![]() |
ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶ୍ରମ ସାର୍ଥକ ହେବ । କୃଷିକ୍ଷେତର ଉତ୍ପାଦନ ଲାଭକରୀ ହେବ । ଧର୍ମାସକ୍ତ, ମତିମାନ୍, ପୁତ୍ର-ମିତ୍ର ହେତୁକ ସୁଖ ଭୋଗୀ ହେବେ । ନିଜ ଅର୍ଜିତ ଧନରେ ସୁଖୀ ହେବେ । |
![]() |
ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନରେ ଆତ୍ମତୃପ୍ତି ମିଳିବ । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି । ପ୍ରତିଯୋଗିତାରେ ବିଜୟ ଲାଭ କରିବେ । |
![]() |
ଲାଗି ରହିଥିବା ବିବାଦର ସୁସମାଧାନ ହୋଇପାରେ । ଭାଗ୍ୟବାନ୍ ହେବେ । ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ । କୀର୍ତ୍ତି ସ୍ଥାପନ କରିପାରନ୍ତି । ବୃକ୍ଷ, ଜଳ, ବନାଦିରୁ ଧନ ମିଳିବ । ନ୍ୟାୟ ମାର୍ଗରେ ଧନ ଅର୍ଜନ କରିବେ । ପୁତ୍ରର ହିତକାରୀ ହେବେ । |
![]() |
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ଭୂମି ଗୃହାଦିରୁ ସୁଖ ମିଳିବ । ଦ୍ରବ୍ୟ ରୂପକ ଧନ ମିଳିବ । |
![]() |
ଅଧିକ ଖର୍ଚ୍ଚର ସମ୍ମୁଖୀନ ହେବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । କୁମିତ୍ରକୁ ପରିତ୍ୟାଗ ନ କଲେ ବୁଦ୍ଧି ଭ୍ରଷ୍ଟ ହୋଇପାରନ୍ତି । ଉତ୍ତମ ମିତ୍ର ବା ପୁତ୍ର ଲାଭର ସୂଚନା ମିଳୁଛି । ମନ୍ତ୍ରଶାସ୍ତ୍ରାଦିକୁ ଆୟତ୍ତ କରିପାରନ୍ତି । ବାକ୍ ସିଦ୍ଧି ଯୋଗ ଅଛି । |
![]() |
ରୋଜଗାରି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ମିଳିବ । ଶୁଭକାର୍ଯ୍ୟ କରଣୀୟ । ବିବାଦରେ ବିଜୟୀ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । |
![]() |
ମନୋବଳ ଦୃଢ଼ ରହିବ । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଶୁଣିବାକୁ ଇଚ୍ଛାପ୍ରକାଶ କରିପାରନ୍ତି । ଦିନଟି ଭିତରେ ଭଲ, ମନ୍ଦ ମିଶ୍ରିତ ଫଳ ମିଳିବ । |
![]() |
ସେବା ମନୋଭାବ ଗ୍ରହଣ କରିପାରନ୍ତି । ପୂଜା-ପଦ୍ଧତିରେ ନିମଗ୍ନ ହେବେ । ଭାଗ୍ୟର ପରିବର୍ତ୍ତନ ଘଟିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜନୈକା ମହିଳାଙ୍କ ସହାୟତା ପାଇ ଖୁସି ହେବେ । |
![]() |
ଅସୁସ୍ଥତାରୁ ଧୀରେଧୀରେ ସୁସ୍ଥ ହେବେ । ଶାରୀରିକ ଦୁର୍ବଳତାରୁ କିଛିଟା ଲାଭ ମିଳିପାରେ । ସ୍ୱାଭିମାନୀ ହୋଇପାରନ୍ତି । ସାବଧାନ ହୋଇ ରହିଲେ ପାଣିରେ ବୁଡ଼ିଯିବା ଭୟ ଦୂର ହୋଇପାରେ । ଗଛରେ ଚଢ଼ନ୍ତୁ ନାହିଁ । |
![]() |
ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି । ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ । ଉତ୍ତମା ପତ୍ନୀଙ୍କର ପରାମର୍ଶ ଉପାଦେୟ ହେବ । |
![]() |
ଶତ୍ରୁର ଉପସ୍ଥିତ ପ୍ରଥମେ ମନରେ ଉଦ୍ବେଗ ଜାତ ହୋଇପାରେ । ଅକାଟ୍ୟ ଯୁକ୍ତି ବଳରେ ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହେବେ । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭଦିନ, ଋଣ ପରିଶୋଧ କରିବେ । |
![]() |
ପ୍ରଥମେ ନିଜକୁ ଅସହାୟ ମନେ କରିପାରନ୍ତି । ଦିନ ସାଢ଼େ ୧୦ଟା ପରେ ଧନାଗମର ସ୍ରୋତ ଲମ୍ୱି ଚାଲିବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ଅଧ୍ୟୟନରତ ହୋଇ ପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ପ୍ରଫୁଲ୍ଲିତ ହେବେ । ଦାମ୍ପତ୍ୟ ସୁଖ ମିଳିବ । |