନ୍ଧୁ ମିଳନରୁ ସଫଳ ମିଳିବ । ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ । |
![]() |
ପ୍ରଭାବ ବିସ୍ତାର କରିପାରନ୍ତି । ସଙ୍ଗୀତ ପ୍ରିୟ ଓ ସୁଶୀଳ ହେବେ । ଧାର୍ମିକପ୍ରବର ହୋଇପାରନ୍ତି । ମହତ୍ ଉଦ୍ଦେଶ୍ୟରେ ଆତ୍ମୋତ୍ସର୍ଗ କରିପାରନ୍ତି । କୃଷି ଉପରେ ଗୁରୁତ୍ୱ ଦେବେ । ଯାନବାହନ ସୁଖ ମିଳିପାରେ । |
![]() |
ସମ୍ମାନିତ ହେବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସତ୍କର୍ମରେ ନିୟୋଜିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସକଳ ଗୁଣଯୁକ୍ତ, ସୁଖୀ ଓ ଶାସ୍ତ୍ରାନୁରକ୍ତ ହେବେ । |
![]() |
ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । ନୀତିନିଷ୍ଠ ହେବେ । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । ନୀରୋଗ ରହିବେ । ଯଶ ଧନାଦିଯୁକ୍ତ ହେବେ । |
![]() |
ସମ୍ମାନିତ ହୋଇପାରନ୍ତି । ଭଲ ଆୟ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ଚିନ୍ତାଧାରା ମହତ୍ ହେବ । |
![]() |
ଶତ୍ରୁତାର ଅବସାନ ପାଇଁ ଅଧିକ ଖର୍ଚ୍ଚ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ । ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି । ଶ୍ରେଷ୍ଠ କର୍ମଯୁକ୍ତ ହେବେ । ବୁଦ୍ଧି, ବିଦ୍ୟା ସହିତ ଧନ ସମ୍ପଦଯୁକ୍ତ ହେବେ । ଶ୍ରେଷ୍ଠ ମାନ୍ୟତା ମିଳିବ । |
![]() |
ଆୟ ହେବ; ମାତ୍ର ପରିମାଣ ସ୍ୱଳ୍ପ ହୋଇପାରେ । ପତ୍ନୀ ଆସନ୍ନ ପ୍ରସବା ଥିଲେ କନ୍ୟା ଜାତ ହୋଇପାରେ । ସରକାରଙ୍କ କୃପାପାତ୍ର ହୋଇପାରନ୍ତି । ଲୋକ ସଂପର୍କ ବୃଦ୍ଧି ହେବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳ ହେବେ । |
![]() |
ଆୟ ପରିମାଣ ବୃଦ୍ଧି ପାଇପାରେ । ମାନ-ସମ୍ମାନ ଓ ମର୍ଯ୍ୟାଦାଯୁକ୍ତ ହୋଇପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶାନ୍ତି, ସନ୍ତୋଷ ସବୁ କିଛି ମିଳିପାରେ । |
![]() |
ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ଚାଲୁ ରହିଥିବା କାର୍ଯ୍ୟର ସ୍ଥିତି ଅନୁକୂଳ ରହିଛି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ । |
![]() |
ଶାରୀରିକ କ୍ଳେଶ ଉପୁଜି ପାରେ । ମାନସିକ ଅଶାନ୍ତିର ବାତାବରଣ ଦେଖା ଦେବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । |
![]() |
ସୌଜନ୍ୟତା ପ୍ରକାଶ ପାଇବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଅଧିକ ତତ୍ପରତା ପ୍ରକାଶ ପାଇବ । ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ଯଶ ଅର୍ଜନ କରିବେ । |
![]() |
କର୍ତ୍ତବ୍ୟପରାୟଣ ହେବେ । ସ୍ଥିତି ଅନୁକୂଳ ରହିଛି । ରାଜଯୋଗ ଅଛି । ଶତ୍ରୁ ଦମନ କରି ନିଜର ସ୍ଥିତିକୁ ଦୃଢ଼ କରିପାରନ୍ତି । ଚାକିରି କ୍ଷେତ୍ରରେ ଢ଼େର ସୁନାମ ଅର୍ଜନ କରିବାରେ ସକ୍ଷମ ହେବେ । ମୁକ୍ତ ହସ୍ତରେ ଦାନ କରିପାରନ୍ତି । |